ETV Bharat / sukhibhava

ମଧୁମେହର ମାତ୍ରାକୁ କମ କରିପାରେ ଏହି ପାନୀୟ, ରିସର୍ଚ୍ଚରେ ଖୁଲାସା

ଟାଇପ-2 ମଧୁମେହକୁ ମାତ ଦେବା ପାଇଁ ଏକ ପାନୀୟର ସୁରାକ ପାଇଲେ ବୈଜ୍ଞାନିକ। କମିବ ରକ୍ତ ଶର୍କରା ହାର। ଅଧିକ ପଢନ୍ତୁ

Kombucha
Kombucha
author img

By

Published : Aug 8, 2023, 5:08 PM IST

ହାଇଦ୍ରାବାଦ: ରକ୍ତଚାପ ଏବଂ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କହିବାକୁ ଗଲେ ଘରେ ଘରେ ଏହି ରୋଗୀ ଚିହ୍ନଟ ହେଉଛନ୍ତି। ଟାଇପ୍-୨ ମଧୁମେହ ବିଶ୍ୱବ୍ୟାପୀ ଏକ ଗୁରୁତର ସମସ୍ୟା ହୋଇଛି। 2021 ମସିହାରେ ବିଶ୍ବର 529 ମିଲିୟନ ଲୋକ ଏହି ରୋଗର ଶିକାର ହୋଇଥିଲେ। ଯଦି ଏହି ରୋଗୀଙ୍କ ସଂଖ୍ୟା ଏଭଳି ମାତ୍ରାରେ ବୃଦ୍ଧି ପାଏ ତାହେଲେ ଭବିଷ୍ୟତରେ ସ୍ଥିତି ଅସମ୍ଭାଳ ହେବ ବୋଲି କୁହାଯାଉଛି। ଅନୁସନ୍ଧାନକାରୀମାନେ ଉଦ୍ବେଗ ପ୍ରକାଶ କରି କହିଛନ୍ତି, ଯେଉଁ ହାରରେ ମଧୁମେହ ରୋଗ ବୃଦ୍ଧି ପାଉଛି, ଆଗାମୀ 25-30 ବର୍ଷ ମଧ୍ୟରେ ଅର୍ଥାତ 2050 ସୁଦ୍ଧା ଏହି ସଂଖ୍ୟା 1.3 ବିଲିୟନ (130 କୋଟି) ରୁ ଅଧିକ ଲୋକ ହେବ ବୋଲି କୁହାଯାଇଛି। ତେଣୁ ଅଳ୍ପ ବୟସରୁ ହିଁ ଏହି ରୋଗକୁ ରୋକିବା ଆବଶ୍ୟକ ବୋଲି କୁହାଯାଇଛି।

ସ୍ବାସ୍ଥ୍ଯ ବିଶେଷଜ୍ଞଙ୍କ କହିବା ଅନୁସାରେ, ମଧୁମେହ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟକୁ ଠିକ୍ ରଖିବା ଆବଶ୍ୟକ। ଏହା ବ୍ୟତୀତ, କିଛି ସରଳ ଉପାୟ ଆପଣାଇ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରାଯାଇପାରେ। ତେବେ ମଧୁମେହକୁ ଚେକ ଦେବା ପାଇଁ ବୈଜ୍ଞାନିକମାନେ ଏକ ପାନୀୟର ସୁରାକ ପାଇଛନ୍ତି। କୋମ୍ବୁଚା ପାନୀୟ ମଧୁମେହକୁ ନିୟନ୍ତ୍ରଣ ଦେଇପାରିବ ବୋଲି ଜଣାପଡିଛି।

