ETV Bharat / sukhibhava

ଯୁବପିଢିଙ୍କୁ ଅଧିକ କବଳିତ କରୁଛି କୋଲୋରେକ୍ଟାଲ୍ କ୍ୟାନସର, ଜାଣନ୍ତୁ କାରଣ-ନିରାକରଣ

author img

By

Published : Mar 30, 2023, 5:30 PM IST

ବିଶ୍ୱରେ ଯୁବକମାନଙ୍କ ମଧ୍ୟରେ କୋଲୋରେକ୍ଟାଲ୍ କ୍ୟାନ୍ସରର ହାର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜାଣନ୍ତୁ ରୋଗର କାରଣ ଓ କେମିତି କରିବେ ନିରାକରଣ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ: ସମଗ୍ର ବିଶ୍ୱରେ ଯୁବକମାନଙ୍କ ମଧ୍ୟରେ କୋଲୋରେକ୍ଟାଲ୍ କ୍ୟାନସରର ହାର କ୍ରମାଗତ ଭାବେ ବୃଦ୍ଧି ପାଉଛି । 1995 ଠାରୁ ଏହି କର୍କଟ ଦ୍ୱିଗୁଣିତ ହୋଇଥିବା ପରିସଂଖ୍ୟାନରୁ ଜଣାପଡିଛି । ଆମେରିକାନ୍ କ୍ୟାନସର ସୋସାଇଟିର ଏକ ନୂତନ ରିପୋର୍ଟରୁ ଜଣାପଡିଛି ଯେ, ନିକଟ ଅତୀତରେ 55 ବର୍ଷରୁ କମ୍ ଲୋକଙ୍କଠାରେ କଲୋରେକ୍ଟାଲ୍ କର୍କଟ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି । ଏହି ସଂଖ୍ୟା 1995ରେ 11%ରୁ 2019ରେ 20%କୁ ବୃଦ୍ଧି ପାଇଛି । କଲୋରେକ୍ଟାଲ୍ କର୍କଟ ରୋଗ 2000 ଦଶକ ମଧ୍ୟଭାଗରେ 52%ରୁ ବୃଦ୍ଧି ପାଇ 2019ରେ 60% ପହଞ୍ଚିଛି । ତେବେ କାହିଁକି ଏହାର ବୃଦ୍ଧି ଘଟୁଛି, ରୋଗର କାରଣ ଓ ନିରାକରଣ ବାବଦରେ, ଜାଣନ୍ତୁ

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) ତଥ୍ୟ ଅନୁଯାୟୀ, ଭାରତୀୟ ପୁରୁଷମାନଙ୍କ ମଧ୍ୟରେ କୋଲୋନ୍ କର୍କଟ ହେଉଛି ଚତୁର୍ଥ ଏବଂ ଭାରତୀୟ ମହିଳାମାନଙ୍କ ମଧ୍ୟରେ ପଞ୍ଚମ ସାଧାରଣ କର୍କଟ । ଏହାର ଆହୁରି ପ୍ରମୁଖ ଲକ୍ଷଣ ମଧ୍ୟରେ ଓଜନ ବୃଦ୍ଧି, ମଦ୍ୟପାନ, ଧୂମପାନ, ମଧୁମେହ ଏବଂ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ଅନ୍ତର୍ଭୁକ୍ତ । ଏସବୁ ବ୍ୟତୀତ ସବୁଠାରୁ ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ମଳଦ୍ୱାରରୁ ରକ୍ତସ୍ରାବ । ଏହି ଲକ୍ଷଣଗୁଡିକ ଥିଲେ ଡାକ୍ତରଙ୍କ ପରାମର୍ଶ ସହ ନିଜର ଯତ୍ନ ନେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ବାୟୁ ପ୍ରଦୂଷଣ କାରଣରୁ ଦେଶରେ ବୃଦ୍ଧି ପାଉଛି ହୃଦ୍‌ଘାତ !

ବିଶେଷ କରି 45 ବର୍ଷରୁ କମ୍ ବୟସର ବ୍ୟକ୍ତି ଏଥିପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ 45 ବର୍ଷରୁ କମ୍ ବୟସର ଅଧିକାଂଶ ଲୋକଙ୍କୁ କଲୋରେକ୍ଟାଲ୍ କର୍କଟ ହେବାର ସମ୍ଭାବନା ଅଧିକ । ତେଣୁ ଏସବୁ ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ । ତେବେ କୋଲୋରେକ୍ଟାଲ୍ କ୍ୟାନ୍ସର ଖାଦ୍ୟ ଶୈଳୀ କାରଣରୁ ହୋଇଥାଏ । 2003ରୁ 2005 ମଧ୍ୟରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ, ଲାଲ୍ ମାଂସ, ବିଶୋଧିତ ଚିନି ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କଲୋରେକ୍ଟାଲ୍ କର୍କଟ ହେବାର ଆଶଙ୍କା ବୃଦ୍ଧି ପାଇଛି । ପରବର୍ତ୍ତୀ ସମୟରେ, ଅନେକ ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଅଧ୍ୟୟନରୁ ସମାନ ଫଳ ପ୍ରକାଶ ପାଇଛି । ତେଣୁ ଖାଦ୍ୟ ଉପରେ କଟକଣା ସହ ସ୍ବାସ୍ଥ୍ୟର ଯତ୍ନ ନେବା ଉଚିତ୍ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.