ETV Bharat / sukhibhava

ଏଣିକି ଟ୍ରୁଏନାଟ ପରୀକ୍ଷା କରିବ H3N2-H1N1, ଶୀଘ୍ର ଚିହ୍ନଟ ହେବ ଲକ୍ଷଣ - ମୋଲବିଓ ଡାଇଗ୍ନୋଷ୍ଟିକ୍ସ

ଏଣିକି H3N2 ଏବଂ H1N1 ଭୂତାଣୁ ପରୀକ୍ଷଣରେ ବିନିଯୋଗ ହେବ ମୋଲବିଓ ଡାଇଗ୍ନୋଷ୍ଟିକ୍ସ(Molbio Diagnostics Pvt. Ltd)ର ରିଅଲ୍ ଟାଇମ୍ ପିସିଆର୍ ଟେଷ୍ଟ କିଟ୍ ଟ୍ରୁଏନାଟ(Truenat) । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 4, 2023, 12:09 PM IST

ନୂଆଦିଲ୍ଲୀ: ଦେଶରେ ଇନଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ଆସିଲା ଖୁସିଖବର । ମୋଲବିଓ ଡାଇଗ୍ନୋଷ୍ଟିକ୍ସ(Molbio Diagnostics Pvt. Ltd) ଏକ ରିଅଲ୍ ଟାଇମ୍ ପିସିଆର୍ ଟେଷ୍ଟ କିଟ୍ ଟ୍ରୁଏନାଟ(Truenat) ଏଣିକି H3N2 ଏବଂ H1N1 ଭୂତାଣୁ ପରୀକ୍ଷଣରେ ବିନିଯୋଗ ହେବ । ଇନଫ୍ଲୁଏଞ୍ଜା ସଂକ୍ରମଣ ଚିହ୍ନଟ କରିବାରେ ଏହା ବେଶ୍ ପ୍ରଭାବୀ ବୋଲି କମ୍ପାନୀ କହିଛି ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଟ୍ରୁଏନାଟ୍ H3N2 / H1N1 ହେଉଛି ପ୍ରଥମ ପଏଣ୍ଟ ଅଫ୍ କେୟାର ରିଅଲ୍ ଟାଇମ୍ PCR ଟେଷ୍ଟ୍ କିଟ୍, ଯାହା ଇନଫ୍ଲୁଏଞ୍ଜା ସଂକ୍ରମଣ ଚିହ୍ନଟରେ ସାହାଯ୍ୟ କରିବ । ଏହି ପରୀକ୍ଷା କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍(ସିଡିଏସକୋ) ଦ୍ୱାରା ଅନୁମୋଦନ ପ୍ରାପ୍ତ । ଏଥିସହ ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନମୁନା-ଫଳାଫଳ ମଧ୍ୟ ପ୍ରଦାନ କରିବାରେ ପ୍ରଭାବୀ ବୋଲି ବିବୃତ୍ତିରେ କୁହାଯାଇଛି ।

ଟ୍ରୁଏନାଟ୍, ଏକ ପଏଣ୍ଟ୍ ଅଫ୍ କେୟାର, ପୋର୍ଟେବଲ୍, ବ୍ୟାଟେରୀ ଚାଳିତ, ଇଣ୍ଟରନେଟ୍ ଅଫ୍ ଥିଙ୍ଗ-ଏନେବଲ୍ଡ, ମଲ୍ଟି ଡିଜିଜ୍, ରିଅଲ୍ ଟାଇମ୍ PCR ପ୍ଲାଟଫର୍ମ, କୋଭିଡ୍-19, ଯକ୍ଷ୍ମା, ହେପାଟାଇଟିସ୍ ବି ଏବଂ ସି ଭଳି 40ରୁ ଅଧିକ ରୋଗ ପାଇଁ ପରୀକ୍ଷା ପ୍ରଦାନ କରୁଛି । ଏହା ସହ HIV, HPV, ଡେଙ୍ଗୁ, ମ୍ୟାଲେରିଆ, ନିପା ଏବଂ ଟାଇଫଏଡ୍ ମଧ୍ୟ ଚିହ୍ନଟ କରୁଛି ।

