ETV Bharat / sukhibhava

ଯକୃତ ନମିଳିବାରୁ ପରପାରିରେ ପିଣ୍ଟୁ ନନ୍ଦ: ଯକୃତ ଦାନ ପାଇଁ ଦାତାଙ୍କ କଣ ଯୋଗ୍ୟତା ଆବଶ୍ୟକ, ଜାଣନ୍ତୁ - ଲିଭର୍ ଟ୍ରାନ୍ସପ୍ଲାଣ୍ଟେସନ

ଶେଷରେ ଯକୃତ ଦାତା ନମିଳିବାରୁ ଆଖି ବୁଜିଲେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ଯକୃତ ଦାନ ପାଇଁ ଦାତାଙ୍କ ଯୋଗ୍ୟତା କ'ଣ ରହିଥିବା ଆବଶ୍ୟକ, ଜାଣନ୍ତୁ

Female Doctor showing human liver.
Female Doctor showing human liver.
author img

By

Published : Mar 2, 2023, 11:32 AM IST

Updated : Mar 2, 2023, 12:00 PM IST

ହାଇଦ୍ରାବାଦ: ଶେଷରେ ନିରାଶ ହେବାକୁ ପଡିଛି ଅଭିନେତା ପିଣ୍ଟୁ ନନ୍ଦଙ୍କ ପ୍ରତିଟି ଶୁଭେଚ୍ଛୁଙ୍କୁ । ଓଡିଆ କଳା ଜଗତକୁ ସହିବାକୁ ପଡିଛି ଆଉ ଜଣେ କିମ୍ବଦନ୍ତୀ କଳାକାରଙ୍କ ଅଭାବ, ପ୍ରତିଟି ସମ୍ପର୍କୀୟଙ୍କୁ ଭିଜିବାକୁ ପଡିଛି ଦୁଃଖର ବାରିଧାରାରେ । କେତେ ଆଶା, କେତେ ଉଦ୍ଦୀପନା ଯେପରି ପାଣି ଫୋଟକା ଭଳି ମିଳେଇ ଯାଇଛି । ଦୀର୍ଘଦିନର ଚିକିତ୍ସା, ଆର୍ଥିକ ଅନୁଦାନ, କୋଟି କୋଟି ପ୍ରଶଂସକଙ୍କ ଶୁଭେଚ୍ଛା ଓ ଶୁଭକାମନା ସତ୍ତ୍ବେ ଶେଷରେ ଆରପାରିକୁ ଚାଲିଯିବାକୁ ପଡିଛି ପିଣ୍ଟୁଙ୍କୁ ।

ଯକୃତ ଜନିତ ସମସ୍ୟା(ଲିଭର୍ ସିରୋସିସ୍‌) ରୋଗରେ ପୀଡିତ ହେବା ଦିନରୁ ଏନେଇ ଖବର ପ୍ରସାରଣ ହୋଇଆସୁଛି । ତାଙ୍କ ଚିକିତ୍ସା ପାଇଁ ବିପୁଳ ଟଙ୍କା ସାଙ୍ଗକୁ ଯକୃତ ଦାତାଙ୍କର ମଧ୍ୟ ଆବଶ୍ୟକ ଥିଲା । ପରେ ଆର୍ଥିକ ଅନୁଦାନ ମିଳିଥିଲା, ଡୋନର୍ ମଧ୍ୟ ଯକୃତ ଦାନ କରିବାକୁ ଆଗେଇ ଆସିଥିଲେ । ତଥାପି କାହିଁକି ତାଙ୍କର ଯକୃତ ପ୍ରତିରୋପଣ ହୋଇପାରିଲାନି, ଏଥିପାଇଁ କି କି ନିୟମ ରହିଛି । ଲିଭର୍ ଟ୍ରାନ୍ସପ୍ଲାଣ୍ଟ ପାଇଁ କଣ ସବୁ ଆବଶ୍ୟକତା ରହିଛି, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:- Pintu Nanda Passes Away: ଆରପାରିରେ ଅଭିନେତା ପିଣ୍ଟୁ ନନ୍ଦ

