ଅକ୍ୟୁପେସନାଲ ଥେରାପି କଣ ? ଏହା ରୋଗୀକୁ କିପରି ଆରୋଗ୍ୟ ହେବାରେ ସାହାଯ୍ୟ କରେ ? ବଂଚିବା ପାଇଁ ସେ କିପରି କୌଶଳ ବିକଶିତ କରିପାରିବ? ଇଟିଭି ଭାରତ ସୁଖିଭବ ପକ୍ଷରୁ ଏ ପ୍ରସଙ୍ଗରେ ଅକ୍ୟୁପେସନାଲ ଥେରାପିଷ୍ଟ ଆରତି ରୁମାଲେଙ୍କ ସହ ଆଲୋଚନା କରାଯାଇଥିଲା । ଆରତି ରୁମାଲେ, ହାଇଦ୍ରାବାଦର ଓସମାନିଆ ହସପିଟାଲରେ ଥେରାପିଷ୍ଟ ଅଛନ୍ତି । ଆମେ ସମସ୍ତେ ପ୍ରତ୍ୟହ ଆମର ବୃତ୍ତିଗତ କାର୍ଯ୍ୟକଳାପରେ ବ୍ୟସ୍ତ ରହୁ । ନିଜକୁ ବ୍ୟସ୍ତ ରଖିବା ପାଇଁ ଦୈନନ୍ଦିନ କୌଣସି ଅର୍ଥପୂର୍ଣ୍ଣ କାର୍ଯ୍ୟକଳାପ ହିଁ ବୃତି ବା ଅକ୍ୟୁପେସନ କୁହାଯାଏ ।
![ଅକ୍ୟୁପେସନାଲ ଥେରାପି](https://etvbharatimages.akamaized.net/etvbharat/prod-images/download_2507newsroom_1595643316_131.jpg)
ଉଦାହରଣ ସ୍ୱରୂପ ପର୍ସନାଲ କେୟାର, ହାଉସକିପିଂ, ଖାଦ୍ୟ ପ୍ରସ୍ତୁତି, ଶିକ୍ଷା ଓ ସାମାଜିକ-ସଂସ୍କୃତି ପ୍ରମୁଖ । ଏସବୁ କାଯ୍ୟ ର୍କଳାପ ସ୍ୱାଧୀନ ଭାବେ କଲେ ନିଜର ଆତ୍ମବିଶ୍ୱାସ ବଢିଥାଏା ନିଜକୁ ଆତ୍ମତୃପ୍ତି ମିଳିଥାଏ । ଯଦି ଜଣେ ଛୁଆ ଚାମଚରେ ଖାଦ୍ୟ ଖାଇବା ଶିଖିନିଏ, ତାହା ହେଲେ ସେ କେତେ ଖୁସି ନ ହୁଏ !
ଏପରିକି ସେ ଚାମଚରେ ପାଣି ମଧ୍ୟ ପିଇବା ଆରମ୍ଭ କରେ । କିନ୍ତୁ ସମୟକ୍ରମେ ଛୁଆମାନଙ୍କଠାରେ ଏହି ରୋମାଂଚ କମିଯାଏା ଏହା ସେମାନଙ୍କ ନିତିନିଦିଆ କାର୍ଯ୍ୟକଳାପରେ ପରିଣତ ହୋଇଯାଏ । କିନ୍ତୁ ଏ ବାବଦରେ କେହି ଧ୍ୟାନ ଦିଅନ୍ତି ନାହିଁ ।
କିନ୍ତୁ କାହାର ଯଦି ଜନ୍ମଗତ ବିକୃତି ଥାଏ ବା ପିଲାବେଳୁ ତିକ୍ତ ଡାକ୍ତରୀ ଅନୁଭୂତି ଥାଏ, ତାହା ହେଲେ ସେ ଜଣେ କେୟାରଟେକର ଉପରେ ନିର୍ଭରଶୀଳ ହୋଇଥାଏ । ଏହା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ତାହାର ବ୍ୟକ୍ତିଗତ ବିକାଶ ହୋଇପାରେ ନାହିଁ । ଏଭଳି ଲୋକଙ୍କ ଥଇଥାନ ଓ ପ୍ରଶିକ୍ଷଣ ପାଇଁ ଅକ୍ୟୁପେସନାଲ ଥେରାପି ରହିଛି । ଏହା ଏକ ଡାକ୍ତରୀ ପେସା । ଶାରୀରିକ ଓ ମାନସିକ ଭାବେ ଅକ୍ଷମ ଲୋକଙ୍କ ପାଇଁ ଅକ୍ୟୁପେସନାଲ ଥେରାପର ପ୍ରୟୋଗ କରାଯାଏ । ବିଭିନ୍ନ ବୟସ ଶ୍ରେଣୀ ପାଇଁ ଏହି ଥେରାପି ପ୍ରୟୋଗ ହୁଏ । ଜଣେ ଅକ୍ୟୁପେସନାଲ ଥେରାପିଷ୍ଟ ବିଭିନ୍ନ ଶାରୀରିକ ଓ ମାନସିକ ରୋଗୀଙ୍କ ପାଇଁ କାମ କରିଥାନ୍ତି । ଜଣେ ଅକ୍ୟୁପେସନାଲ ଥେରାପିଷ୍ଟ ପାରାମେଡିକ ହିସାବରେ କାମ କରନ୍ତି । ବ୍ୟକ୍ତିର ଶାରିରୀକ, ସାମାଜିକ ଓ ମନସ୍ତାତ୍ୱିକ ଓ ପରିବେଶର ମୂଲ୍ୟାୟନ କରନ୍ତି । ଏସବୁ ସଂପର୍କରେ ସୂଚନା ସଂଗ୍ରହ କଲା ପରେ ଆବଶ୍ୟକ ଅନୁସାରେ ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରନ୍ତି ଅକ୍ୟୁପେସନାଲ ଥେରାପିଷ୍ଟ ।
ଥେରାପି ପରେ ପୀଡିତ ବ୍ୟକ୍ତିର ଆତ୍ମପ୍ରତ୍ୟୟ ସୃଷ୍ଟି ହୁଏ । ଅକ୍ୟୁପେସନାଲ ଥେରାପି ପ୍ରଫେସନରେ ଗୋଟିଏ ଉକ୍ତି ଯଥାର୍ଥରେ ଲାଗୁ ହେବ । ତାହା ହେଲା “medicine adds years to life, occupational therapy adds life to those years”
ଆରତି ରୁମାଲେଙ୍କ ଆପଣ ତାଙ୍କ ଇମେଲ ଜରିଆରେ ଯୋଗାଯୋଗ କରିପାରିବେ । ତାଙ୍କ ଆଇଡି ହେଲା-arthi.rumale@gmail.com