ଏହା ମଧ୍ୟ ପଢନ୍ତୁ:- ଦୀର୍ଘ 50 ବର୍ଷ ପରେ ଚନ୍ଦ୍ରକୁ ମାନବ ପଠାଇବ ନାସା, ସାମିଲ୍ ହେବେ ପ୍ରଥମ କୃଷ୍ଣକାୟ ମହିଳା

ଏହି ପରୀକ୍ଷା ବର୍ତ୍ତମାନ ଟ୍ରୁଏନାଟ୍ ମେସିନ୍ ଉପରେ କାର୍ଯ୍ୟ କରିବ, ଯାହା 3500ରୁ ଅଧିକ PHC/CHC ଏବଂ ସମଗ୍ର ଭାରତରେ 1200ରୁ ଅଧିକ ଘରୋଇ ଲ୍ୟାବ ଏବଂ ଡାକ୍ତରଖାନାରେ ନିୟୋଜିତ ହେବ । ଏହି ସୁବିଧା ପରେ ସ୍ୱାସ୍ଥ୍ୟସେବା ଶୃଙ୍ଖଳାର ସମସ୍ତ ସ୍ତରରେ ରୋଗୀଙ୍କୁ ଶୀଘ୍ର ନିରାକରଣ କରିବା ସମ୍ଭବ ହେବ ବୋଲି କମ୍ପାନୀ କହିଛି । ମଲବିଓ ଡାଇଗ୍ନୋଷ୍ଟିକ୍ସର ସିଇଓ, ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀରାମ ନଟରାଜନ୍ କହିଛନ୍ତି ଯେ, ଟ୍ରୁଏନାଟ୍ ପ୍ଲାଟଫର୍ମର ବିଭିନ୍ନ ପ୍ରକାର ରୋଗ(ମଲ୍ଟି-ଡିଜିଜ୍) ପରୀକ୍ଷା କ୍ଷମତା ସମସ୍ତ ପ୍ରକାର ମହାମାରୀ ଏବଂ ରୋଗ ବିସ୍ତାରକୁ ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟସେବା ସୁବିଧା ଯୋଗାଇବାରେ ସହାୟକ ହେବ ।

ସି.ଟି.ଓ ଏବଂ ମଲବିଓ ଡାଇଗ୍ନୋଷ୍ଟିକ୍ସର ନିର୍ଦ୍ଦେଶକ ଡ.ଚନ୍ଦ୍ରଶେଖର ନାୟାର କହିଛନ୍ତି ଯେ, "ରୋଗ ନିରାକରଣ ଏବଂ ପରିଚାଳନାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ପଲିମେରେଜ୍ ଚେନ୍ ରିଆକ୍ସନ୍ (PCR) କିମ୍ବା ରିଅଲ୍ ଟାଇମ୍ PCR ପରି ମଲିକୁଲାର ପ୍ରଣାଳୀ ବ୍ୟବହାର କରିବା ଜରୁରୀ । ଟ୍ରୁଏନାଟ୍ ଏକ ପଏଣ୍ଟ୍ ଅଫ୍ କେୟାର ମଲିକୁଲାର ପ୍ଲାଟଫର୍ମରେ ଏକ ଗେମ୍ ଚେଞ୍ଜର୍ ଭାବେ କାର୍ଯ୍ୟ କରିବ । ଆବଶ୍ୟକତା ସମୟରେ ଏହି କିଟ୍ 40 ରୁ ଅଧିକ ପରୀକ୍ଷା କରିପାରିବ । ଟ୍ରୁଏନାଟ୍ H3N2/H1N1 ପରୀକ୍ଷଣରେ ଆଉ ଏକ ମାଇଲଖୁଣ୍ଟ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.