ETV Bharat / sukhibhava

ସାବଧାନ ! ଏହି ସବୁ ସାଧାରଣ ଲକ୍ଷଣ ମଧ୍ୟ କର୍କଟ ସଙ୍କେତ ହୋଇପାରେ

କର୍କଟ ଯେତେ ବିପଜ୍ଜନକ ହେଲେ ମଧ୍ୟ ଯଦି ସଠିକ୍ ସମୟରେ ରୋଗର ଲକ୍ଷଣ ଚିହ୍ନଟ କରାଯାଏ, ତେବେ ଏହାକୁ ମାତ୍ ଦିଆଯାଇ ପାରିବ । ତେଣୁ ପ୍ରାଥମିକ ପର୍ଯ୍ୟାୟରେ କର୍କଟ ଲକ୍ଷଣକୁ ଚିହ୍ନଟ କରିବେ କେମିତି ଜାଣନ୍ତୁ...

Cancer
Cancer
author img

By

Published : Feb 23, 2023, 3:53 PM IST

ହାଇଦ୍ରାବାଦ: ରୋଗ ଯେତେ ବିପଜ୍ଜନକ ହୋଇଥିଲେ ବି ଯଦି ସଠିକ୍ ସମୟରେ ଲକ୍ଷଣ ଚିହ୍ନଟ ହୁଏ, ତେବେ ଆରୋଗ୍ୟ ହେବାର ସମ୍ଭାବନା ରହିଥାଏ । କର୍କଟ ଏପରି ବିପଜ୍ଜନକ ରୋଗ ମଧ୍ୟରୁ ଅନ୍ୟତମ । ଡାକ୍ତରମାନେ କହନ୍ତି ଯେ, ରୋଗ ସାଂଘାତିକ ହେବାର ମୁଖ୍ୟ କାରଣ ହେଉଛି, ଅନ୍ତିମ ପର୍ଯ୍ୟାୟରେ ଲକ୍ଷଣ ଚିହ୍ନଟ ହେବା । ତେବେ ଆଜିର ଆର୍ଟିକିଲରେ ଜାଣନ୍ତୁ, କେଉଁ ସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ...

ଯେତେବେଳେ କର୍କଟ ଶରୀରର ବିଭିନ୍ନ ଟିସୁକୁ ଆକ୍ରାନ୍ତ କରେ, ଏହି ଅବସ୍ଥାକୁ କର୍କଟ ରୋଗର ମେଟାଷ୍ଟାସିସ୍ କୁହାଯାଏ । ଏହାର ଅର୍ଥ ହେଉଛି କର୍କଟ ଧୀରେ ଧୀରେ ଅନ୍ୟ ଅଙ୍ଗକୁ ବ୍ୟାପୁଛି କିମ୍ବା ବ୍ୟାପି ସାରିଲାଣି । ଏହି ସମୟରେ, ଶରୀରର ପ୍ରତିରକ୍ଷା ପ୍ରଣାଳୀ ଡ୍ୟାମେଜ୍ ବା ନଷ୍ଟ ହୋଇ ଯାଇଥିବା ଟିସୁକୁ ରିପେୟାର୍ ଅର୍ଥାତ୍ ପୁନଃ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥାନ୍ତି । ଏହି କାରଣରୁ ଶରୀର ଉତ୍ତାପ ଲାଗେ । ଏହି ଅବସ୍ଥା ପାଇରେକ୍ସିଆର ହୋଇଥାଏ ଶରୀରର ତାପମାତ୍ରା କେବଳ ପାଇରେକ୍ସିଆ କାରଣରୁ ବୃଦ୍ଧିପାଏ ।

ଡାକ୍ତରମାନେ କହନ୍ତି ଯେ, ଯଦି କ୍ୟାନ୍ସର ରୋଗୀର ପାଇରେକ୍ସିଆ ସମସ୍ୟା ଥାଏ, ତେବେ ଏହାର ଅର୍ଥ ହେଉଛି ଶରୀରର ଅନ୍ୟ ଅଂଶରେ ମଧ୍ୟ କର୍କଟ ବ୍ୟାପିସାରିଛି । କର୍କଟ ଅନୁସନ୍ଧାନ ଅନୁଯାୟୀ ଏହି ଅବସ୍ଥା ଗୁରୁତର ହୋଇପାରେ । ପାଇରେକ୍ସିଆ ବା ଜ୍ୱର ସମସ୍ତ ପ୍ରକାରର କର୍କଟ ରୋଗର ଲକ୍ଷଣ । ଲ୍ୟୁକେମିଆ ଏବଂ ଲିମ୍ଫୋମାରେ ଏହା ଅଧିକ ଦେଖାଯାଏ ।

ସ୍ତନ କର୍କଟ, ଫୁସଫୁସ କର୍କଟ ଏବଂ ଅନ୍ତନଳୀ କର୍କଟରେ ଜ୍ୱର ହେବାର ସମ୍ଭାବନା କମ୍ ଥାଏ । ତେବେ ରିପୋର୍ଟରେ କୁହାଯାଇଛି ଯେ, କେତେକ କ୍ଷେତ୍ରରେ ଏପରିକି ଏହି କର୍କଟ ରୋଗରେ ମଧ୍ୟ ଜ୍ୱର ହୋଇପାରେ । ଯଦି କର୍କଟ ଯକୃତରେ ବ୍ୟାପିଛି, ତେବେ ଏହା ଜ୍ୱରର ଆଶଙ୍କା ବଢାଇଥାଏ ।

ଜ୍ୱର କାହିଁକି ଆସେ-ସାଧାରଣତଃ ଦେଖାଯାଏ ଯେ, ଜଣେ କର୍କଟ ରୋଗୀଙ୍କର ଜ୍ୱର ସମସ୍ୟା ହୋଇପାରେ । ବିଶେଷଜ୍ଞମାନେ କହନ୍ତି , ରୋଗ ଯାହା ଶରୀରରେ ଅଧିକ ବିଷାକ୍ତ ଉପାଦାନ ସୃଷ୍ଟି କରିଥାଏ, ସେମାନେ ଅଧିକ ଜ୍ୱରରେ ଆକ୍ରାନ୍ତ ହୁଅନ୍ତି । ଯଦି କର୍କଟ କାରଣରୁ ଜ୍ୱର ହୁଏ, ତେବେ ପାଇରୋଜେନ ଏଥିରେ ଏକ ଭୂମିକା ଗ୍ରହଣ କରିପାରନ୍ତି । ଟ୍ୟୁମର ପାଇରୋଜେନ ଉତ୍ପାଦନ କରିପାରିବ । ପାଇରୋଜେନ୍ସ ହାଇପୋଥାଲାମସ୍ କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି । ଏହି କାରଣରୁ ଶରୀରର ତାପମାତ୍ରା ବୃଦ୍ଧି ପାଇଥାଏ । ବାସ୍ତବରେ, ପାଇରୋଜେନ ହେଉଛି ଏକ ପଦାର୍ଥ (ସଂକ୍ରାମକ ଜୀବ ବା ସେମାନଙ୍କ ଉତ୍ପାଦର ବିଷାକ୍ତ ପଦାର୍ଥ କିମ୍ବା ସାଇଟୋକାଇନ୍), ଏହା ଜ୍ୱର ହେବାର ସମ୍ଭାବନା ବଢାଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.