ହାଇଦ୍ରାବାଦ: ମଧୁମେହ ରୋଗ(Diabetes Disease) ଜୀବନଶୈଳୀ ସହିତ ଜଡିତ ଏପରି ଏକ ରୋଗ, ଯେଉଁଥିରେ ଡାଏଟ୍ ନିୟନ୍ତ୍ରଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ରୋଗକୁ ଜଟିଳ କରିପାରେ । ଏପରିସ୍ଥିତିରେ, ଏହା ଜରୁରୀ ଯେ, ଜଣେ ମଧୁମେହ ରୋଗୀ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ୍ ଏବଂ ସେହିସବୁ ଖାଦ୍ୟ ଗ୍ରହଣ ଉପରେ ଧ୍ୟାନ ଦେବେ ଯେଉଁଥିରେ କାର୍ବସ୍ ପରିମାଣ କମ୍ ଥିବ । ଏଥିପାଇଁ ମଧୁମେହ ରୋଗୀଙ୍କୁ ଅଧିକାଂଶ ଖାଇବାକୁ ବାରଣ କରାଯାଇଥାଏ । ତେବେ ଆଜିର ଆର୍ଟିକଲରେ ଆମେ ଏପରି ଏକ ସ୍ବାଦିଷ୍ଟ ଖାଦ୍ୟ ବାବଦରେ ଆଲୋଚନା କରିବା, ଯାହାକୁ ମଧୁମେହ ରୋଗୀ ବିନା ଦ୍ବନ୍ଦ୍ବରେ ଖାଇପାରିବେ ।
ତେବେ ଏପରି ଏକ ସ୍ବାଦିଷ୍ଟ ଖାଦ୍ୟ ହେଉଛି ପନୀର । କଞ୍ଚା ପନୀରରେ ଉଚ୍ଚ ପ୍ରୋଟିନ୍ ଏବଂ କମ୍ କାର୍ବସ୍ ଭରପୂର ଥାଏ, ଯାହାର ବ୍ୟବହାର ଶରୀର ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇପାରେ । ପନୀରରେ GI(glycemic index ) କମ୍ ଥିବାରୁ ମଧୁମେହ ରୋଗୀଙ୍କ ପାଇଁ ଏହା ଏକ ସୁସ୍ଥ, ସ୍ବାଦିଷ୍ଟ ଖାଦ୍ୟର ବିକଳ୍ପ । କାର୍ବୋହାଇଡ୍ରେଟ୍ କମ୍ ଥିବାରୁ ପନୀର୍ ହଠାତ୍ ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରେ ନାହିଁ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ପନୀରର ବ୍ୟବହାର ଟାଇପ୍-୨ ଡାଇବେଟିସ୍ ହେବାର ଆଶଙ୍କା ମଧ୍ୟ ହ୍ରାସ କରିପାରେ ।
ପନୀରରେ ପ୍ରୋଟିନ୍ ଏବଂ ବିଭିନ୍ନ ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍ ଭରପୂର ଥାଏ, ଯାହା ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରେ । ଏହା ବ୍ୟତୀତ ପନୀର୍ ହାଡ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହା ହଜମ କରିବାରେ ମଧ୍ୟ ସାହାଯ୍ୟ କରେ । ତଥାପି, ଯେତେ ଉପକାରୀ ଖାଦ୍ୟ ହେଉନା କାହିଁକି କେତେ ପରିମାଣରେ ଏବଂ କେଉଁ ସମୟରେ ଖାଇବା ତାହା ଜରୁରୀ । କାରଣ ଖାଦ୍ୟର ସଠିକ୍ ବ୍ୟବହାର ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ।
ତେଣୁ, ମଧୁମେହ ରୋଗୀମାନେ କେବେ ଏବଂ କେତେ ପନିର ଖାଇବା ଉଚିତ୍ ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...
ମଧୁମେହ ରୋଗୀମାନେ ଦିନରେ କିମ୍ବା ରାତ୍ରୀ ଭୋଜନରେ ପନୀର୍ ଖାଇପାରିବେ । ଟୋନଡ୍ କ୍ଷୀର(Toned milk)ରୁ ପ୍ରସ୍ତୁତ ପନୀର୍ ରକ୍ତ ଶର୍କରା ରୋଗୀଙ୍କ ପାଇଁ ଲାଭଦାୟକ । ସୁଗାର୍ ରୋଗୀଙ୍କ ପାଇଁ ଦିନରେ 80 ରୁ 100 ଗ୍ରାମ ପନୀର୍ ଯଥେଷ୍ଟ ।
ପନୀର୍ କିପରି ଖାଇବେ: ସୁଗାର୍ ରୋଗୀଙ୍କ ପାଇଁ ପନୀର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇପାରେ । ମଧୁମେହ ରୋଗୀମାନେ କଞ୍ଚା ଏବଂ ରନ୍ଧା ପନୀର୍ ଖାଇପାରିବେ । ଅବଶ୍ୟ, କଞ୍ଚା ପନୀରରେ ଚର୍ବିର ପରିମାଣ କମ୍, ତେଣୁ ଏହା ସୁଗାର୍ ରୋଗୀଙ୍କ ପାଇଁ ଅଧିକ ଲାଭଦାୟକ । ଏହା ବ୍ୟତୀତ ପନୀରକୁ ଅନ୍ୟାନ୍ୟ ପନିପରିବା ସହ ମିଶାଇ କିମ୍ବା ସ୍ନାକ୍ସ ଆକାରରେ ମଧ୍ୟ ଖାଇପାରିବେ ।
Disclaimer: ଉପରସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ । ଯେକୌଣସି ସ୍ବାସ୍ଥ୍ୟ ସମସ୍ୟା କ୍ଷେତ୍ରରେ ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।