ଜର୍ଜେଟାଉନ୍ ୟୁନିଭରସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଟାଇପ୍-୨ ମଧୁମେହ ରୋଗୀ ଯେଉଁମାନେ ଏକ ମାସ ପାଇଁ ଫେଣ୍ଟେଡ୍ କମ୍ବୁଚା ଚା ପିଇଥିଲେ, ସେମାନଙ୍କ ରକ୍ତରେ ଶର୍କରା ସ୍ତର କମ ହୋଇଥିଲା ଅର୍ଥାତ ନିୟନ୍ତ୍ରଣକୁ ଆସିଥିଲା। କମ୍ବୁଚା ଚା'ରେ ବ୍ୟାକ୍ଟେରିଆ ରହିଥାଏ। ଯାହାକି ରକ୍ତଶର୍କରାର ସ୍ତରକୁ କମ କରିବା ସହିତ ଟାଇପ୍-୨ ମଧୁମେହଙ୍କ ପାଇଁ ରାମବାଣ ହୋଇପାରିବ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି। ଏହା ଖ୍ରୀଷ୍ଟପୂର୍ବ 200 ରୁ ଚାଇନାରେ ବ୍ୟବହୃତ ହୋଇଆସୁଛି ଏବଂ ପାରମ୍ପାରିକ ଚାଇନାର ଚିକିତ୍ସାରେ ମଧ୍ୟ ଏହା ବ୍ୟବହୃତ ହେଉଥିବା ରିପୋର୍ଟରେ କୁହାଯାଇଛି।

ଏହା ମଧ୍ୟ ପଢନ୍ତୁ: Type 2 Diabetes: କାହିଁକି ଛୁଆଙ୍କ କ୍ଷେତ୍ରରେ ଅଧିକ ଦେଖାଦେଉଛି ଟାଇପ-2 ମଧୁମେହ

ଫ୍ରଣ୍ଟିଅର୍ସ ଇନ୍ ନ୍ୟୁଟ୍ରିସନ୍ ପତ୍ରିକାରେ ଏହି ଫଳ ପ୍ରକାଶିତ ହୋଇଛି। ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀଙ୍କ ଉପରେ 4 ସପ୍ତାହ ବା ଏକ ମାସ ଯାଏଁ ନଜର ରଖାଯାଇଥିଲା। 12ଜଣ ସାମିଲ ହୋଇଥିଲେ। ତେବେ ଯେଉଁ ଲୋକମାନେ ଦିନକୁ ପ୍ରାୟ 220 ଗ୍ରାମ କମ୍ବୁଚା ଚା ପିଉଥିଲେ,ସେମାନଙ୍କର ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ହୋଇଥିବା ଦେଖିବାକୁ ମିଳିଥିଲା। ଅଧ୍ୟୟନର ଅଂଶଗ୍ରହଣକାରୀଙ୍କ ହାରାହାରି ବୟସ 57 ଥିଲା, ସେମାନଙ୍କ ମଧ୍ୟରୁ ନଅ ଜଣ ମଧ୍ୟ ଇନସୁଲିନ୍ ଥେରାପିରେ ମଧ୍ୟ ରହିଥିଲେ।

ଅଧ୍ୟୟନର ବିଶ୍ଳେଷଣରୁ ଜଣାପଡିଛି ଯେ, ଅନୁସନ୍ଧାନ ସମୟରେ ଯେଉଁମାନେ ଏହି ଚା ଖାଉଥିଲେ, ସେମାନଙ୍କର ଶର୍କରା ସ୍ତର 164 ମିଗ୍ରା ରୁ 116 ମିଗ୍ରା ପ୍ରତି ହ୍ରାସ ପାଇଥିଲା। ବିଶ୍ୱବିଦ୍ୟାଳୟ ଦ୍ବାରା ପ୍ରକାଶିତ ଅନୁସନ୍ଧାନର ସାରାଂଶ ଅନୁଯାୟୀ, ଆମେରିକୀୟ ଡାଇବେଟିସ୍ ଆସୋସିଏସନ୍ ରକ୍ତରେ ଶର୍କରା ସ୍ତରକୁ ଡିସିଲିଟର ପିଛା 70 ରୁ 130 ମିଲିଗ୍ରାମ ମଧ୍ୟରେ ରଖିବାକୁ ପରାମର୍ଶ ଦିଆଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ଚା' ପିଇବା ଦ୍ବାରା ଶର୍କରା ସ୍ତରକୁ ହ୍ରାସ କରିବା ସମ୍ଭବ ଅଟେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.