ETV Bharat / sukhibhava

ବାରମ୍ବାର ଗ୍ୟାସ, ଏସିଡିଟି ହେଉଥିଲେ ସାବଧାନ ! ଏହି କ୍ୟାନ୍ସରର ଆଶଙ୍କା ଅଧିକା - କୋଲୋରେକ୍ଟାଲ୍ କ୍ୟାନ୍ସରର ଲକ୍ଷଣ

ବାରମ୍ବାର ଗ୍ୟାସ, ଏସିଡିଟି ହେଉଥିଲେ ସାବଧାନ। ଏହା କୋଲୋରେକ୍ଟାଲ୍ କ୍ୟାନ୍ସର କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଅଧିକ ପଢନ୍ତୁ

Colorectal Cancer
Colorectal Cancer
author img

By ETV Bharat Odisha Team

Published : Sep 12, 2023, 4:51 PM IST

ହାଇଦ୍ରାବାଦ: ସବୁଠାରୁ ବିପଦଜନ୍ନକ ରୋଗ ଭାବେ କ୍ୟାନ୍ସରକୁ ବିବେଚନା କରାଯାଏ। ଏହାକୁ ସାଇଲେଣ୍ଟ କିଲର ବୋଲି ମଧ୍ୟ କୁହାଯାଏ। ଏହି ରୋଗରେ ପ୍ରାରମ୍ଭିକ ଲକ୍ଷଣ ଦୃଶ୍ୟମାନ ହୁଏ ନାହିଁ, ତେଣୁ ରୋଗ ଚିହ୍ନଟ କରି ଚିକିତ୍ସା କରିବାରେ ଅସୁବିଧା ହୋଇଥାଏ । କ୍ୟାନ୍ସରର 4ଟି ଷ୍ଟେଜ ରହିଥିବା ବେଳେ ଚତୁର୍ଥ ଷ୍ଟେଜକୁ ସବୁଠାରୁ ବିପଜଜ୍ଜନକ ବୋଲି ଧରାଯାଏ। ପ୍ରାରମ୍ଭିକ ସ୍ତରରେ କ୍ୟାନ୍ସର ରୋଗ ଚିହ୍ନଟ ହେଲେ ଏହି ରୋଗର ଚିକିତ୍ସା ସମ୍ଭବ ହୋଇଥାଏ।

ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗ୍ୟାସ ଏବଂ ଏସିଡିଟି ସମସ୍ୟା ଲାଗି ରହୁଥିଲେ ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ। ସାଧାରଣତଃ ଲୋକେ ଏଭଳି ସମସ୍ୟାକୁ ଅଣଦେଖା କରନ୍ତି। କିନ୍ତୁ ଏହା ଏକ ପ୍ରକାର କ୍ୟାନ୍ସର ହୋଇପାରେ ବୋଲି ଏକ ରିପୋର୍ଟରେ କୁହାଯାଇଛି। ତେବେ ଅନେକ ପ୍ରକାର କ୍ୟାନ୍ସର ମଧ୍ୟରୁ କୋଲୋରେକ୍ଟାଲ୍ କ୍ୟାନ୍ସର ଅନ୍ୟତମ। ଅନ୍ତନଳୀରେ ଏହି କ୍ୟାନ୍ସର ହୋଇଥାଏ। ପେଟରେ ଯନ୍ତ୍ରଣା ଏବଂ ମଳଦ୍ବାରରୁ ରକ୍ତ ପଡିବା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଅଟେ।

ପ୍ରାୟତଃ ସମସ୍ତେ ଦୈନନ୍ଦିନ ଜୀବନରେ ଘଟୁଥିବା ଲକ୍ଷଣଗୁଡ଼ିକୁ ଛୋଟ ବୋଲି ଭାବି ଏହାକୁ ଅଣଦେଖା କରିଥାଆନ୍ତି। କିନ୍ତୁ ଏହି ଛୋଟ ଲକ୍ଷଣଗୁଡ଼ିକ ଏକ ପ୍ରମୁଖ ରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ। ଅନ୍ତନଳୀରେ କ୍ରମାଗତ ବ୍ୟାଘାତ, ଅନ୍ତନଳୀରେ ଫୁଲା, ଗ୍ୟାସ ଏବଂ ଏସିଡିଟି ଲାଗି ରହିବା ଇତ୍ୟାଦି। ତେବେ ଏବେ ପ୍ରଶ୍ନ ଉଠୁଛି ଏଭଳି ଲକ୍ଷଣ କ୍ୟାନ୍ସର କାରଣ ହୋଇଥାଇପାରେ କି? ଏକ ରିପୋର୍ଟ ଅନୁସାରେ, କଲୋରେକ୍ଟାଲ୍ କର୍କଟ ହେଉଛି ଏକ ପ୍ରକାର କର୍କଟ ଯାହା କୋଲନରେ ଦେଖାଯାଏ। ଯାହା କି ବୃହତ ଅନ୍ତନଳୀ ମଧ୍ୟରେ ରହିଥାଏ। ତେବେ ଏହାକୁ ମାରାତ୍ମକ ବୋଲି ବିବେଚନା କରାଯାଏ। ପ୍ରଥମ ଷ୍ଟେଜରେ ଏହି ରୋଗ ଜଣାପଡିଲେ ଏହାର ଚିକିତ୍ସା ସମ୍ଭବ ବୋଲି ବିବେଚନା କରାଯାଏ କିନ୍ତୁ ଠିକ ସମୟରେ ଚିକିତ୍ସା କରାନଗଲେ କ୍ୟାନ୍ସର ସେଲ ଗୁ଼ଡିକ ଶରୀରରେ ଶୀଘ୍ର ବ୍ୟାପିବାର ସମ୍ଭାବନା ରହିଥାଏ।

