ETV Bharat / sukhibhava

Covid-19: କୋରୋନାର ନୂଆ ଭାରିଆଣ୍ଟ ନେଇ ସତର୍କ କରାଇଲା କେନ୍ଦ୍ର, ନଜର ରଖିବାକୁ ପରାମର୍ଶ - କୋରୋନା ମହାମାରୀ

କୋରୋନାର ନୂଆ ଭାରିଆଣ୍ଟ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ କେନ୍ଦ୍ର ସରକାର। ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ରାଜ୍ୟକୁ ପରାମର୍ଶ। ଅଧିକ ପଢନ୍ତୁ

Covid-19
Covid-19
author img

By

Published : Aug 22, 2023, 10:13 AM IST

ହାଇଦ୍ରାବାଦ: ପୁଣି ଚିନ୍ତା ବଢ଼ାଇଲା କୋରୋନା ମହାମାରୀ । ବିଶ୍ବରେ କୋରୋନାର କେତେକ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଚିନ୍ତା ବଢ଼ିଛି । ଏନେଇ ଗତକାଲି(ସୋମବାର) କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୀକ୍ଷା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ପିକେ ମିଶ୍ର ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତି ସମୀକ୍ଷା କରିଛନ୍ତି । ଟେଷ୍ଟିଂ ବଢ଼ାଇବା ସହିତ ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ପାଇଁ ସମସ୍ତ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ।

ବର୍ତ୍ତମାନ ବିଶ୍ବସ୍ତରରେ କୋରୋନା ଭାରିଆଣ୍ଟ୍‌ ତାଣ୍ଡବ ରଚୁଛି । ଅନେକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକଙ୍କର ମୃତ୍ୟୁ ହେଉଛି । SARC-COV-2 ଭୂତାଣୁର ନୂଆ ଭାରିଆଣ୍ଟ BA.2.86 ଏବଂ ଏରିସ୍ EG.5.1 ଯୋଗୁଁ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ସଚିବ ମଧ୍ୟ ବିଶ୍ବର କୋରୋନା ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏନ୍‌ଫ୍ଲୁଏଞ୍ଜା ଭଳି ରୋଗ(ILI) ଏବଂ ଶ୍ବାସକ୍ରିୟା ସଂକ୍ରମଣ(SARI) ଉପରେ ନଜର ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ସଚିବ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: EG.5.1 ପରେ ଚିହ୍ନଟ ହେଲା ଆଉ ଏକ ଭାରିଆଣ୍ଟ BA.2.86, ଜାଣନ୍ତୁ ଏହାର ଲକ୍ଷଣ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ, 50ରୁ ଅଧିକ ଦେଶରେ EG.5.1 ଏବଂ BA.2.86 ଚାରୋଟି ଦେଶରେ ଚିହ୍ନଟ ହୋଇଛି । ବୈଠକରେ ସୂଚନା ଦିଆଯାଇଥିଲା ଯେ, ଗତ 7ଦିନ ମଧ୍ୟରେ ସାରା ବିଶ୍ବରେ ମୋଟ 296219 ନୂଆ ମାମଲା ଚିହ୍ନଟ ହୋଇଛି । ଅନ୍ୟପଟେ ଭାରତରେ ଏକ ସପ୍ତାହ ମଧ୍ୟରେ 223ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଆମେ ତଥ୍ୟ ଦେଖିବା ତାହେଲେ ହାରାହାରି ପଜିଟିଭ 50ରୁ କମ ରହିଛି ।

ତେବେ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ପିକେ ମିଶ୍ର କହିଥିଲେ ଯେ, ଦେଶରେ କୋରୋନା ସ୍ଥିତି ସ୍ଥିର ରହିଛି । ଆମେ ମଧ୍ୟ ପ୍ରସ୍ତୁତ ରହିଛୁ। ଥଣ୍ଡା, ଜ୍ବର, ଶ୍ବାସକ୍ରିୟା ସମ୍ପର୍କିତ ରୋଗରେ ପୀଡ଼ିତଙ୍କ ଉପରେ ଧ୍ୟାନ ଦେବା ଉଚିତ । ଅଧିକରୁ ଅଧିକ ଟେଷ୍ଟିଂ କରିବା ସହିତ ବିଶ୍ବସ୍ତରୀୟ କୋରୋନାର ନୂଆ ଭାରିଆଣ୍ଟ ଉପରେ ନଜର ରଖିବା ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ: Covid-19: ୟୁରୋପୀୟ ଦେଶରେ କୋରୋନାର ନୂଆ ଭାରିଆଣ୍ଟ EU.1.1 ଠାବ

କେନ୍ଦ୍ର ପକ୍ଷରୁ କରାଯାଇଥିବା ବୈଠକରେ ନୀତି ଆୟୋଗରର ସଦସ୍ୟ ଡକ୍ଟର ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ସ୍ବାସ୍ଥ୍ୟ ପରିବାର ମନ୍ତ୍ରଣାଳୟର ସଚିବ ସୁଧାଁଶୁ ପନ୍ତ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପରାମର୍ଶଦାତା ଅମିତ ଖାରେ, ଆଇସିଏମଆରର ମହା ନିର୍ଦ୍ଦେଶକ ରାଜୀବ ବେହଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.