ETV Bharat / sukhibhava

ଗର୍ଭଧାରଣ ପାଇଁ ଯୋଜନା କରୁଛନ୍ତି କି ? ତମାଖୁ ନଛାଡିଲେ ଭୋଗିବେ ଜଟିଳ ସମସ୍ୟା

author img

By

Published : May 31, 2023, 11:58 AM IST

ଗର୍ଭଧାରଣ ସମୟରେ ତମାଖୁ ସେବନ ସ୍ବାସ୍ଥ୍ୟପକ୍ଷେ କୁପ୍ରଭାବ ପକାଇଥାଏ । ମହିଳାମାନେ ଗର୍ଭଧାରଣକୁ ନେଇ ଯୋଜନା କରିବା ପୂର୍ବରୁ ପ୍ରଥମେ ତମାଖୁ ବର୍ଜନ କରିବା ଆବଶ୍ୟକ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

pregnancy
pregnancy

ନୂଆଦିଲ୍ଲୀ: ଆଜି ବିଶ୍ୱ ତମାଖୁ ନିଷେଧ ଦିବସ । ନିଶା ଦ୍ରବ୍ୟ ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଜାଣିବା ସତ୍ତ୍ବେ ମଧ୍ୟ ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ତମାଖୁ ସେବନ କରିଥାନ୍ତି । ତେବେ ଏହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମହିଳାମାନେ ଗର୍ଭଧାରଣକୁ ନେଇ ପ୍ଲାନିଂ କରିବା ପୂର୍ବରୁ ପ୍ରଥମେ ତମାଖୁ ବର୍ଜନ କରିବା ଆବଶ୍ୟକ । ନହେଲେ ଗର୍ଭଧାରଣ କିମ୍ବା ଛୁଆ ଜନ୍ମ ହେବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଏନେଇ ୱୋକାର୍ଡ ହସ୍ପିଟାଲ୍, ପ୍ରସୂତି ବିଶେଷଜ୍ଞ ଡ. ରାଜଶ୍ରୀ ତାଇଶେ ଭାସଲେ କହିଛନ୍ତି,"ଧୂମପାନ ତ୍ୟାଗ କରିବାର ସର୍ବୋତ୍ତମ ସମୟ ଗର୍ଭଧାରଣର 4 ମାସ ପୂର୍ବରୁ । ଅର୍ଥାତ ଯେତେବେଳେ ଆପଣ ଗର୍ଭଧାରଣ କରିବା ପାଇଁ ଚାହୁଁଛନ୍ତି, ତାହାର 4 ମାସ ପୂର୍ବରୁ ତମାଖୁ ବର୍ଜନ କରିବା ନିହାତି ଆବଶ୍ୟକ ।"

ଅନ୍ୟପଟେ ନୋଏଡା ମଦରହୁଡ ହସ୍ପିଟାଲର ପ୍ରସୂତି ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁ ଗୁପ୍ତାଙ୍କ କହିବା ଅନୁସାରେ, "ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭଧାରଣରେ ବାଧା ଉପୁଜି ପାରେ । ଓଭାରିରେ ସମସ୍ୟା ହୋଇପାରେ । ମହିଳାଙ୍କ କ୍ଷେତ୍ରରେ ପରିପକ୍ବ ଡିମ୍ବାଣୁ ହୋଇପାରେ ନାହିଁ ।" ତେବେ ତମାଖୁ ସେବନ ଦ୍ବାରା ଗର୍ଭଧାରଣର ପ୍ରୟାସ, ଗର୍ଭାବସ୍ଥା ଏବଂ ଛୁଆଜନ୍ମ ହେବା ମଧ୍ୟ ସମସ୍ୟା ଉପୁଜିପାରେ ।

ଗର୍ଭଧାରଣର ନଅ ମାସ ମଧ୍ୟରେ ଜଣେ ମହିଳା ଧୁମ୍ରପାନ କରିଥାଏ, ତେବେ ଭ୍ରୁଣର ବିକାଶରେ ବାଧା ସୃଷ୍ଟିପାରେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ତେବେ ଧ୍ରୁମପାନ ନୁହେଁ ବରଂ ଆଖପାଖରେ କେହି ଧୂମ୍ରପାନ କରିବା ଦ୍ବାରା ପରୋକ୍ଷ ଭାବେ ଗର୍ଭବତୀ ମହିଳାଙ୍କ ପ୍ରଭାବ ପଡିଥାଏ । ସିଗାରେଟ ଟାଣିବା ଦ୍ବାରା ଏହି ଧୂଆଁ ଘଣ୍ଟାଏ ଧରି ଘରେ ରହିପାରେ । ତେଣୁ ଗର୍ଭାବସ୍ଥାରେ ସିଗାରେଟ, ବିଡି ଧୂଆଁ ଠାରୁ ଗର୍ଭବତୀଙ୍କୁ ଦୂରେଇ ରଖାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: World No Tobacco Day 2023: ତମାଖୁ ମୁକ୍ତ ବିଶ୍ୱ ଭିଜନ୍‌, 'ଖାଦ୍ୟ ଖାଆନ୍ତୁ, ତମାଖୁ ନୁହେଁ'

ରିପୋର୍ଟରେ ଏହା କୁହାଯାଇଛି ଯେ, ତମାଖୁରେ ଥିବା ନିକୋଟିନ୍ ଗର୍ଭାବସ୍ଥାରେ ଖରାପ ପ୍ରଭାବ ପକାଇଥାଏ । ନିକୋଟିନ ଏକ ଶକ୍ତିଶାଳୀ ଭାସୋକନଷ୍ଟ୍ରିକ୍ଟର ଅଟେ । ତେଣୁ ଏହା ଗର୍ଭପାତ, ଗର୍ଭଧାରଣରେ ସମସ୍ୟା, ଗର୍ଭାଶୟରେ ସମସ୍ୟା କିମ୍ବା ଶିଶୁ ଜନ୍ମ ହେବା ପରେ ମଧ୍ୟ ସମସ୍ୟା ଦେଖିଦେଇପାରେ । ଆହୁରି ମଧ୍ୟ କୁହାଯାଇଛି, ଧୂମ୍ରପାନରେ ଆକ୍ରାନ୍ତ ମହିଳାମାନେ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ସହ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଗର୍ଭବସ୍ଥାରେ ଧୂମ୍ରପାନ ଶିଶୁର ଓଠରେ ଖଣ୍ଡିଆ, ଚେପଟା ତାଳୁ, ଜନ୍ମଗତ ଡାଇଫ୍ରାଗମେଟିକ୍ ହର୍ନିଆ, ଅଙ୍ଗରେ ତ୍ରୁଟି, ଗ୍ୟାଷ୍ଟ୍ରୋସିସିସ୍, ହାଇପୋସ୍ପାଡିଆସ ସହ କମ ଓଜନର ଶିଶୁ ଜନ୍ମ ନେବା, ମୃତ ଶିଶୁ ସହ ବେଳେବେଳେ ପେଟରେ ମଧ୍ୟ ଶିଶୁର ମୃତ୍ୟୁ ହୋଇଯାଇଥାଏ ।

ପ୍ରକାଶଥାଉକି, ତମାଖୁ ବ୍ୟବହାର କରିବାର ନକରାତ୍ମକ ପ୍ରଭାବ ବିଷୟରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ 31ରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଏ । ଚଳିତ ବର୍ଷର ଥିମ ରହିଛି 'ଆମକୁ ଖାଦ୍ୟ ଦରକାର, ତମାଖୁ ନୁହେଁ ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.