ETV Bharat / sukhibhava

ରିସର୍ଚ୍ଚରେ ଖୁଲାସା, ଫୁସଫୁସ ବ୍ୟତୀତ ଏହି ଅଙ୍ଗ ଉପରେ ପ୍ରଭାବ ପକାଏ ଧୂମ୍ରପାନ - ମସ୍ତିଷ୍କକୁ ସଙ୍କୁଚିତ କରାଏ ଧୂମ୍ରପାନ

Smoking Side Effects: ଧୂମ୍ରପାନକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଥିବା ବେଳେ ଏହା କେବଳ ଫୁସଫୁସ ବରଂ ଏହା ସହିତ ମସ୍ତିଷ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ବୋଲି ଖୁଲାସା କରାଯାଇଛି । ଅଧିକ ପଢନ୍ତୁ

Smoking and Brain Shrinkage
Smoking and Brain Shrinkage
author img

By ETV Bharat Odisha Team

Published : Dec 15, 2023, 5:06 PM IST

ହାଇଦ୍ରାବାଦ: ଧୂମ୍ରପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ସମସ୍ତେ ଜାଣନ୍ତି । ଏହା ଫୁସଫୁସ ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା ପ୍ରଭାବରେ ଫୁସଫୁସ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିଥାଏ । ତେବେ ଆପଣ କେବେ ଭାବିଛନ୍ତି କି ଧୂମ୍ରପାନ କାରଣରୁ ଏହା ପ୍ରଭାବ ମସ୍ତିଷ୍କ ଉପରେ ମଧ୍ୟ ପଡିପାରେ ? ନିକଟରେ ଏନେଇ ଏକ ଅଧ୍ୟୟନ ହୋଇଥିଲା । ଧୂମ୍ରପାନର ପ୍ରଭାବ କେବଳ ଫୁସଫୁସ ଉପରେ ନୁହେଁ ବରଂ ମସ୍ତିଷ୍କ ଉପରେ ମଧ୍ୟ ପଡିଥାଏ ବୋଲି ରିସର୍ଚ୍ଚରେ ଖୁଲାସା କରାଯାଇଛି ।

ଜର୍ଣ୍ଣଲ ବାୟୋଲୋଜିକ ସାଇକେଟ୍ରୀର ଗ୍ଲୋବାଲ ଓପେନ ସାଇନ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଧୂମ୍ରପାନ ପ୍ରଭାବରେ କେବଳ ଫୁସଫୁସ ଉପରେ ପ୍ରଭାବ ପଡେ ନାହିଁ ବରଂ ମସ୍ତିଷ୍କ ମଧ୍ୟ ସଙ୍କୁଚିତ ହୋଇଥାଏ । ସାଧାରଣତଃ ବୟସ ବୃଦ୍ଧି ହେବା ସହିତ ମସ୍ତିଷ୍କ ସଙ୍କୁଚିତ ହେବା ସ୍ବାଭାବିକ କିନ୍ତୁ ଧୂମ୍ରପାନ ଫଳରେ ସମୟ ପୂର୍ବରୁ ମସ୍ତିଷ୍କ ସଙ୍କୁଚିତ ହୋଇଥାଏ । ଫଳରେ ମସ୍ତିଷ୍କର ଆକାର ଛୋଟ ହୋଇଯାଇଥାଏ ।

ଆଜି ଯାଏଁ ଧୂମ୍ରପାନର ପ୍ରଭାବ କେବଳ ଫୁସଫୁସ ଏବଂ ହୃଦୟ ଉପରେ ପଡିପାରେ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଏହାର ପ୍ରଭାବ ବର୍ତ୍ତମାନ ମସ୍ତିଷ୍କ ଉପରେ ପଡିପାରେ ବୋଲି ରିସର୍ଚ୍ଚରେ ଖୁଲାସା କରାଯାଇଛି । ଧୂମ୍ରପାନ ଫୁସଫୁସ ପାଇଁ ଯେତିକି ବିପଦ ମସ୍ତିଷ୍କ ପାଇଁ ମଧ୍ୟ ସମାନ ବିପଦ ବୋଲି କୁହାଯାଇଛି । ଏହି କାରଣରୁ ହେଉଥିବା କ୍ଷତିକୁ ଭରଣା କରାଯାଇ ପାରିବ ନାହିଁ ବୋଲି କୁହାଯାଇଛି । କୁହାଯାଇଛି ଯେ, ଧୂମ୍ରପାନ ଅଭ୍ୟାସ ବନ୍ଦ କରିବା ପରେ ସ୍ବାସ୍ଥ୍ୟ ଉପରେ କୁପ୍ରଭାବକୁ ରୋକାଯାଇ ପାରିବ କିନ୍ତୁ ଆଶଙ୍କାକୁ କମ୍ କରାଯାଇ ପାରିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଷ୍ଟ୍ରୋକ୍‌ର କାରଣ କହିଲେ ଏକ୍ସପର୍ଟ, ଧୂମ୍ରପାନ ଓ ଅଧିକ ସମୟ କାମ କରୁଥିଲେ ସାବଧାନ !

ରିପୋର୍ଟ ଅନୁସାରେ ଅଧ୍ୟୟନ ପାଇଁ ୟୁକେ ବାୟୋବ୍ୟାଙ୍କରୁ 32,094 ଜଣଙ୍କର ତଥ୍ୟ ସଂଗ୍ରହ କରାଯାଇଥିଲା । ତେବେ ଜେନ୍ଟିକ୍ସ, ଧୂମ୍ରପାନ ଇତିହାସ ଏବଂ ବ୍ରେନ ଭଲ୍ୟୁମ ମଧ୍ୟରେ ସମ୍ବନ୍ଧ ରହିଥିବା ନେଇ ଅଧ୍ୟୟନରେ ଖୁଲାସା କରାଯାଇଥିଲା । ତେବେ ରିସର୍ଚ୍ଚରେ ଖୁଲାସା କରାଯାଇଛି ଯେ, ଜଣେ ବ୍ୟକ୍ତି ଯେତେ ପରିମାଣରେ ସିଗାରେଟ ଟାଣିବେ ସମ ପରିମାଣରେ ଏହାର କୁପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ । ଏହି କାରଣରୁ ଡିମେନ୍ସିଆ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ । ବୟସ ବୃଦ୍ଧି ଏବଂ ଧୂମ୍ରପାନ ଉଭୟ ଡିମେନ୍ସିଆ ପାଇଁ ଦାୟୀ ହୋଇଥିଲେ ହେଁ ଧୂମ୍ରପାନ ମସ୍ତିଷ୍କକୁ ସଙ୍କୁଚିତ କରିପାରେ ବୋଲି କୁହାଯାଇଛି । ତେଣୁ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଧୂମ୍ରପାନ ଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.