ETV Bharat / sukhibhava

ସ୍ମାର୍ଟଫୋନ୍‌ର ପାର୍ଶ୍ବ ପ୍ରତିକ୍ରିୟାରୁ ବର୍ତ୍ତିବାକୁ ଚାହୁଁଥିଲେ ମାନନ୍ତୁ ଏହି ନିୟମ

author img

By

Published : Apr 21, 2023, 3:48 PM IST

ସ୍ମାର୍ଟଫୋନ୍ ଓ ଲାପ୍‌ଟପ୍‌ର ବହୁଳ ବ୍ୟବହାର କାରଣରୁ ପିଲାଠୁ ବୟସ୍କ ସମସ୍ତଙ୍କର ଚକ୍ଷୁ ସମସ୍ୟା ଦେଖାଯାଉଛି । ଏହି ସମସ୍ୟାକୁ ଏଡାଇବା ପାଇଁ କଣ କରିବେ, ଜାଣନ୍ତୁ...

Etv Bharat
Etv Bharat

ହାଇଦ୍ରାବାଦ: ଆମ ଆଖି କେତେ ସମ୍ବେଦନଶୀଳ ତାହା ସମସ୍ତଙ୍କୁ ଜଣା । ସମସ୍ତେ ଏହା ମଧ୍ୟ ଜାଣନ୍ତି ଯେ, ମୋବାଇଲ୍ ସ୍କ୍ରିନ୍ କେବଳ ଆଖିକୁ କ୍ଷତି ପହଞ୍ଚାଏ ନାହିଁ, ବରଂ ଆଖି ସହ ଜଡିତ ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । କିନ୍ତୁ ଏହା ସତ୍ତ୍ବେ ଅଧିକାଂଶ ଲୋକ ମୋବାଇଲ୍ ବ୍ୟବହାର କରିବା ସମୟରେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତି ନାହିଁ । ଯଦି ମୋବାଇଲର ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡାଇବାକୁ ଚାହୁଁଛନ୍ତି ତେବେ ଆଖିର ଯତ୍ନ ନେବା ନିହାତି ଆବଶ୍ୟକ ।

ଦିଲ୍ଲୀର ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ସଂଗୀତା ଭଣ୍ଡାରୀ କହିଛନ୍ତି ଯେ, କେବଳ ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ନୁହେଁ ବରଂ ଭୁଲ୍ ବ୍ୟବହାର ହେତୁ ଅନେକ ପ୍ରକାରର ସମସ୍ୟା ମଧ୍ୟ ବଢୁଛି । ବାସ୍ତବରେ ମୋବାଇଲକୁ ଆଖିର ଅତି ନିକଟତର ରଖିବା, ଏହାକୁ ଅଧିକ କିମ୍ବା କମ ଆଲୋକରେ ଦେଖିବା ଦ୍ବାରା ଆଖି ଉପରେ ଚାପ ପଡିଥାଏ । ବେଳେବେଳେ ଏହାର ଗମ୍ଭୀର ପ୍ରଭାବ ମଧ୍ୟ ଦେଖାଯାଏ, ଯେପରିକି ଦୃଷ୍ଟି ଶକ୍ତି ହରାଇବା, ଅସ୍ପଷ୍ଟ ଦୃଷ୍ଟିଶକ୍ତି, କ୍ରମାଗତ ମୁଣ୍ଡବିନ୍ଧା, ପଢ଼ିବା ସମୟରେ ଏକାଗ୍ର ହେବାରେ ଅସୁବିଧା, ଆଖି ଚର୍ମରେ କୁଞ୍ଚନ, କ୍ରମାଗତ ଆଖି ଜ୍ବଳନ ଏବଂ ଯନ୍ତ୍ରଣା ଇତ୍ୟାଦି ଦେଖାଯାଏ ।

