ETV Bharat / sukhibhava

Winter Skin Care: ଚର୍ମ ଶୁଷ୍କ ହୋଇଯାଉଛି କି, ଏହାକୁ ମଶ୍ଚରାଇଜର ଭାବେ ବ୍ୟବହାର କରିପାରିବେ

ଶୀତଦିନେ ତ୍ବଚା ଶୁଷ୍କ ହୋଇଯାଉଛି ? ବଜାରରେ ମିଳୁଥିବା ମଶ୍ଚରାଇଜର ବଦଳରେ ଏହାକୁ ବ୍ୟବହାର କରନ୍ତୁ ।

moisturizers for skin
moisturizers for skin
author img

By ETV Bharat Odisha Team

Published : Nov 3, 2023, 2:15 PM IST

ହାଇଦ୍ରାବାଦ: ସାଧାରଣତଃ ଶୀତ ଦିନରେ ତ୍ବଚା ଶୁଷ୍କ ହୋଇଯାଇଥାଏ। ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ସମସ୍ତେ ମଶ୍ଚରାଇଜର ବ୍ୟବହାର କରିଥାଆନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଶ୍ଚରାଇଜର ବ୍ୟତୀତ ପ୍ରାକୃତିକ ଉପାୟରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।

⚛ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ପ୍ରତିଦିନ ଭିଟାମିନ E ଅଏଲ ଲଗାନ୍ତୁ । ଏହା ଦ୍ବାରା ଶୁଷ୍କ ସମସ୍ୟା ଦୂର ହେବ ସହିତ ଚର୍ମ ଆଦ୍ର ରହିବ। ଏହା ଶରୀରରେ ଶୀଘ୍ର ମିଶିଯାଇଥାଏ । ତେବେ ସନବର୍ଣ୍ଣ ପାଇଁ ମଧ୍ୟ ଆପଣ ଭିଟାମିନ ଇ ଅଏଲ ବ୍ୟବହାର କରିପାରିବେ । ଏହା ବ୍ୟତୀତ ନଡିଆ ତେଲ, ଅଲିଭ ଅଏଲ ବା ତେଲ ଲଗାଇବା ଦ୍ବାରା ଚର୍ମ ଶୁଷ୍କ ହେବ ନାହିଁ ।

⚛ ସି ବଟରକୁ ମଧ୍ୟ ଆପଣ ଚର୍ମ କିମ୍ବା ଓଠରେ ଲଗାଇ ପାରିବେ । ଏଥରେ ରହିଥିବା ଫ୍ୟାଟି ଏସିଡ, ଭିଟାମିନ ଏବଂ ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ଚର୍ମ ସମସ୍ୟାରୁ ମୁକ୍ତି ଦେବା ସହିତ ରଙ୍ଗରେ ପରିବର୍ତ୍ତନ କରିବାରେ ମଧ୍ୟା ସାହାଯ୍ୟ କରିଥାଏ ।

⚛ ଆଲୋଭେରାରେ ଭିଟାମିନ ଏ, ସି, ଇ ଏବଂ ଭିଟାମିନ B12 ରହିଥାଏ । ଏହା ଚର୍ମକୁ ଦୀର୍ଘ ସମୟ ଧରି ଆର୍ଦ୍ର କରି ରଖିବାରେ ସାହାଯ୍ୟ କରିଥାଏ । ଏହାସହିତ ଆକନୀ ଏବଂ ରାସେସ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

⚛ ସାଧାରଣତଃ ଦହି ଏବଂ ବଟର ମିଲ୍କରେ ଲାକ୍ଟିକ ଏସିଡ ରହିଥାଏ । ତେବେ ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ଚର୍ମକୁ ଆଦ୍ର ରଖିବାରେ ସାହାଯ୍ୟ କରିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଆଲୋଭେରା ଫେସ ମାସ୍କ ଅଥବା ଆଲୋଭେରା ଲଗାଇବା ପାଇଁ ପରାମର୍ଶ ଦେଇଥାଆନ୍ତି । କିଛି ଦିନ ଏଭଳି କରିବା ଦ୍ବାରା ଫରକ ଜାଣି ହେବ।

ଏହା ମଧ୍ୟ ପଢନ୍ତୁ: ଏହି ତେଲରେ ପ୍ରସ୍ତୁତ କରନ୍ତୁ ମଶ୍ଚରାଇଜର: କାମୁଡିବନି ମଶା, ସ୍କିନ କରିବ ଗ୍ଲୋ !

⚛ ତେବେ ନିକଟରେ ଏକ ଷ୍ଟଡିରୁ ଜଣାପଡିଛି ଯେ, ଗୋଲାପ ଜଳରେ ମଶ୍ଚୁରାଇଜିଂ ଗୁଣ ଅଧିକ ରହିଥାଏ । ଯାହା କି ଚର୍ମ ପାଇଁ ଉପକାରୀ ବୋଲି କୁହାଯାଇଛି । ତେବେ ଏକ ବୋତଲରେ ଗୋଲାପ ଜଳ ନେଇ ପ୍ରତିଦିନ ସ୍ପ୍ରେ କରନ୍ତୁ। ଏହା ଦ୍ବାରା ଦିନସାରା ଚର୍ମ ଶୁଷ୍କ ରହିବ ନାହିଁ।

⚛ କାକୁଡି ଖାଇବା ଶରୀର ପାଇଁ ଉପକାରୀ ଅଟେ । ଏହା ଚର୍ମରେ ଆର୍ଦ୍ରତା ବଜାୟୀ ରଖିଥାଏ । ତେବେ ଏହାକୁ ଖାଇବା ପରିବର୍ତ୍ତେ ଏକ ପେଷ୍ଟ କରି ମୁହଁରେ ମଧ୍ୟ ଲଗାଇ ପାରିବେ । ନଚେତ କାକୁଡିକୁ ଗୋଲଗୋଲ କାଟି ଆଖି ଏବଂ ମୁହଁରେ ରଖିପାରିବେ । କିଛି ସମୟ ପରେ ଫରକ ଜଣାପଡିଥାଏ ।

⚛ ତେବେ ସମସ୍ତେ କଦଳୀ ଖାଇ ଚୋପାକୁ ଫିଙ୍ଗି ଦେଇଥାଆନ୍ତି । କିନ୍ତୁ ଏହାର ଏକ ପେଷ୍ଟ କରି ମୁହଁରେ ଲଗାଇବା ଦ୍ବାରା ଚର୍ମରେ ଉଜ୍ବଳତା ଆସିଥାଏ ବୋଲି କୁହାଯାଇଛି। ଏହାସହ ଏଥିରେ ରହିଥିବା ଭିଟାମିନ ସି ଗୁଣ ଚର୍ମକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ ।

⚛ ମହୁକୁ ନେଇ ମୁହଁରେ ଲଗାଇ ଅଧଘଣ୍ଟା ସୁଖିବା ପରେ ଗରମ ପାଣିରେ ଧୋଇ ଦିଅନ୍ତି । ତେବେ ଏହା ଦ୍ବାରା ଚର୍ମରେ ଉଜ୍ବଳତା ଆସିଥାଏ ।

⚛ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କେତେକ ଜିନିଷରେ କିଛି ଲୋକଙ୍କର ଆଲର୍ଜି ରହିଥାଏ। ତେଣୁ ଏହାକୁ ବ୍ୟବାହର କରିବା ପୂର୍ବରୁ ପ୍ୟାଚ ଟେଷ୍ଟ କରିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.