ETV Bharat / sukhibhava

Soda For Digestion: ହଜମ ପାଇଁ ସୋଡା ପିଉଛନ୍ତି କି ? ଜାଣି ନିଅନ୍ତୁ କଣ ପଡିବ ପ୍ରଭାବ - ସୋଡାର ସ୍ବାସ୍ଥ୍ଯ ଉପରେ ପ୍ରଭାବ

ହଜମ ପାଇଁ ସୋଡା ପିଉଛନ୍ତି କି ? କଣ ରହିଥାଏ ସ୍ବାସ୍ଥ୍ୟ ଉପରେ ପ୍ରଭାବ ଜାଣନ୍ତୁ

Soda For Digestion
Soda For Digestion
author img

By

Published : Jun 23, 2023, 7:13 AM IST

ହାଇଦ୍ରବାଦ: ଗ୍ରୀଷ୍ମ ଋତୁରେ ଅନେକ ସମୟରେ ପାଚନ ସହିତ ଜଡିତ ସମସ୍ୟା ଦେଖାଯାଏ । ତେଣୁ ଅନେକ ଲୋକ ଭାବି ନିଅନ୍ତି ସୋଡା ପାଣି ପିଇଲେ ଶୀଘ୍ର ହଜମ ହୋଇଯାଇଥାଏ । ଏହା ମଧ୍ୟ ସତ୍ୟ ଯେ ସୋଡା ପାଣି ଗ୍ରୀଷ୍ମ ସମୟରେ ସତେଜ ଅନୁଭବ କରିଥାଏ ଏବଂ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ କଥାରେ ଅଛି ଅତ୍ୟଧିକ ସେବନ ବିପଦ । ଯଦି କୌଣସି ଜିନିଷ ଅତ୍ୟଧିକ ଖିଆଯାଏ, ତେବେ ଏହା ମଧ୍ୟ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ସୋଡା ପାଣି ମଧ୍ୟ ସମାନ ହୋଇଥାଏ । ଏହି ପାଣି କିପରି ଖାଦ୍ୟ ହଜମରେ ସାହାଯ୍ୟ କରିଥାଏ ଏବଂ ଏହାର ଅତ୍ୟଧିକ ବ୍ୟବହାର ଆମ ସ୍ୱାସ୍ଥ୍ୟ ଉପରେ କେତେ କ୍ଷତି ପହଞ୍ଚାଏ ଜାଣନ୍ତୁ ।

ସୋଡା ପିଇବା ଦ୍ବାରା ଖାଦ୍ୟ ହଜମ ହୋଇଥାଏ କି ?: ଯଦି ଗ୍ରୀଷ୍ମ ସମୟରେ ଆପଣଙ୍କର ହଜମ ସମସ୍ୟା ମଧ୍ୟ ଥାଏ, ତେବେ ଆପଣ ସୋଡା ପାଣି ପିଇପାରିବେ । ସୋଡା ପାଣିକୁ କାର୍ବୋନେଟ ଓ୍ବାଟର ମଧ୍ୟ କୁହାଯାଏ । ଏହାକୁ ପିଇବା ଦ୍ବାରା ଶୀଘ୍ର ହଜମ ହୋଇଥାଏ । ଏଥି ସହିତ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ସୋଡା ପାଣି ମଧ୍ୟ ବ୍ୟବହାର କରାଯାଇପାରେ । ଶରୀରରେ ଜଳର ଅଭାବ ହେଲେ ବାସ୍ତବରେ କୋଷ୍ଠକାଠିନ୍ୟ ହୁଏ । ଏପରି ପରିସ୍ଥିତିରେ, ଜଳର ଅଭାବକୁ ପୂରଣ କରିବା ପାଇଁ ପାନୀୟ, ସୋଡା ପାଣି ପିଇପାରିବେ । ଗ୍ରୀଷ୍ମ ଋତୁରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ବଢିଥାଏ । ଏପରି ପରିସ୍ଥିତିରେ, କାର୍ବୋନେଟ ସହ ଲେମ୍ବୁର ମିଶ୍ରଣ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ସଫା ରହିଥାଏ ।

ଏହା ମଧ୍ୟ ପଢନ୍ତୁ: Omega-3 Fatty Acid: ସୁସ୍ଥ ରହିବା ପାଇଁ ଡିମାଣ୍ଡରେ ଓମେଗା ଫ୍ୟାଟି ଏସିଡ, ଜାଣନ୍ତୁ ଏହାର ଫାଇଦା

କ୍ଷତି ମଧ୍ୟ ପହଞ୍ଚାଇପାରେ ସୋଡା: ସୋଡା ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ଲଗାତାର ବା ପ୍ରତିଦିନ ସୋଢା ପିଇବା ଦ୍ବାରା ଶରୀର ପାଇଁ ସହାୟକ ହେବା ବଦଳରେ କ୍ଷତି ପହଞ୍ଚାଇଥାଏ । ଯଦି ଏହାକୁ ଅଧିକ ଗ୍ରହଣ କରାଯାଏ ତେବେ ମଧ୍ୟ ସମସ୍ୟା ହୋଇପାରେ । ଅଧିକ ସୋଡା ପିଇବା ଦ୍ବାରା ମେଦବହୁଳତା ହୋଇଥାଏ। ଅନ୍ୟପକ୍ଷରେ, ସୋଡା ପିଇବା ଦ୍ବାରା ପାଟିରେ ଜୀବାଣୁ ଜମା ହୋଇଯାଏ । ଯାହାର ପ୍ରଭାବ ଦାନ୍ତ ଉପରେ ପଡିଥାଏ । ଦାନ୍ତ ବିନ୍ଧା ହୋଇଥାଏ । ସୋଡା ପାଣିରେ କାର୍ବନ ଡାଇଅକ୍ସାଇଡ୍ ମିଳିଥାଏ ଯାହା ହାଡକୁ ଦୁର୍ବଳ କରିଥାଏ । ଏପରି ପରିସ୍ଥିତିରେ, ହାଡ ଦୁର୍ବଳ ଥିବା ବ୍ୟକ୍ତିମାନେ ଏହି ସୋଡା ପାଣି ଠାରୁ ଦୂରେଇ ରହିବା ଆବଶ୍ୟକ । ଅଧିକ ସୋଡା ପାଣି ପିଇବା ଦ୍ୱାରା ଯକୃତ ସମସ୍ୟା ମଧ୍ୟ ହୋଇପାରେ । ଏହାସହ କେତେକାଂଶରେ ଗ୍ୟାଷ୍ଟିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.