ଖବର ଅନୁସାରେ ପିଣ୍ଟୁ ନନ୍ଦଙ୍କ ଯକୃତ ନଷ୍ଟ ହୋଇ ଯାଇଥିଲା । ଯକୃତ ପ୍ରତିରୋପଣ ପରେ ସେ ସୁସ୍ଥ ହୋଇ ପାରିଥାନ୍ତେ । ଏଥିପାଇଁ 50 ଲକ୍ଷ ଟଙ୍କା ସାଙ୍ଗକୁ ଯକୃତ ଦାତା(ଲିଭର୍ ଡୋନର୍‌)ଙ୍କର ଆବଶ୍ୟକତା ଥିଲା । ଓଲିଉଡ୍‌ର ବହୁ କଳାକାର ଏବଂ ଓଡିଶାବାସୀ ତାଙ୍କୁ ସହାୟତାର ହାତ ବଢାଇଥିଲେ । ଫୋବ୍ରୁଆରୀ 7ରେ ପ୍ରଥମେ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର୍ ଆଣ୍ଡ ବାଇଲିଆରି ସାଇନ୍ସ ନିଆଯାଇଥିଲା । ସେଠାରେ ଯକୃତ ଦାତା ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା । ପରିବାରର ଅନେକ ଲୋକ ତାଙ୍କୁ ଲିଭର ଦାନ କରିବାକୁ ଆଗେଇ ଆସିଥିଲେ, ମାତ୍ର ଏଥିପାଇଁ ଦାତାଙ୍କ ଯୋଗ୍ୟତା ମ୍ୟାଚ୍(ମେଳ) ହୋଇନଥିଲା । ତେବେ ଏଥିପାଇଁ କି କି ଯୋଗ୍ୟତା ଆବଶ୍ୟକତା ଜାଣନ୍ତୁ...

ଲିଭର ଦାତାଙ୍କ ଯୋଗ୍ୟତା

ଜଣେ ଯକୃତ ଦାତା 18-55 ବର୍ଷ ବୟସର ହୋଇଥିବେ ।

ସେ ସୁସ୍ଥ ଥିବେ, ତାଙ୍କ ଓଜନ 50-85 କିଲୋଗ୍ରାମ ମଧ୍ୟରେ ରହିଥିବ ।

ଅତ୍ୟଧିକ ମେଦବହୁଳ ହୋଇନଥିବେ ।

ଯକୃତ ଗ୍ରହିତାଙ୍କ ରକ୍ତ ବିଭାଗ(ବ୍ଲଡ୍ ଗ୍ରୁପ) ସହ ସମାନ କିମ୍ବା 'ଓ' ବ୍ଲଡ୍ ଗ୍ରୁପର ହୋଇଥିବେ ।

ତାଙ୍କର ଲିଭର୍ ଏବଂ କିଡନୀ ସଠିକ୍ ଭାବେ କାମ କରୁଥିବା ଆବଶ୍ୟକ ।

ଯକୃତ ଦାତାଙ୍କ କି କି ପରୀକ୍ଷା କରାଯାଏ

ବ୍ଲଡ୍ ଟେଷ୍ଟ

ଚେଷ୍ଟ୍ ଏକ୍ସ-ରେ

ସିଟି ସ୍କାନ୍

ଇଲେକ୍ଟ୍ରୋକାର୍ଡିଓଗ୍ରାମ

ଫିଜିକାଲ ଏକ୍‌ଜାମ୍

ଟିସୁ ମ୍ୟାଚିଂ

ଯକୃତ କାର୍ଯ୍ୟ

ଲିଭର ଆମ ଶରୀରର ହଜମ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ନିଭାଇଥାଏ । ସଠିକ୍ ହଜମ ପ୍ରକ୍ରିୟା, ମେଟାବୋଲିଜିମ୍, ବିଷାକ୍ତ ପଦାର୍ଥ ଅପସାରଣ ଏବଂ ପୁଷ୍ଟିକର ସଂରକ୍ଷଣରେ ସାହାଯ୍ୟ କରେ ଲିଭର । ଆମର ସାମଗ୍ରିକ ସ୍ବାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରଭାବିତ କରିବାରେ ଲିଭର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆମେ ଯାହା ଖାଉଛନ୍ତି କିମ୍ବା ପିଉଛନ୍ତି ତାହା ଯକୃତ ଦେଇ ପାକସ୍ଥଳୀକୁ ଯାଇଥାଏ । ଯକୃତ ବିନା ଜୀବନ ବଞ୍ଚିବା ଅସମ୍ଭବ । ଏହା ଶରୀରର ଏକ ସୂକ୍ଷ୍ମ ଅଙ୍ଗ, ଯଦି ଆପଣ ଯକୃତରେ ଯତ୍ନ ନେବାରେ ଅବହେଳା କରନ୍ତି ତେବେ ଅତି ସହଜରେ ପ୍ରଭାବିତ ହୁଏ । ତେଣୁ ଯକୃତକୁ ସୁସ୍ଥ ରଖିବା ପାଇଁ ଆମକୁ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଜୀବନ ଯେତେ ବ୍ୟସ୍ତ ବହୁଳ ହେଉନା କାହିଁକି, 'ସ୍ବାସ୍ଥ୍ୟ ହିଁ ସମ୍ପଦ' ଭୁଲିଯିବା ଉଚିତ୍ ନୁହେଁ ।'

Last Updated : Mar 2, 2023, 12:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.