ETV Bharat / sukhibhava

Pregnancy Safety Tips: ଗର୍ଭାବସ୍ଥାରେ ଏସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ - ଗର୍ଭଧାରଣ

ଗର୍ଭଧାରଣ ହେଉଛି ମହିଳାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ । ଏହି ସମୟ ମଧ୍ୟରେ କାର୍ଯ୍ୟକଳାପରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ ପର୍ଯ୍ୟନ୍ତ ବିଶେଷ ଯତ୍ନ ନେବାକୁ ପଡିବ । ଗର୍ଭବତୀ ମହିଳାମାନେ ମାଆ ଏବଂ ଶିଶୁର କ୍ଷତି ନହେବା ପାଇଁ ଏଭଳି ଘରକାମ ଠାରୁ ଦୂରେଇ ରହିବା ଆବଶ୍ୟକ । ଅଧିକ ପଢନ୍ତୁ

pregnant women
pregnant women
author img

By

Published : Jun 7, 2023, 2:09 PM IST

ହାଇଦ୍ରାବାଦ: ଗର୍ଭଧାରଣ ଠାରୁ ଆରମ୍ଭ କରି ପ୍ରସବ ପର୍ଯ୍ୟନ୍ତ ଜଣେ ମହିଳା ନିଜକୁ ବିଶେଷ ଯତ୍ନ ନେବାକୁ ପଡିବ । ପ୍ରତ୍ୟେକ ନଅ ମାସ ପାଇଁ ପ୍ରତ୍ୟେକ ପଦକ୍ଷେପର ଯତ୍ନ ନେବାକୁ ପଡିବ । ତାହାଲେ ଉଭୟ ମାଆ ଏବଂ ଗର୍ଭରେ ଛୁଆ ସୁରକ୍ଷିତ ରହିବେ । ଗର୍ଭାବସ୍ଥାରେ ସମୟ ବଢିବା ସହ ମହିଳାଙ୍କ ପେଟର ଆକାର ବୃଦ୍ଧି ପାଇଥାଏ । ଏହି ସମୟରେ ଓଜନ ମଧ୍ୟ ଦୃତଗତିରେ ବୃଦ୍ଧି ପାଇଥାଏ । ଓଜନ ବୃଦ୍ଧି ମହିଳାଙ୍କ ଚାଲିବା ଏବଂ କାମ କରିବା ମଧ୍ୟ କଷ୍ଟକର କରିଥାଏ ।

ଗର୍ଭାବସ୍ଥାରେ ତୁମର ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବା ଆବଶ୍ୟକ । ଏମିତି କାର୍ଯ୍ୟ ରହିଛି ଯାହା ଦ୍ବାରା ଶିଶୁ ଏବଂ ମାଆ ଉଭୟଙ୍କୁ ନିରାପଦ ରଖୁଥିବା ବେଳେ ଆଉ କିଛି କାର୍ଯ୍ୟ ବିପଦରେ ପକାଇଥାଏ । ଗର୍ଭଧାରଣ ସମୟରେ ଏହି ସବୁ କାର୍ଯ୍ୟ ଉପରେ ଧ୍ୟାନ ଦେବା ଆବଶ୍ୟକ ।

1.ଆସବାବପତ୍ର କିମ୍ବା ଭାରି ଜିନିଷ ଉଠାନ୍ତୁ ନାହିଁ: ଗର୍ଭାବସ୍ଥାରେ ବ୍ୟାୟାମ କରିବା ସହ ଚଲାବୁଲା କରିବା ଜରୁରୀ । କିନ୍ତୁ ଆସବାବପତ୍ର କିମ୍ବା ଅନ୍ୟାନ୍ୟ ଭାରୀ ଜିନିଷ ଉଠାଇବା ପାଇଁ ଡାକ୍ତର ବାରଣ କରିଥାଆନ୍ତି । ଏହା କରିବା ଦ୍ୱାରା ପିଠିରେ ଚାପ ସୃଷ୍ଟି ହୁଏ ଏବଂ ଆଘାତ ହେବାର ଆଶଙ୍କା ବଢିଥାଏ। କାରଣ ଗର୍ଭାବସ୍ଥାରେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଗଣ୍ଠି ଏବଂ ପେଲଭିକ୍ ଫ୍ଲୋରର ଟିସୁ ଦୁର୍ବଳ ହୋଇଯାଇଥାଆନ୍ତି । ଯେଉଁଥିପାଇଁ ଆଘାତ ହେବାର ଆଶଙ୍କା ବଢିଥାଏ ।

2.ଦୀର୍ଘ ସମୟ ଧରି ଛିଡା ହେବା ଠାରୁ ଦୂରେଇ ରୁହନ୍ତୁ: ଦୀର୍ଘ ସମୟ ଛିଡା ହୋଇ ଯେଉଁ କାର୍ଯ୍ୟ କରିବାକୁ ପଡେ ତାହାଠାରୁ ଦୂରେଇ ରୁହନ୍ତୁ । ସକାଳ ସମୟରେ ଅସୁସ୍ଥତା ଅନୁଭବ କରୁଥିବା ମହିଳାମାନେ ସକାଳେ ଅଧିକ ସମୟ ଠିଆ ହେବା ଉଚିତ୍ ନୁହେଁ । ଦୀର୍ଘ ସମୟ ଧରି ଠିଆ ହେବା ଆପଣଙ୍କ ପାଦ ଉପରେ ଚାପ ପକାଇପାରେ, ଯାହାଦ୍ୱାରା ଫୁଲା ଏବଂ ପିଠି ଯନ୍ତ୍ରଣା ହୁଏ । ଯଦି ଆପଣ ରୋଷେଇ କରୁଛନ୍ତି ତାହାଲେ ମଧ୍ୟ କମ ସମୟ ପାଇଁ ଛିଡା ହୁଅନ୍ତୁ । କାମ ସରିଲା ପରେ ରେଷ୍ଟ କରିବା ଆବଶ୍ୟକ ।

