ETV Bharat / sukhibhava

କୋଭିଡ ଟୀକାକରଣ ଦ୍ବାରା ଯୁବ ଭାରତୀୟଙ୍କ ମଧ୍ୟରେ ଅକାଳ ମୃତ୍ୟୁ ଆଶଙ୍କା ହ୍ରାସ ପାଇଛି: ICMR ରିପୋର୍ଟ

author img

By ETV Bharat Odisha Team

Published : Nov 22, 2023, 1:42 PM IST

ଆଇସିଏମଆର ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ-୧୯ ଟିକାର ଅତି କମରେ ଗୋଟିଏ ଡୋଜ ନେବା ଦ୍ୱାରା ଅକାଳ ମୃତ୍ୟୁର ସମ୍ଭାବନା କମିଯାଏ । ଅଧିକ ପଢ଼ନ୍ତୁ

କୋଭିଡ ଟୀକାକରଣ ଦ୍ବାରା ଯୁବ ଭାରତୀୟଙ୍କ ମଧ୍ୟରେ ଅକାଳ ମୃତ୍ୟୁ ଆଶଙ୍କା ହ୍ରାସ ପାଇଛି: ଆଇସିଏମଆର ରିପୋର୍ଟ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, କୋଭିଡ-୧୯ ଟୀକାକରଣ ଭାରତରେ ଯୁବକମାନଙ୍କ ମଧ୍ୟରେ ଅକାଳ ମୃତ୍ୟୁର ଆଶଙ୍କା କମାଇ ଥାଏ । ଇଣ୍ଡିଆନ୍ ଜର୍ଣ୍ଣାଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ ବର୍ତ୍ତମାନର ଖରାପ ଜୀବନଶୈଳୀ ହଠାତ ହେଉଥିବା ଅଜ୍ଞାତ ମୃତ୍ୟୁ(ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ) ବା ଅକାଳ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ । ଯଥା ଅତ୍ୟଧିକ ଧୂମପାନ, ଅତ୍ୟଧିକ ମଦ୍ୟପାନ, ଡ୍ରଗ୍ /ନାର୍କୋଟିକ୍ ବ୍ୟବହାର ଇତ୍ୟାଦିରୁ ହେଉଥିବା ଅସ୍ପଷ୍ଟ କାରଣ ଜନିତ ମୃତ୍ୟୁ ବା ଅକାଳ ମୃତ୍ୟୁ ସହ ଜଡିତ । ଅନ୍ୟାନ୍ୟ ଜିନିଷ ତୁଳନାରେ, ଅତ୍ୟଧିକ ମଦ୍ୟପାନ ହେତୁ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଅଧିକ ଥାଏ ।

ଅନୁସନ୍ଧାନକାରୀ ସଂସ୍ଥା କୋଭିଡ-19 ସଂକ୍ରମଣ କିମ୍ବା ଟୀକାକରଣ ସହ ଜଡିତ ଭାରତରେ ସୁସ୍ଥ ଯୁବକ ବୟସ୍କଙ୍କ ଆକସ୍ମିକ ଅକାଳ ମୃତ୍ୟୁ ବିଷୟରେ ଏକ ବାସ୍ତବିକ ରିପୋର୍ଟକୁ ଦେଖି ଏକ ଅଧ୍ୟୟନ କରିଥିଲେ । ଅନୁସନ୍ଧାନକାରୀମାନେ ଭାରତର ୪୭ଟି ଚିକିତ୍ସାଳୟରୁ ୧୮ରୁ ୪୫ ବର୍ଷ ବୟସର ବ୍ୟକ୍ତିଙ୍କ ମୃତ୍ୟୁ ସହ ଜଡିତ କାରଣଗୁଡିକ ବିଶ୍ଳେଷଣ କରିଥିଲେ । ଏହି ବିଶ୍ଳେଷଣରେ ଅତି କମରେ ୭୨୯ ମାମଲା ଏବଂ ୨,୯୧୬ ନିୟନ୍ତ୍ରଣ ଅନ୍ତର୍ଭୁକ୍ତ କରାଯାଇଥିଲା । ଅକ୍ଟୋବର ୧, ୨୦୨୧ ରୁ ମାର୍ଚ୍ଚ ୩୧,୨୦୨୩ ମାମଲାଗୁଡ଼ିକ ମଧ୍ୟରେ କୌଣସି ଅସୁସ୍ଥତା ବିନା (Without any Known Co-Morbidity) ସୁସ୍ଥ ବ୍ୟକ୍ତିବିଶେଷ ରହିଥିଲେ, ଯେଉଁମାନେ ହଠାତ୍ (୨୪ ଘଣ୍ଟା ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ କିମ୍ବା ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ସୁସ୍ଥ ଥିବା ଦେଖାଯାଇଥିଲେ) ଅସ୍ପଷ୍ଟ କାରଣରୁ ମୃତ୍ୟୁ ବା ଅକାଳରେ ମୃତ୍ୟୁ ଘଟିଥିଲା ।

ଅନୁସନ୍ଧାନକାରୀମାନେ ପ୍ରକାଶ କରିଛନ୍ତି ଯେ, 'କୋଭିଡ-୧୯ ଟୀକାକରଣ ଭାରତର ଯୁବକମାନଙ୍କ ମଧ୍ୟରେ ହଠାତ୍ ଅକାଳ ମୃତ୍ୟୁ ହେବାର ଆଶଙ୍କା ବଢିନାହିଁ।' ପୂର୍ବ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି ହେବା ପରିବର୍ତ୍ତେ ପାରିବାରିକ ଇତିହାସ ଏବଂ କିଛି ଜୀବନଶୈଳୀ ଆଚରଣ, ଅକାଳ ମୃତ୍ୟୁ ହେବାର ସମ୍ଭାବନା ବଢାଇ ଦେଇଛି । ଅଧ୍ୟୟନରେ ଏହା ମଧ୍ୟ ଦର୍ଶାଯାଇଛି ଯେ କୋଭିଡ-୧୯ ଟିକା ର ଅତି କମରେ ଗୋଟିଏ ଡୋଜ ଗ୍ରହଣ କରିବା ଦ୍ୱାରା ଅକାଳ ମୃତ୍ୟୁ ହେବାର ସମ୍ଭାବନା କମିଯାଏ ।

ଏହା ମଧ୍ୟ ପଢନ୍ତୁ: ବିଶ୍ବ ପାଇଲ୍ସ ଦିବସ, ଉତ୍ତମ ଜୀବନଶୈଳୀ ଦ୍ବାରା ଦୂର ହୋଇପାରିବ ସମସ୍ୟା

ଅନୁସନ୍ଧାନକାରୀମାନେ କହିଛନ୍ତି, 'ଆମର ଅନୁସନ୍ଧାନରେ କୋଭିଡ-୧୯ ଟୀକାକରଣ ସହ ହଠାତ୍ ହେଉଥିବା ଅକାଳ ମୃତ୍ୟୁ ହେବାର କୌଣସି ପ୍ରମାଣ ମିଳିପାରିନାହିଁ। "ବାସ୍ତବରେ, ସାମ୍ପ୍ରତିକ ଅଧ୍ୟୟନଗୁଡିକ ଦାବି କରିଛି ଯେ COVID-19 ଟୀକାକରଣ ପ୍ରକୃତରେ ଏହି ବୟସ (୧୮ରୁ ୪୫ ବର୍ଷ) ଶ୍ରେଣୀରେ ମୃତ୍ୟୁ ଆଶଙ୍କା ହ୍ରାସ କରିଥାଏ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.