ETV Bharat / sukhibhava

ଚାପରେ ରହୁଛନ୍ତି କି ? ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଫଳ - ଏହି ଫଳ ଖାଇଲେ ଦୂର ହେବ ଚାପ ସମସ୍ୟା

These Fruits Helps Reduce Stress: କିଛି ଫଳରେ ଏପରି ପୋଷକ ତତ୍ତ୍ବ ରହିଛି, ଯାହା ମାନସିକ ଚାପକୁ ଦୂର କରିବାରେ ସାହାଯ୍ଯ କରେ । ତେବେ ମାନସିକ ଚାପକୁ ଏଡାଇବା ପାଇଁ କେଉଁ ଫଳ ନିଜ ଡାଏଟରେ ସାମିଲ କରିବା ଦରକାର ? ଜାଣନ୍ତୁ

ସବୁଦିନ ଚାପ ଲାଗି ରହୁଛି କି? ଏହି ଫଳ ଖାଇଲେ ଦୂର ହେବ ସମସ୍ୟା

author img

By ETV Bharat Odisha Team

Published : Jan 14, 2024, 3:45 PM IST

ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ ଚାପ ଏକ ସାଧାରଣ ସମସ୍ୟା ହୋଇଗଲାଣି । କାମ, ପରିବାର, ସମୟର ଅଭାବ ଏବଂ ବିଭିନ୍ନ ଦାୟିତ୍ବ ଯୋଗୁଁ ଲୋକଙ୍କ ଚାପସ୍ତର ବଢିବାରେ ଲାଗିଥାଏ । ସାଧାରଣତଃ ଏଥିରେ ଯୁବବର୍ଗ ବେଶ ପ୍ରଭାବିତ ହୋଇଥାନ୍ତି କାରଣ ସେମାନଙ୍କ ପାଖରେ ଅନେକ ବିକଳ୍ପ ରହିଥାଏ ଏବଂ ଭବିଷ୍ୟତକୁ ନେଇ ସେମାନଙ୍କର ଅନେକ ଆଶା ମଧ୍ୟ ରହିଥାଏ । ଏହା ବ୍ୟତୀତ ଚାକିରି, ସମ୍ପର୍କ ଏବଂ ସାମାଜିକ ମାନଦଣ୍ଡ ବି ସେମାନଙ୍କ ଉପରେ ଚାପ ପକାଇଥାଏ । ତେବେ ଏପରି ପରିସ୍ଥିତିରେ ଏଥିରୁ ଦୂର ରହିବାକୁ ହେଲେ ନିଜ ଡାଏଟରେ କିଛି ଫଳ ସାମିଲ କରିବା ଦରକାର । କେତେକ ଫଳରେ ଆଣ୍ଟି-ଷ୍ଟ୍ରେସ ଗୁଣ ରହିଛି । ଏଥିସହ ସେଥିରେ ଥିବା ଭିଟାମିନ, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଉପାଦାନଗୁଡିକ ଚାପ ହରମୋନ ହ୍ରାସ କରିଥାଏ । ଫଳରେ ଶାରିରୀକ ଏବଂ ମାନସିକ ଚାପ ଦୂର ହୋଇଥାଏ ।

କଦଳୀ

କଦଳୀରେ ପୋଟାସିୟମ, ମ୍ୟାଗେନିସିୟମ ଏବଂ ଭିଟାମିନ B6 ପରି ପୋଷକ ତତ୍ତ୍ବ ରହିଥାଏ । ଯାହା ଚାପ ହରମୋନ ହ୍ରାସ କରିଥାଏ । ପୋଟାସିୟମ ହେଉଛି ଏକ ମିନେରାଲ ଯାହା ଶରୀର କୋଷ ଗୁଡିକୁ ସୁସ୍ଥ କାର୍ଯ୍ୟ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ଚାପ ହରମୋନ ନିୟନ୍ତ୍ରଣ କରି ଚାପକୁ ହ୍ରାସ କରିଥାଏ । ମ୍ୟାଗ୍ନେସିୟମ ମଧ୍ୟ ଚାପ ଏବଂ ଅବସାଦ ଦୂର କରିଥାଏ ବୋଲି ବିବେଚନା କରାଯାଏ । ଏଥିସହ ଏହା ମସ୍ତିଷ୍କକୁ ଶାନ୍ତ ରଖିଥାଏ । ଭିଟାମିନ B6 ସୋରୋଟୋନିନ ନାମକ ନ୍ୟୁରୋଟ୍ରାନ୍ସମିଟର ଉତ୍ପାଦନକୁ ପ୍ରତ୍ସୋହିତ କରେ, ଯାହା ମନୋବଳକୁ ଉନ୍ନତ କରିଥାଏ ।

ସେଓ

ସେଓରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ C ଏବଂ ଫାଇବର ଥାଏ । ଯାହା ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏକ ସେଓ ଖାଇବା ଦ୍ବାରା ଚାପ କମିଯାଏ । ସେଓ ଏକ ଲାଭଦାୟକ ଫଳ । ଏଥିରେ ଅନେକ ପୋଷକ ତତ୍ତ୍ବ ମିଳିଥାଏ ଯାହା ଚାପକୁ ହ୍ରାସକରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଆକ୍ସିଡାଣ୍ଟ ଶରୀରର କୋଷଗୁଡିକୁ କ୍ଷତିରୁ ରକ୍ଷା କରିଥାଏ । ଭିଟାମିନ C ଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ସେଓ ପ୍ରତିଦିନ ଖାଇବା ଦ୍ବାରା ଆମକୁ ଚାପ ସୃଷ୍ଟି ହୁଏ ନାହିଁ । ଏହା ସର୍ବଦା ଆମକୁ ସତେଜ ଏବଂ ଖୁସି ରଖେ ।

ଡାଳିମ୍ବ

ଡାଳିମ୍ବରେ ଭିଟାମିନ C ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ C ଆମ ଶରୀରର କୋଷଗୁଡିକୁ ସୁସ୍ଥ ରଖେ ଏବଂ ଚାପ ହରମୋନ ହ୍ରାସ କରେ । ଆଣ୍ଟିଅକ୍ସିଡାଣ୍ଟ ଫ୍ରି ରେଡିକାଲ ସହ ଲଢେଇ କରେ ଯାହା ଚାପ ସୃଷ୍ଟି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ସବୁବେଳେ ଚାପ ଲାଗି ରହୁଛି କି, ରୋଷେଇ କଲେ ଦୂର ହେବ ସମସ୍ୟା !

ନାସପତି

ନାସପତିରେ ଭିଟାମିନ B ମିଳିଥାଏ । ଏହି ଭିଟାମିନ ଆମ ଶରୀର ପାଇଁ ବହୁତ ଲାଭଦାୟକ । ଏଗୁଡିକ ଚାପ ଏବଂ ଟେନସନ ହ୍ରାସ କରିବାରେ ସାହାଯ୍ୟ କରେ । ଭିଟାମିନ B ସେରୋଟୋନିନ ନାମକ କିଛି ରାସାୟନିକ ପଦାର୍ଠ ତିଆରି କରେ ।ଯାହା ଆମର ମନୋବଳକୁ ସୁସ୍ଥ ଏବଂ ଭଲରଖିଥାଏ । ସେଟେଟନିନ ହେଉଛି ମସ୍ତିଷ୍କରେ ମିଳିଥିବା ଏକ ରାସାୟନିକ ପଦାର୍ଥ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.