3.ନଇଁଯିବା ଠାରୁ ଦୂରେଇ ରୁହନ୍ତୁ: ଗାଧୋଇବା, ଚଟାଣ ସଫା କରିବା ଏବଂ ଅନ୍ୟାନ୍ୟ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ଯାହା ଆପଣଙ୍କୁ ଗର୍ଭାବସ୍ଥାରେ ନଇଁବାକୁ ପଡିପାରେ । ଗର୍ଭାବସ୍ଥାରେ ଓଜନ ବୃଦ୍ଧି ଶରୀରରେ ପରିବର୍ତ୍ତନ ଆଣିପାରେ ଏବଂ ନଇଁବା ସ୍ନାୟୁ ପାଇଁ ବିପଦଜନକ ହୋଇପାରେ ।

4. ଷ୍ଟୁଲ କିମ୍ବା ସିଡ଼ି ଉପରେ ଚଢନ୍ତୁ ନାହିଁ: ଗର୍ଭାବସ୍ଥାରେ ଷ୍ଟୁଲ କିମ୍ବା ସିଡ଼ି ଉପରେ ଚଢିବା ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ବିପଦରେ ପକାଇପାରେ । ସନ୍ତୁଳନ ବଜାୟୀ ନରହିବା ଫଳରେ ଗର୍ଭରେ ପୀଡା କିମ୍ବା ଗର୍ଭ ନଷ୍ଟ ହେବା ହେବାର ସମ୍ଭାବନା ଅଧିକ ରହିଥାଏ।

5. ବୈଦୁତିକ କାର୍ଯ୍ୟ କରନ୍ତୁ ନାହିଁ: କେବଳ ଭାରୀ କାମ ନୁହେଁ ଅନେକ ସରଳ କାର୍ଯ୍ୟ ମଧ୍ୟ ଅଛି ଯାହା ଗର୍ଭବତୀ ମହିଳାମାନେ କରିବା ଉଚିତ୍ ନୁହେଁ । କୌଣସି ବୈଦ୍ୟୁତିକ ଯନ୍ତ୍ର ସହିତ ଯୋଗାଯୋଗରୁ ଦୂରେଇ ରୁହନ୍ତୁ । ଉଦାହରଣ ସ୍ୱରୂପ ରେଫ୍ରିଜରେଟର, କଫି ମେସିନ୍ କିମ୍ବା କମ୍ପ୍ୟୁଟର ଇତ୍ୟାଦି । ଯଦି କୌଣସି କାରଣରୁ ଆପଣଙ୍କୁ ବାରମ୍ବାର ବ୍ୟବହାର କରିବାକୁ ପଡିବ, ତେବେ ସେମାନଙ୍କୁ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରନ୍ତୁ । ସାମାନ୍ୟ ବିଦ୍ୟୁତ ଆଘାତ ମଧ୍ୟ ଶିଶୁ ଉପରେ ପ୍ରଭାବ ପକାଇପାରେ ।

6. କେମିକାଲଠୁ ଦୂରେଇ ରୁହନ୍ତୁ: ଗର୍ଭବତୀ ମହିଳାମାନଙ୍କୁ ଭାରୀ କାମ ନକରିବାକୁ ପରାମର୍ଶ ଦିଆଯାଇଛି । ଯେଉଁଥିପାଇଁ, ବସି ରହିବା ପରିବର୍ତ୍ତେ ସେମାନେ ବେଳେବେଳେ ସଫା କରିବା ପରି ହାଲୁକା କାମ କରିବା ଆରମ୍ଭ କରନ୍ତି । ଲୁଗା କିମ୍ବା ବେସିନ ସଫା କରିବା ଶରୀର ଉପରେ ଚାପଗ୍ରସ୍ତ ନୁହେଁ, କିନ୍ତୁ ଏହା ସମୟରେ ବ୍ୟବହୃତ କେମିକାଲ କ୍ଷତିକାରକ ହୋଇପାରେ । କେତେକ ସଫେଇ ଦ୍ରବ୍ୟରେ ବିପଜ୍ଜନକ ରାସାୟନିକ ପଦାର୍ଥ ରହିଥାଏ, ଯାହା ଦ୍ବାରା ଉଭୟ ଗର୍ଭବତୀ ମହିଳା ଏବଂ ତାଙ୍କ ଜନ୍ମିତ ଶିଶୁକୁ କ୍ଷତି ପହଞ୍ଚାଇପାରେ । ତେଣୁ ଯଥାସମ୍ଭବ ଏହିପରି ରାସାୟନିକ ପଦାର୍ଥର ସଂସ୍ପର୍ଶରୁ ଦୂରେଇ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.