ETV Bharat / sukhibhava

Monsoon Skin Care: ମୁଖ ବ୍ରଣକୁ ନେଇ ଚିନ୍ତିତ କି, ଆପଣାନ୍ତୁ ଏହି ଘରୋଇ ଉପଚାର

ଆପଣ ମଧ୍ୟ ଆକନି ଏବଂ ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି ? ଏହି ଖବର ଆପଣନ୍ତୁ କରିପାରେ ସାହାଯ୍ୟ

Monsoon Skin Care
Monsoon Skin Care
author img

By

Published : Aug 5, 2023, 1:45 PM IST

ହାଇଦ୍ରାବାଦ: ଆଜିକା ସମୟରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ମୁହଁକୁ ନେଇ ଚିନ୍ତିତ ଯୁବପିଢି । ପାଗରେ ପରିବର୍ତ୍ତନ ସହିତ ଖରାପ ଜୀବନଶୈଳୀ ଯୋଗୁଁ ଏହାର ପ୍ରଭାବ ତ୍ବଚା ଉପରେ ପଡିଥାଏ । ମୃତକୋଷର ସଂଖ୍ୟା ବୃଦ୍ଧି ପାଇଥାଏ । ଫଳରେ ମୁହଁରେ ବ୍ରଣ ସହିତ ଛିଦ୍ର ହୋଇଥାଏ । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୁବପିଢି ଅନେକ ଦାମୀ ପ୍ରଡକ୍ଟ ବା ଲୋସନ କରି ବ୍ୟବହାର କରିଥାଆନ୍ତି । କିନ୍ତୁ ଘରୋଇ ଉପାଦାନ ବ୍ୟବହାର କରି ମଧ୍ୟ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଆପଣ ମଧ୍ୟ ଏଭଳି ସମସ୍ୟାକୁ ନେଇ ଚିନ୍ତିତ ରହିଥିଲେ ଆପଣାନ୍ତୁ ଏହି ଟିପ୍ସ

  • ଏକ ଚାମଚ ବେକିଂ ସେଡା ନେଇ ସେଥିରେ ଅଳ୍ପ ପରିମାଣରେ ଗୋଲାପ ଜଳ ମିଶାନ୍ତୁ । ଏହାପରେ ଉକ୍ତ ପେଷ୍ଟକୁ ସର୍କୁଲାର କରି ମୁହଁରେ ଘଷନ୍ତୁ । କିଛି ସମୟ ଛାଡି ଥଣ୍ଡା ପାଣିରେ ମୁହଁକୁ ଧୁଅନ୍ତୁ । ଏହା ଦ୍ବାରା ମୃତକୋଷ ବାହାରକୁ ବାହାରି ଯାଇଥାଏ।
  • ଓଟମିଲ: ଦୁଇ ଚାମକ ଓଟମିଲ ନେଇ ସେଥିରେ ଦହି ମିଶାନ୍ତୁ । ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ନଖ ଉଷୁମ ପାଣିରେ ମୁହଁ ଧୁଅନ୍ତୁ।
  • ଲେମ୍ବୁ: ବ୍ରାଉସଗୁଗାର(ନବାତ) ନେଇ ସେଥିରେ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହାପରେ ମୁହଁରେ ପେଷ୍ଟକୁ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ଏହାପରେ ମୁହଁକୁ ଗରମ ପାଣିରେ ଧୋଇବା ଦ୍ବାରା ଟାନ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • କଦଳୀ: ଆଲମଣ୍ଡ ଏବଂ କଦଳୀ ଚୋପକୁ ମିଶାଇ ଗ୍ରାଇଣ୍ଡ କରନ୍ତୁ। ଏହି ମିଶ୍ରଣକୁ ଆଉ ଏକ କଦଳୀ ଚୋପା ଉପରେ ରଖି ମୁହଁରେ ଘଷନ୍ତୁ। 10 ମିନିଟ ଘଷିବା ପରେ ଥଣ୍ଡା ପାଣିରେ ଧୁଅନ୍ତୁ।

ଏହା ମଧ୍ୟ ପଢନ୍ତୁ: Anti Aging for Food: 40 ବର୍ଷରେ ମଧ୍ୟ ଦେଖାଯିବେ ୟଙ୍ଗ୍‌, ଖାଆନ୍ତୁ ଏହି ଖାଦ୍ୟ

  • ଷ୍ଟ୍ରବେରୀ: ତିନୋଟି ଷ୍ଟ୍ରବେରୀକୁ ନେଇ ଏକ ପେଷ୍ଟ ତିଆରି କରନ୍ତୁ। ସେଥିରେ ଅକ ଚାମଚ ମହୁ ମିଶାନ୍ତୁ । ଏହାପରେ ହାଲକା ହାଲକା କରି ମୁହଁରେ ଲଗାନ୍ତୁ । 10 ମିନିଟରେ ସୁଖିବାକୁ ଛାଡି ଦେବା ପରେ ନଖ ଉଷୁମ ପାଣିରେ ମୁହଁକୁ ଧୋଇଦିଅନ୍ତୁ ।
  • କାକୁଡି: ବେକିଂସୋଡା ଏକ ଚାମଚରେ ମାପି ନିଅନ୍ତୁ । ଏହାପରେ କାକୁଡିକୁ ଛୋଟଛୋଟ କରି କାଟି ପେଷ୍ଟ କରନ୍ତୁ । ପେଷ୍ଟକୁ ବେକିଂସୋଡା ସହିତ ମିଶାନ୍ତୁ । ଅଧଘଣ୍ଟା ଛାଡିଦେବା ପରେ ଥଣ୍ଡାପାଣିରେ ଧୁଅନ୍ତୁ । ଦୈନିକ ଏଭଳି କରିବା ଦ୍ବାରା ସ୍କିନରେ ଚମକ ଆସିଥାଏ ।
  • ମହୁ: ଆବୋକାଡୋକୁ ଛୋଟ ଛୋଟ କାଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଉକ୍ତ ମିଶ୍ରଣରେ ଏକ ଚାମଚ ମହୁ ମିଶ୍ରଣ କରନ୍ତୁ । ଏହାପରେ ଉକ୍ତ ପେଷ୍ଟକୁ ମୁହଁରେ ଲଗାନ୍ତୁ । 20 ମିନିଟ ପରେ ଗରମ ପାଣିରେ ମୁହଁ ଧୁଅନ୍ତୁ । ଏହାପରେ ଆପଣ ରେଜଲ୍ଟ ଜାଣିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.