ETV Bharat / sukhibhava

ପିଲାଙ୍କ ଏହି ସବୁ ଲକ୍ଷଣ ଥିଲେ ରୁହନ୍ତୁ ସତର୍କ, ହୋଇପାରେ କର୍କଟ

କର୍କଟ ଏକ ଜଟିଳ ବ୍ୟାଧି ଭାବେ ସମଗ୍ର ବିଶ୍ବକୁ କବଳିତ କରି ଥିବାବେଳେ ଏହି ରୋଗରେ ବର୍ତ୍ତମାନ ପିଲାମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ପିଲାମାନଙ୍କୁ କାହିଁକି କର୍କଟ ହୁଏ, ଏହାର ଲକ୍ଷଣ ଓ ନିରାକରଣ ବାବଦରେ, ଜାଣନ୍ତୁ

author img

By

Published : Feb 22, 2023, 7:40 AM IST

A little girl with cancer is sitting
A little girl with cancer is sitting

ହାଇଦ୍ରାବାଦ: ସମଗ୍ର ବିଶ୍ବରେ କର୍କଟ ଏକ ମୁଖ୍ୟ ସ୍ବାସ୍ଥ୍ୟ ସମସ୍ୟା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟା, କେବଳ 2020ରେ ସମଗ୍ର ବିଶ୍ବରେ କର୍କଟରେ ଏକ କୋଟି ଲୋକଙ୍କ ପ୍ରାଣ ଯାଇଛି । ପ୍ରତିବର୍ଷ ବିଭିନ୍ନ ପ୍ରକାର କର୍କଟରେ ଉଭୟ ପୁରୁଷ ଓ ମହିଳା ପୀଡିତ ହେଉଛନ୍ତି । ସବୁଠୁ ବଡ କଥା ହେଉଛି କି ବର୍ତ୍ତମାନ କମ୍ ବୟସର ପିଲାମାନଙ୍କୁ ମଧ୍ୟ ଏହି ରୋଗ ଗ୍ରାସ କରୁଛି । ତେବେ ଏହାର କାରଣ କଣ, କାହିଁକି ପିଲାମାନଙ୍କୁ କର୍କଟ ମାଡିବସୁଛି, କେମିତି ପ୍ରାଥମିକ ପର୍ଯ୍ୟାୟରେ ଏହାର ଲକ୍ଷଣ ଜାଣିବେ ଏବଂ ଚିକିତ୍ସା କରିବେ, ସେ ବାବଦରେ ଆଲୋଚନା କରିବା ଆଜିର ଏହି ଆର୍ଟିକିଲରେ...

ପିଲାମାନଙ୍କରେ କର୍କଟର ଲକ୍ଷଣ: ଯେପରି ବୟସ୍କଙ୍କ ଠାରେ କର୍କଟ କିମ୍ବା ଅନ୍ୟାନ୍ୟ ରୋଗର ଲକ୍ଷଣ ଦେଖାଯାଏ, ସେହିଭଳି ପିଲାମାନଙ୍କଠାରେ କର୍କଟ ରୋଗର ଲକ୍ଷଣ ମଧ୍ୟ ଦେଖାଯାଏ । ଏଥିରେ ପିଠି ଯନ୍ତ୍ରଣା, ବାରମ୍ବାର ଜ୍ୱର, ହାଡରେ ଦୁର୍ବଳତା, ଶରୀରର ରଙ୍ଗ ହଳଦିଆ ପଡିଯିବା, ଆଖି ପିତ୍ତୁଳାରେ ପରିବର୍ତ୍ତନ, ଗଳା କିମ୍ବା ପେଟରେ କଠିନତା ଅନୁଭବ, ଭୋକ ହ୍ରାସ, ଦ୍ରୁତ ଓଜନ ହ୍ରାସ ଭଳି ଲକ୍ଷଣ ଦେଖାଯାଏ ।

କାରଣ: ଡାଉନ୍ ସିଣ୍ଡ୍ରୋମ(ଜନ୍ମରୁ କେତେକ ଶାରୀରିକ ସମସ୍ୟା) ଶିକାର ହୋଇଥିବା ପିଲାମାନଙ୍କର କର୍କଟ ହେବାର ସମ୍ଭାବନା ଅଧିକ ହୋଇପାରେ । ଆଉ ଏକ ମୁଖ୍ୟ କଥା ହେଉଛି କି କର୍କଟ ମଧ୍ୟ ବଂଶଗତ କାରଣରୁ ହୋଇଥାଏ । ସେହି ହିସାବରେ ଯଦି ପରିବାରର କୌଣସି ବ୍ୟକ୍ତିଙ୍କର କର୍କଟ ଥାଏ ଛୋଟ ପିଲାଟିଏକୁ ମଧ୍ୟ ଏହି ରୋଗ ହୋଇପାରେ । ସେହିପରି ପିଜା, ବର୍ଗର୍, ଚାଓମିନ୍, ଫ୍ରେଞ୍ଚ୍ ଫ୍ରାଏ ଭଳି ଜଙ୍କଫୁଡ୍ ମଧ୍ୟ କର୍କଟ ରୋଗର କାରଣ ହୋଇପାରେ । ଏହା ବ୍ୟତୀତ, ପିଲାଟି କମ୍ ସକ୍ରିୟ ଥିଲେ ମଧ୍ୟ ଏହି ରୋଗର ଶିକାର ହେବାର ସମ୍ଭାବନା ଥାଏ ।

ପ୍ରତିଷେଧକ ବ୍ୟବସ୍ଥା: ଯଦି ମାଆଙ୍କ ଶରୀରର ସ୍ୱତନ୍ତ୍ର ପ୍ରୋଟିନ୍ ଏବଂ ପୋଷକ ତତ୍ତ୍ୱ ଥାଏ, ତେବେ ଏହା ପିଲାଟିକୁ କର୍କଟ ଏବଂ ଅନ୍ୟାନ୍ୟ ରୋଗରୁ ରକ୍ଷା କରିଥାଏ । ତେଣୁ 6 ମାସ ବୟସ ପର୍ଯ୍ୟନ୍ତ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍ । ଏହି କାରଣରୁ, ଶିଶୁରେ କର୍କଟ ରୋଗ ହେବାର ସମ୍ଭାବନା ବହୁତ କମ୍ ହୋଇପାରେ । ନବଜାତ ଶିଶୁ କିମ୍ବା ଏକ ବର୍ଷରୁ ଅଧିକ ଶିଶୁଙ୍କୁ ସୂର୍ଯ୍ୟକିରଣରେ ଅଧିକ ସମୟ ରଖିବା ଉଚିତ୍ ନୁହେଁ । କାରଣ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତିବାଇଗଣୀ ରଶ୍ମୀ ଚର୍ମ କର୍କଟ କରିପାରେ ।

ଏହାସହ ପିଲାମାନଙ୍କୁ ପ୍ରଦୂଷଣରୁ ଦୂରରେ ରଖନ୍ତୁ । 9 ବର୍ଷରୁ ଅଧିକ ଝିଅମାନଙ୍କ ଗର୍ଭାଶୟ କର୍କଟ ଟୀକାକରଣ କରାଇ ନିଅନ୍ତୁ । କର୍କଟର କୌଣସି ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ । ମନେ ରଖନ୍ତୁ, ସଠିକ୍ ସମୟରେ ରୋଗ ଚିହ୍ନଟ ନିଶ୍ଚିତ ରୂପେ କର୍କଟ ଚିକିତ୍ସା କରାଇପାରିବ । ତେଣୁ ଲକ୍ଷଣରୁ ଆଦୌ ଅବହେଳା କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.