ହାଇଦ୍ରାବାଦ: ଡିପ୍ରେସନ ଏକ ପ୍ରକାର ମାନସିକ ବ୍ୟାଧି ଅଟେ । ବର୍ତ୍ତମାନ ସମୟରେ ଛୁଆଙ୍କ ଡିପ୍ରସନ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି । ପିଲାଙ୍କ କ୍ଷେତ୍ରରେ ଡିପ୍ରେସନର ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେବେ କେତେକ ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଗତ କିଛି ବର୍ଷ ମଧ୍ୟରେ ଛୁଆ ଏବଂ କିଶୋରମାନଙ୍କ ଠାରେ ଡିପ୍ରେସନ ସମସ୍ୟା ଦ୍ବିଗୁଣିତ ହୋଇଛି । ଗତ 5ରୁ 6 ବର୍ଷ ମଧ୍ୟରେ 10 ରୁ 14 ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଉଦାସୀନତା ପ୍ରାୟ ଦ୍ୱିଗୁଣିତ ହୋଇଛି । ଏହା ଏକ ଚିନ୍ତାଜନକ ବିଷୟ ହୋଇଥିବା ବେଳେ ଏହି ଚିନ୍ତାଜନକ ପରିସ୍ଥିତି ପିଲାମାନଙ୍କର ମାନସିକ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି । ତେବେ ଜାଣନ୍ତୁ ଛୋଟ ଛୁଆଙ୍କ ମଧ୍ୟର ଡିପ୍ରେସନ ସମସ୍ୟା କଣ ଏବଂ କିଭଳି ଏହାର ମୁକାବିଲା କରିବେ ଜାଣନ୍ତୁ ।
ଛୁଆମାନେ କାହିଁକି ଡିପ୍ରେସନର ଶିକାର ହୁଅନ୍ତି: ପରିବେଶ ପରିବର୍ତ୍ତନ ଏବଂ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ପିଲାମାନଙ୍କ ଉପରେ ମାନସିକ ଚାପ ବଢିବାରେ ଲାଗିଛି । ଏହା ବ୍ୟତୀତ ମୋବାଇଲ୍ ଏବଂ ଇଣ୍ଟରନେଟର ଅତ୍ୟଧିକ ବ୍ୟବହାର ପିଲାମାନଙ୍କୁ ମଧ୍ୟ ପ୍ରଭାବିତ କରୁଛି । ଚାପଗ୍ରସ୍ତ ପାରିବାରିକ ପରିବେଶ ଏବଂ ଅଭିଭାବକ ଠାରୁ କମ ସମୟ ପାଇବା, ପରୀକ୍ଷା ଭୟ, ପିଲାମାନଙ୍କର ଭାବପ୍ରବଣତାକୁ ଅବହେଳା କରିବା, ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ କମ ବୟସରୁ ଛୁଆ ଡିପ୍ରେସନର ଶିକାର ହେଉଛନ୍ତି । ଏହା ଯୋଗୁଁ ପରିବାରରରେ ଗାଳିଗୁଲଜ ସହିବା ସହିତ ନିର୍ଯାତନର ଶିକାର ହେଉଛନ୍ତି । ଫଳରେ ଡିପ୍ରେସନକୁ ଚାଲିଯାଆନ୍ତି ଛୁଆ।
ଛୁଆଙ୍କ କ୍ଷେତ୍ରରେ ଡିପ୍ରେସନର ଲକ୍ଷଣ:
- ଦୈନନ୍ଦିନ କାର୍ଯ୍ୟକଳାପରେ ମନ ନଲାଗିବା। ଖେଳିବା, ପଢିବା ଇତ୍ୟାଦି କାର୍ଯ୍ୟରେ ଆଗ୍ରହ ନଲାଗିବା।
- ନିରାଶା ଏବଂ ଦୁଃଖି ଅନୁଭବ କରିବା । ସର୍ବଦା ଉଦାସ ମନେହେବା
- ଥକ୍କା ଏବଂ ଶକ୍ତିର ଅଭାବ: ବିଦ୍ୟାଳୟକୁ ଯିବା ପାଇଁ ଆଗ୍ରହ ନଲାଗିବା
- ନିଦ ଏବଂ ଭୋକରେ ପରିବର୍ତ୍ତନ: ଭୋକ ନଲାଗିବା କିମ୍ବା ନିଦ ନଲାଗିବା
- କ୍ରୋଧ ଏବଂ କାନ୍ଦିବା: ଛୋଟ ଛୋଟ କଥାକୁ ନେଇ କାନ୍ଦିବା ଏବଂ କ୍ରୋଧ କରିବା
- ସାମାଜିକ ପ୍ରଭାବରୁ ଦୂରେଇ ରହିବା: ସାଙ୍ଗମାନଙ୍କୁ ଭେଟିବାକୁ ଇଚ୍ଛା ନକରିବା
- ଧ୍ୟାନର ଅଭାବ: କୌଣସି କାର୍ଯ୍ୟରେ ମନ ନଲାଗିବା
- ଯଦି ଏଭଳି ଲକ୍ଷଣ 2 ସପ୍ତାହ ଧରି ରୁହେ ତେବେ ଜଣେ ଛୁଆ ଅବସାଦର ଶିକାରେ ହୋଇଛି ବୋଲି ଜାଣି ହେବ।
ଏହା ମଧ୍ୟ ପଢନ୍ତୁ: Depression: ପ୍ରତ୍ୟେକ ବର୍ଷ ଡିପ୍ରେସନରେ ଯାଉଛି ଏତିକି ଜୀବନ, ଜାଣନ୍ତୁ ଲକ୍ଷଣ
ଛୁଆଙ୍କୁ କିଭଳି ଡିପ୍ରେସନରୁ ବାହାର କରିବେ:
- ଛୁଆକୁ ଭଲ ଭାବେ ବୁଝିବା ଏବଂ ଶୁଣିବାକୁ ଚେଷ୍ଟା କରିବା ଉଚିତ
- ପିଲାକୁ ପ୍ରେମ ଏବଂ ସକରାତ୍ମକ ପରିବେଶ ଦିଅନ୍ତୁ। ଛୋଟଛୋଟ ସଫଳତାରେ ତାଙ୍କୁ ପ୍ରଶଂସା କରିବା ଆବଶ୍ୟକ
- ନିୟମିତ ଖେଳିବା, ପଢିବା ଏବଂ ଖାଇବା ପାଇଁ ଛୁଆଙ୍କୁ ଉତ୍ସାହିତ କରିବା ଆବଶ୍ୟକ
- ପିଲାକୁ ପରିବାର ଏବଂ ସାଙ୍ଗମାନଙ୍କ ସହିତ ରହିବାକୁ ଉତ୍ସାହିତ କରନ୍ତୁ
- ପିଲାଙ୍କୁ ବ୍ୟାୟାମ, ଯୋଗ ଏବଂ ଧ୍ୟାନ କରିବା ପାଇଁ ପରାମର୍ଶ ଦିଅନ୍ତୁ
- ଆବଶ୍ୟକ ହେଲେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