ଏହା ମଧ୍ୟ ପଢନ୍ତୁ: ଯୁବପିଢିଙ୍କୁ ଅଧିକ କବଳିତ କରୁଛି କୋଲୋରେକ୍ଟାଲ୍ କ୍ୟାନସର, ଜାଣନ୍ତୁ କାରଣ-ନିରାକରଣ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) ତଥ୍ୟ ଅନୁଯାୟୀ, ଭାରତୀୟ ପୁରୁଷମାନଙ୍କ ମଧ୍ୟରେ କୋଲୋନ୍ କର୍କଟ ହେଉଛି ଚତୁର୍ଥ ଏବଂ ଭାରତୀୟ ମହିଳାମାନଙ୍କ ମଧ୍ୟରେ ପଞ୍ଚମ ସାଧାରଣ କର୍କଟ । ଓଜନ ବୃଦ୍ଧି, ମଦ୍ୟପାନ, ଧୂମପାନ, ମଧୁମେହ ଏବଂ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ ଅଟେ।

ଗ୍ୟାସ, ଏସିଡିଟି ଏବଂ କୋଲୋରେକ୍ଟାଲ୍ କ୍ୟାନ୍ସର ମଧ୍ୟରେ ପାର୍ଥକ୍ୟ କଣ: କଲୋରେକ୍ଟାଲ୍ କର୍କଟ ହେଉଛି ଏକ ରୋଗ ଯାହା ପ୍ରାୟ 50 ବର୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ। କିନ୍ତୁ ବର୍ତ୍ତମାନ ଏହି ରୋଗ ଯୁବକମାନଙ୍କ ମଧ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କଲୋରେକ୍ଟାଲ୍ କ୍ୟାନ୍ସରର ଲକ୍ଷଣ ପ୍ରଥମ ଷ୍ଟେଜରେ ଦେଖାଯାଏ ନାହିଁ। ତେବେ ଗ୍ୟାସ ହେବାର ମଧ୍ୟ ଅନେକ କାରଣ ରହିଛି। ଅନ୍ତଃସ୍ଥଳୀ ରୋଗ(Inflammatory bowel disease)ରେ ପେଟ ଗ୍ୟାସ ହୋଇଥାଏ କିନ୍ତୁ କ୍ୟାନ୍ସରରେ ପେଟ ଭରିଲା ଭଳି ଲାଗିଥାଏ।

ଇରିଟେବଲ ବୋୱେଲ ସିଣ୍ଡ୍ରୋମରେ ଧଳା ମୁକଏଡ୍ ପରି ତରଳ ପଦାର୍ଥର ନିର୍ଗତ ହୁଏ, ଯାହା କଲୋରେକ୍ଟାଲ୍ କର୍କଟରେ ଦେଖାଯାଏ ନାହିଁ। ଏହା ସାଧାରଣତଃ ମଳଦ୍ୱାରରୁ ରକ୍ତସ୍ରାବ ହୁଏ ନାହିଁ, କିନ୍ତୁ କଷ୍ଟ ଏବଂ ଯନ୍ତ୍ରଣା ହୋଇପାରେ।

କୋଲୋରେକ୍ଟାଲ୍ କ୍ୟାନ୍ସରର ଲକ୍ଷଣ:

  • ମଳଦ୍ବାରରୁ ରକ୍ତ ପଡିବା
  • ମଳରେ ପରିବର୍ତ୍ତନ
  • କୋଷ୍ଠକାଠିନ୍ୟ
  • ପେଟରେ ଯନ୍ତ୍ରଣା
  • ଓଜନ ହ୍ରାସ
  • ଥକ୍କା ଲାଗିବା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.