ଏଗୁଡିକ ବ୍ୟତୀତ, ମୋବାଇଲ୍ ସାମ୍ନାରେ ଅଧିକ ସମୟ ବିତାଇବା ହେତୁ, ଅନ୍ୟାନ୍ୟ ଅନେକ ଗୁରୁତର ସମସ୍ୟାର ଆଶଙ୍କା ମଧ୍ୟ ବଢିଥାଏ, ସେହି ସବୁ ସମସ୍ୟା ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଅନ୍ଧାର କିମ୍ବା ନିମ୍ନ ଆଲୋକରେ, ମୋବାଇଲରୁ ବାହାରୁଥିବା ଶକ୍ତିଶାଳୀ ଆଲୋକ ଯୋଗୁଁ, ଆଖିର ସ୍ନାୟୁ ସଂକୀର୍ଣ୍ଣ ହୋଇପାରେ ।
  • କ୍ରମାଗତ ମୁଣ୍ଡବିନ୍ଧାର ସମସ୍ୟା ବଢିପାରେ ।
  • ଧ୍ୟାନ ଦେବାରେ ଅସୁବିଧା ହୋଇପାରେ ।
  • ସାଧାରଣ ଦର୍ଶନରେ ଅସ୍ପଷ୍ଟତା ବୃଦ୍ଧି ପାଇପାରେ ।
  • ବେଳେବେଳେ, ମୋବାଇଲ୍‌ଠାରୁ ଦୂରରେ ଏବଂ ଅନ୍ୟ କୌଣସି ସ୍ଥାନକୁ ଚାହିଁଲେ, କିଛି କ୍ଷଣ ପାଇଁ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଦେଖା ଯାଇପାରେ ।
  • ଦୃଷ୍ଟିଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଯେହେତୁ ମୋବାଇଲକୁ ଦେଖିବା ସମୟରେ ଆମର ଆଖିପତା କମ୍ ପଡିଥାଏ, ଏହି କାରଣରୁ ଆଖିରେ ଶୁଷ୍କତା ବଢିବାକୁ ଲାଗେ । ଫଳରେ ଆଖି କୁଣ୍ଡେଇ ହେବା ଏବଂ ଜ୍ବଳନ ସମସ୍ୟା ମଧ୍ୟ ଆରମ୍ଭ ହୁଏ ।
  • ଏକ ବସ୍ତୁକୁ ଦେଖିବା ଏବଂ ଗୋଷ୍ଠୀର ଗୋଟିଏ ବସ୍ତୁ ଉପରେ ଧ୍ୟାନ ଦେବାରେ ଅସୁବିଧା ହୋଇପାରେ ।
  • ମୋତିଆବିନ୍ଦୁ କିମ୍ବା ଅନ୍ୟ ଆଖି ସମ୍ବନ୍ଧୀୟ ରୋଗର ସମ୍ଭାବନା ଥାଏ ।

ଏସବୁ ସମସ୍ୟାକୁ ଦୂର କରିବା ପାଇଁ ସତର୍କତା ଏବଂ ନିୟମ ଅନୁସରଣ କରିବା ଆବଶ୍ୟକ । କେଉଁ ନିୟମ ମାନିବେ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

20-20-20 ନିୟମ ଅନୁସରଣ କରନ୍ତୁ । ତାହା ହେଉଛି, ଯେକୈଣସି କାର୍ଯ୍ୟ ହେତୁ ଯେତେବେଳେ ଆପଣ ସ୍ମାର୍ଟଫୋନ୍‌କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରନ୍ତି, ପ୍ରତି 20 ମିନିଟରେ ବିରତି ନିଅନ୍ତୁ ଏବଂ ଅତି କମରେ 20 ସେକେଣ୍ଡ ପାଇଁ 20 ଫୁଟ ଦୂରରେ କିଛି ଦେଖିବାକୁ ଚେଷ୍ଟା କରନ୍ତୁ ।

  • ସ୍ମାର୍ଟଫୋନରେ ଆଣ୍ଟି ଗ୍ଲେର୍(anti glare) ସ୍କ୍ରିନ୍ ବ୍ୟବହାର କରନ୍ତୁ । ଯଦି ଫୋନରେ ଆଣ୍ଟି ଗ୍ଲେର୍ ସ୍କ୍ରିନ୍ ନାହିଁ, ତେବେ ଆଣ୍ଟି ଗ୍ଲେର୍ ଲେନ୍ସ କିମ୍ବା ଚଷମା ଲଗାନ୍ତୁ ।
  • ଫୋନ୍ ଏବଂ ସ୍କ୍ରିନ୍ ମଧ୍ୟରେ ଅତି କମ୍‌ରେ 16ରୁ 18 ଇଞ୍ଚ ଦୂରତା ରଖନ୍ତୁ ।
  • ଅନ୍ଧାରରେ ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ବ୍ୟବହାର କରନ୍ତୁ ନାହିଁ ।
  • ରାତିରେ ଡାର୍କ ମୋଡ୍‌ରେ ରଖି ଫୋନ୍ ବ୍ୟବହାର କରନ୍ତୁ ।
  • ସ୍ମାର୍ଟଫୋନ୍ ସ୍କ୍ରିନର ବ୍ରାଇଟ୍‌ନେସ୍ ସର୍ବଦା ସନ୍ତୁଳିତ ରଖନ୍ତୁ, ଅର୍ଥାତ୍ ଅଧିକ କିମ୍ବା କମ କରନ୍ତୁ ନାହିଁ ।
  • ସର୍ବଦା ସ୍ମାର୍ଟଫୋନ୍ ସ୍କ୍ରିନ୍ ସଫା ରଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.