ETV Bharat / sukhibhava

ICMR Study: 40 ବର୍ଷରୁ ଅଧିକ ବୟସ୍କଙ୍କୁ ନୂଆ କୋଭିଡ୍ ଭାରିଆଣ୍ଟ ସଂକ୍ରମିତ ହେଲେ ମୃତ୍ୟୁ ଆଶଙ୍କା ଅଧିକା

author img

By

Published : Aug 22, 2023, 9:50 PM IST

40 ବର୍ଷରୁ ଅଧିକ ବୟସ୍କଙ୍କୁ ସଂକ୍ରମିତ ହେଲେ 1 ବର୍ଷ ପର୍ଯ୍ୟନ୍ତ ମୃତ୍ୟୁ ଆଶଙ୍କା ଅଧିକା ବୋଲି ଆଇସିଏମଆର ଏକ ଅଧ୍ୟୟନରୁ ଜଣାପଡିଛି। ଅଧିକ ପଢନ୍ତୁ

ICMR Study
ICMR Study

ହାଇଦ୍ରାବାଦ: ବିଶ୍ବରେ କୋରୋନାର ନୂଆ ଭାରିଆଣ୍ଟ ବିପଦ ବୃଦ୍ଧି ପାଇବାରେ ଲାଗିଛି। ଦୁଇଟି ନୂଆ ଭାରିଆଣ୍ଟ ଏରିସ ଏବଂ BA.2.68କୁ ନେଇ ବୈଜ୍ଞାନିକମାନେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଭାରିଆଣ୍ଟ ଲୋକମାନଙ୍କୁ ଶୀଘ୍ର ସଂକ୍ରମିତ କରୁଛି। ଫଳରେ ସଂକ୍ରମଣରୁ ସୁସ୍ଥ ହେବା ପରେ ମଧ୍ୟ ସ୍ବାସ୍ଥ୍ୟ ବିଗିଡାବା ନେଇ ଆଶଙ୍କା ବୃଦ୍ଧି ପାଉଛି। ମୃତ୍ୟୁ ଆଶଙ୍କା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) କରୋନାର କେଉଁ ଭାରିଆଣ୍ଟ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ତାହା ଜାଣିବା ପାଇଁ ଏକ ଅଧ୍ୟୟନ କରିଥିଲା। ଅନୁସନ୍ଧାନର ଜାରି ରିପୋର୍ଟରେ କୁହାଯାଇଛି ଯେ, 40 ବର୍ଷ ପରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯେଉଁମାନେ କୋମର୍ବିଡିଟିର(ଗୋଟିଏ ସମୟରେ ଅନେକ ରୋଗରେ ଆକ୍ରାନ୍ତ) ହୋଇଥିଲେ କିମ୍ବା ମଧ୍ୟମରୁ ଗୁରୁତର ଲକ୍ଷଣ ରହିଥିଲା, ସଂକ୍ରମଣରୁ ସୁସ୍ଥ ହେବାର ଏକ ବର୍ଷ ମଧ୍ୟରେ ସେମାନଙ୍କ ମୃତ୍ୟୁ ଅଧିକ ହେଉଥିଲା ବୋଲି ଅନୁସନ୍ଧାନରୁ ଜଣାପଡିଛି।

ହସ୍ପିଟାଲରୁ ଫେରିବା ପରେ ମୃତ୍ୟୁ : କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆକ୍ରାନ୍ତମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ସେମାନଙ୍କର ମୃତ୍ୟୁହାର ବୃଦ୍ଧି ପାଉଥିବା ନଜର ଆସିଥିବା ନେଇ ରିପୋର୍ଟରେ କୁହାଯାଇଛି। ଯେଉଁମାନେ ସଂକ୍ରମିତ ପୂର୍ବରୁ ଗୋଟିଏ ଟିକା ନେଇଥିଲେ ସେମାନେଙ୍କ ନିକଟରେ ଡିସଚାର୍ଜ ପରେ ମଧ୍ୟ ମୃତ୍ୟୁ ଆଶଙ୍କା କମ ରହିଥିଲା।

ଅଧ୍ୟୟନରେ ଦର୍ଶାଯାଇଛି ଯେ, ଯେଉଁମାନେ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେମାନଙ୍କୁ ନେଇ ଅନୁସନ୍ଧାନ କରାଯାଇଥିଲା।ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କରୋନା ଅନେକ ପ୍ରକାରର ସ୍ୱାସ୍ଥ୍ୟ ବିପଦକୁ ବୃଦ୍ଧି କରିପାରେ। ଯେଉଁ କାରଣରୁ ଗୁରୁତର ରୋଗ ଏବଂ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇପାରେ।

ଏହା ମଧ୍ୟ ପଢନ୍ତୁ:Covid-19: କୋରୋନାର ନୂଆ ଭାରିଆଣ୍ଟ ନେଇ ସତର୍କ କରାଇଲା କେନ୍ଦ୍ର, ନଜର ରଖିବାକୁ ପରାମର୍ଶ

ନୂଆ ଭାରିଆଣ୍ଟକୁ ନେଇ ଆଲର୍ଟ: କରୋନାର ନୂଆ ଭାରିଆଣ୍ଟ ଉପରେ କରାଯାଇଥିବା ଅଧ୍ୟୟନରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, "ଏହାର ସଂକ୍ରମଣ ହାର ବହୁତ ଅଧିକ ଦେଖାଯାଉଛି। ଯେଉଁ କାରଣରୁ ଡାକ୍ତରଖାନା ଏବଂ ସଂକ୍ରମଣ ରୋଗୀଙ୍କ ସଂଖ୍ୟା ସାରା ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, ଲଗାତାର ଚତୁର୍ଥ ସପ୍ତାହ ପାଇଁ କରୋନା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଏହିପରି ସଂଖ୍ୟା ଚିନ୍ତାଜନକ ବୋଲି ବିବେଚନା କରାଯାଏ।"ବୈଜ୍ଞାନିକ ଦଳ କହିଛନ୍ତି ଯେ ଅନେକ ଦେଶରେ କରୋନା ମାମଲା ବଢିବାରେ ଲାଗିଛି, ସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କ ନିରନ୍ତର ପ୍ରୟାସର ଆବଶ୍ୟକତା ରହିଛି।

ଭାରତରେ ନିୟନ୍ତ୍ରିତ କୋଭିଡ ସ୍ଥିତି: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ, 50ରୁ ଅଧିକ ଦେଶରେ EG.5.1 ଏବଂ BA.2.86 ଚାରୋଟି ଦେଶରେ ଚିହ୍ନଟ ହୋଇଛି । ସୋମବାର ବୈଠକରେ ଦିଆଯାଇଥିବା ତଥ୍ୟ ଅନୁସାରେ, ଗତ 7ଦିନ ମଧ୍ୟରେ ସାରା ବିଶ୍ବରେ ମୋଟ 296219 ନୂଆ ମାମଲା ଚିହ୍ନଟ ହୋଇଛି । ଅନ୍ୟପଟେ ଭାରତରେ ଏକ ସପ୍ତାହ ମଧ୍ୟରେ 223ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଆମେ ତଥ୍ୟ ଦେଖିବା ତାହେଲେ ହାରାହାରି ପଜିଟିଭ 50ରୁ କମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.