ହାଇଦ୍ରାବାଦ: କେବଳ ହେୟାର କଲର୍, କେମିକାଲ-ଲେସ୍ଡ ହେୟାର ଚିକିତ୍ସା କିମ୍ବା କେଶରେ ଉତ୍ତାପର ବ୍ୟବହାର ଆପଣଙ୍କ କେଶକୁ ନଷ୍ଟ କରିପାରେ ବୋଲି ଭାବୁଛନ୍ତି କି ଆହୁରି ମଧ୍ୟ ଅନେକ କାରଣ ଅଛି, ସେଥିମଧ୍ୟରୁ ରାତିରେ ଶୋଇବା ସମୟରେ ମଧ୍ୟ ଆପଣଙ୍କ କେଶ ନଷ୍ଟ ହୋଇପାରେ ! ତେଣୁ ଆପଣ ଯେପରି ନିୟମିତ ଶୋଇବା ପୂର୍ବରୁ ତ୍ବଚାର ଯତ୍ନ ନେଉଛନ୍ତି ସେହିପରି କେଶର ମଧ୍ୟ ଯତ୍ନ ନେବା ଉଚିତ୍ । ନିମ୍ନରେ ତିନୋଟି ହେୟାର୍ କେୟାର୍(Hair Care Tips) ବାବଦରେ ଆଲୋଚନା କରାଯାଇଛି, ଯାହା ଆପଣଙ୍କ କେଶକୁ ଆକର୍ଷଣୀୟ କରିବ...
1. ଓଦା କେଶରେ ଶୋଇବା ଉଚିତ୍ ନୁହେଁ
ଓଦା କେଶ ଅଧିକ ଡ୍ୟାମେଜ ଏବଂ ଝଡିବାର ସମ୍ଭାବନା ଅଧିକ ଥାଏ । ଯେତେବେଳେ ଆମର କେଶ ଓଦା ହୋଇଥାଏ, ଝଡିବାର ଆଶଙ୍କା ଅଧିକ ଥାଏ । ଓଦା କେଶରେ ଶୋଇବା ଦ୍ବାରା ପାଣି ଏବଂ ପ୍ରାକୃତିକ ତେଲ ତକିଆରେ ଅବଶୋଷିତ ହୋଇ କେଶକୁ ଶୁଷ୍କ କରିଦେଇଥାଏ । ଏହି କାରଣରୁ, କେଶ ଝଡିବା, ଅଧାରୁ ଛିଡିଯିବା ଭଳି ସମସ୍ୟା ଦେଖାଦେଇଥାଏ ।
ଏଥିରେ ଫଙ୍ଗଲ୍ ସଂକ୍ରମଣର ହେବାର ସମ୍ଭାବନା ମଧ୍ୟ ରହିଥାଏ, କାରଣ ଓଦା କେଶ ଏବଂ ଓଦା ତକିଆ ମଧ୍ୟରେ ସୃଷ୍ଟି ହୋଇଥିବା ଆର୍ଦ୍ର ଉଷ୍ମ ପରିବେଶ ରୂପୀ ସୃଷ୍ଟି କରିଥାଏ ଫଳସ୍ୱରୂପ ଆପଣ ଏକ ସ୍କିନ୍ ଫଙ୍ଗସ୍ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ତେଣୁ, କେଶ ଶୁଖିବା ପରେ ଶୋଇବା ଭଲ ।
2. ଶୋଇବା ପୂର୍ବରୁ କେଶକୁ ହାଲୁକା ଭାବରେ ବାନ୍ଧନ୍ତୁ
ଶୋଇବା ପୂର୍ବରୁ କେଶକୁ ହାଲୁକା ଭାବେ ବାନ୍ଧିବା ପରେ ବିଛଣାକୁ ଯାଆନ୍ତୁ, ନଚେତ୍ କେଶ ଝଡିବାର ଆଶଙ୍କା ଅଧିକ ହୋଇଥାଏ । କାରଣ ଶୋଇବା ସମୟରେ ସାଧାରଣତଃ କେଶର ମୂଳ ଉପରେ ପ୍ରଭାବ ପଡିଥାଏ । ତେଣୁ କେଶକୁ ଖୋଲା ନ କରି ଶୋଇବା ପୂର୍ବରୁ ହାଲୁକା ଭାବେ ବାନ୍ଧିବା ଦ୍ବାରା କେଶ ଝଡିବା କମ୍ ହୋଇଥାଏ ।
3. ଏକ ରେଶମ କିମ୍ବା ସ୍ମୁଥ୍ ତକିଆ ବ୍ୟବହାର କରନ୍ତୁ
ଏକ ରେଶମ ତକିଆ, କେଶ ଉତ୍ପାଦ ଏବଂ ପ୍ରାକୃତିକ ତେଲରୁ ଆର୍ଦ୍ରତା ବଜାୟ ରଖିବାରେ ସାହାଯ୍ୟ କରିଥାଏ ଏବଂ ଘର୍ଷଣ ହ୍ରାସ କରିଥାଏ । କେଶ ପାଇଁ ଏକ ରେଶମ ତକିଆର ପ୍ରଭାବ ଅଧିକ ଥାଏ । ବିଶେଷ କରି ଯେଉଁମାନଙ୍କର କେଶ କୁଞ୍ଚ କୁଞ୍ଚ ଥାଏ, ସେମାନଙ୍କ ପାଇଁ ଏହା ଅଧିକ ପ୍ରଭାବୀ । ତେଣୁ ଶୋଇବା ସମୟରେ ରେଶମ କିମ୍ବା ସ୍ମୁଥ୍ ତକିଆ ବ୍ୟବହାର କରନ୍ତୁ ।