ETV Bharat / sukhibhava

Diabetes Diet: ଖାଇବା ପରେ 2 ମିନିଟ୍ ଚାଲିଲେ ବି ହ୍ରାସପାଏ ରକ୍ତରେ ଶର୍କରା ସ୍ତର - ହେଲ୍‌ଥ ଟିପ୍ସ

ଖାଇବା ପରେ ଚାଲିବା ଫଳରେ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥାଏ ଜାଣିଥିବେ ନିଶ୍ଚୟ । ହେଲେ ନିକଟରେ ଏକ ଅନୁସନ୍ଧାନରୁ ଏହା ମଧ୍ୟ ଜଣାଯାଇଛି ଯେ, ଖାଇବା ପରେ ସ୍ବଳ୍ପ ସମୟ ଏପରିକି 2ରୁ 5 ମିନିଟ୍ ଚାଲିଲେ ମଧ୍ୟ ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥାଏ । ଅଧିକ ପଢନ୍ତୁ

walking
walking
author img

By

Published : Jan 25, 2023, 6:30 AM IST

ହାଇଦ୍ରାବାଦ: ମଧୁମେହ ଏକ ଗୁରୁତର ଅବସ୍ଥା । ଯଦି ଏହାର ଚିକିତ୍ସା କରା ନଯାଏ, ତେବେ ଏହା ହୃଦ୍‌ରୋଗ, ସ୍ନାୟୁ ଉପରେ ପ୍ରଭାବ ପକାଇପାରେ, ଯାହା ଆଙ୍ଗୁଠି ଯନ୍ତ୍ରଣା, କିଡନୀ ସମସ୍ୟା, ଆଖି ସମସ୍ୟା, ଖରାପ ରକ୍ତ ପ୍ରବାହ ଏବଂ ପାଦରେ ସ୍ନାୟୁ ନଷ୍ଟ ହୋଇପାରେ । ଏଥିସହ କ୍ଷତ ସ୍ଥାନରେ ଗୁରୁତର ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢାଇଥାଏ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହରେ ପୀଡିତ ହେଉଛନ୍ତି । ଏଥିପାଇଁ ଔଷଧ ଥିଲେ ମଧ୍ୟ ଖାଦ୍ୟରେ କଟକଣା ସବୁଠୁ ଗୁରୁତ୍ବପୂର୍ଣ୍ଣ । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ, ଖାଇବା ପରେ 2ରୁ 5 ମିନିଟ୍ ଚାଲିବା ଦ୍ବାରା ରକ୍ତରେ ଶର୍କରା ସ୍ତର ହ୍ରାସ ପାଇଥାଏ ।

ରକ୍ତରେ ଶର୍କରା ସ୍ତର ବୃଦ୍ଧି କୋଭିଡ ରୋଗୀଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା । କାରଣ ଏହା ରୋଗ ବିପଦକୁ ଗମ୍ଭୀର କରିଦିଏ । ତେଣୁ ଡାକ୍ତରମାନେ ସର୍ବଦା ଶର୍କରା କମ୍ ଥିବା ଖାଦ୍ୟ ସେବନ ପାଇଁ ମଧୁମେହ ରୋଗୀମାନଙ୍କୁ ପରାମର୍ଶ ଦେଇଥାନ୍ତି । ତେଣୁ ଏଦିଗରେ ବୈଜ୍ଞାନିକଙ୍କ ନୂତନ ଅନୁସନ୍ଧାନ, "ଯେ ଭୋଜନ ପରେ ଚାଲିବା ଶର୍କରା ହ୍ରାସପାଏ" ନିଶ୍ଚିତ ରୂପେ ମଧୁମେହ ରୋଗୀଙ୍କ ପାଇଁ ସହାୟକ ହେବ । ଖାଇବା ପରେ ବୁଲିବା ବା କିଛିସମୟ ଚାଲିବା ଦ୍ବାରା ହଜମ ଏବଂ ମାନସିକ ସ୍ୱଚ୍ଛତା ବଜାୟ ରହିଥାଏ ବୋଲି କୁହାଯାଏ । ଖାଇବା ପରେ 15 ମିନିଟର ଚାଲିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ହ୍ରାସ କରାଯାଇପାରେ, ଯାହା ଟାଇପ୍-2 ଡାଇବେଟିସ୍ ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନର ଅନୁସନ୍ଧାନ ଏହା ସ୍ପଷ୍ଟ କରିଛି ଯେ, ଖାଇବା ପରେ ସ୍ବଳ୍ପ ଚାଲିବା ମଧ୍ୟ ଫଳପ୍ରଦ ହୋଇପାରେ ।

ଅନୁସନ୍ଧାନକାରୀମାନେ ନିକଟରେ ଏ ଉପରେ ସାତୋଟି ଅଧ୍ୟୟନର ଅନୁସନ୍ଧାନ କରିଥିଲେ, ଯାହାକି ଇନସୁଲିନ୍ ଏବଂ ରକ୍ତରେ ଶର୍କରା ସ୍ତର ସମେତ ହୃଦୟ ସ୍ୱାସ୍ଥ୍ୟ ଉପରେ ଚାଲିବାର ପ୍ରଭାବ ଉପରେ ଅନୁଧ୍ୟାନ କରିଥିଲେ । ଏହି ଅନୁସନ୍ଧାନର ଫଳାଫଳ ସ୍ପୋର୍ଟ ମେଡିସିନରେ ପ୍ରକାଶ ପାଇଛି । ଅଧ୍ୟୟନରୁ ଜଣାପଡିଛି ଯେ, ଦୁଇରୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଭୋଜନ ପରେ ହାଲୁକା ଚାଲିବା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଯଥେଷ୍ଟ ପ୍ରଭାବ ପକାଇଥାଏ । ଏଥିରେ ଖାଇ ସାରିବା ପରେ ଛିଡା ହେଉଥିବା ଏବଂ ଚାଲୁଥିବା ଗୋଷ୍ଠୀଙ୍କୁ ଅଲଗା ଅଲଗା ଭାବେ ଅନୁସନ୍ଧାନ କରାଯାଇଥିଲା ।

ଗୋଟିଏ ଦିନ ମଧ୍ୟରେ, ଉଭୟ ଗୋଷ୍ଠୀ ପ୍ରତି 20ରୁ 30 ମିନିଟରେ 2ରୁ 5 ମିନିଟ୍ ପର୍ଯ୍ୟନ୍ତ ବ୍ୟାୟାମ କରିଥିଲେ । ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ, ଅଂଶଗ୍ରହଣକାରୀଙ୍କ ରକ୍ତରେ ଶର୍କରା ସ୍ତର ମାତ୍ର କିଛି ମିନିଟ୍ ହାଲୁକା, ଆରାମରେ ଚାଲିବା ପରେ ଯଥେଷ୍ଟ ହ୍ରାସ ପାଇଛି । ଉଲ୍ଲେଖନୀୟ କଥା ହେଉଛି, ବସିବା କିମ୍ବା ଠିଆ ହେବା ତୁଳନାରେ, ଖାଇବା ପରେ ଚାଲିବା ରକ୍ତରେ ଶର୍କରା ସ୍ତର ହ୍ରାସ ସହିତ ଜଡିତ ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.