ETV Bharat / sukhibhava

ଭାରତ ପାଇଁ ଓ୍ବେକଅପ କଲ୍, କ୍ୟାନ୍ସରକୁ ନେଇ ସଚେତନତା ଜରୁରୀ

author img

By ETV Bharat Odisha Team

Published : Nov 7, 2023, 1:59 PM IST

କ୍ୟାନ୍ସରକୁ ନେଇ ସଚେତନତା ଜରୁରୀ। ବର୍ତ୍ତମାନ ସମୟ ଠାରୁ ସତର୍କ ନହେଲେ ସୁନାମୀ ହୋଇପାରେ କର୍କଟ। ପଢନ୍ତୁ କଣ କହୁଛନ୍ତି ଡାକ୍ତର ପି.ରଘୁରାମ

Cancer care in India
Cancer care in India

ଡାକ୍ତର ପି.ରଘୁରାମ

ନିର୍ଦ୍ଦେଶକ, କିମ୍ସ ଉଷାଲକ୍ଷ୍ମୀ ଡାକ୍ତରଖାନା, ସ୍ତନ ରୋଗ ବିଶେଷଜ୍ଞ

ହାଇଦ୍ରାବାଦ: ଆଜି ହେଉଛି ଜାତୀୟ କର୍କଟ ସଚେତନତା ଦିବସ। ପ୍ରତିବର୍ଷ ନଭେମ୍ବର 7 ତାରିଖରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ। ନୋବେଲ ପୁରସ୍କାର ବିଜେତା ମାଡାମ କ୍ୟୁରିଙ୍କ ଜନ୍ମ ବର୍ଷିକୀକୁ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଏ । କାରଣ କର୍କଟ ରୋଗର ମୁକାବିଲା ପାଇଁ ମାଡାମ କ୍ୟୁରିଙ୍କର ଏକ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା । ତାଙ୍କ ଅବଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଉଛି। କର୍କଟ ରୋଗ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ନଭେମ୍ବର ମାସ 7 ତାରିଖରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଏ ।

ତଥ୍ୟ ଓ ବାସ୍ତବିକତା: ତଥ୍ୟ ଅନୁସାରେ ପ୍ରତିବର୍ଷ 14 ଲକ୍ଷ ଲୋକ କ୍ୟାନ୍ସରରେ ଆକ୍ରାନ୍ତ ହେଉଥିବା ବେଳେ 8 ଲକ୍ଷ 50 ହଜାର ରୋଗୀ ପ୍ରାଣ ହରାଇ ଥାଆନ୍ତି । ଦିନକୁ ଦିନ ଏହି ସଂଖ୍ୟାରେ ବୃଦ୍ଧି ହେଉଥିବା ବେଳେ ଆଗାମୀ ଦିନରେ ଏହା ସୁନାମୀ ଭଳି ରୂପ ନେଇପାରେ ବୋଲି କୁହାଯାଇଛି । କ୍ୟାନ୍ସର ଯେଉଁଭଳି ଭାବେ ବ୍ୟାପୁଥିବା କୁହାଯାଉଛି, ତାହା ବାସ୍ତବରେ ଦେଢ଼ରୁ 3 ଗୁଣ ଅଧିକ । କାରଣ ଅଧିକାଂଶ କ୍ୟାନ୍ସର ଚିହ୍ନଟ ହିଁ ହୋଇପାରେ ନାହିଁ । ପ୍ରାୟ 10 ପ୍ରତିଶତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ଚିହ୍ନଟ ହେବା ପୂର୍ବରୁ ହିଁ ବିଳମ୍ବ ହୋଇଯାଇଥାଏ । ଭାରତରେ ଯେଉଁଭଳି ଭାବେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତାହା 2040 ସୁଦ୍ଧା ଏହି ସଂଖ୍ୟା ଦ୍ବିଗୁଣିତ ହୋଇପାରେ ବୋଲି କିଛି ବିଶେଷଜ୍ଞ ଆକଳନ କରିଛନ୍ତି ।

2020 ମସିହାରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଦ୍ବାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ, ଭାରତ କ୍ୟାନ୍ସର କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ଚୀନ ଏବଂ ଆମେରିକା ପରେ ଭାରତ କ୍ୟାନ୍ସର ରୋଗୀ ଚିହ୍ନଟ ଏବଂ ମୃତ୍ୟୁ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି । ପ୍ରତି 9ଜଣଙ୍କ ମଧ୍ୟରୁ ଜଣେ କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ବେଳେ 15 ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହେଉଛି । ତେବେ ଅନ୍ୟ ବିକଶିତ ଦେଶ ତୁଳନାରେ ଭାରତରେ ଯେଉଁଭଳି ଭାବେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଏହା ଏକ ପ୍ରକାର ଚିନ୍ତାର ବିଷୟ ବୋଲି କୁହାଯାଇଛି । ଭାରତରେ କ୍ୟାନ୍ସରର ଅଭିବୃଦ୍ଧି ହାର 2015ରୁ 2020 ମଧ୍ୟରେ 6.8 ପ୍ରତିଶତ ବୃଦ୍ଧି ପାଇଛି । ଯାହା ଅନ୍ୟ ବିକଶିତ ଦେଶ ତୁଳନାରେ ଅଧିକ ଅଟେ । ଚୀନ୍‌ଠାରୁ 1.3 ପ୍ରତିଶତ, ବ୍ରାଜିଲ(4.5), ଇଣ୍ଡୋନେସିଆ(4.8) ଏବଂ ବ୍ରିଟେନ୍‌ଠାରୁ 4.4 ପ୍ରତିଶତ ଅଧିକ ଅଟେ ।

ଭାରତରେ ଚିହ୍ନଟ ହେଉଥିବା କ୍ୟାନ୍ସର ରୋଗୀଙ୍କ ମଧ୍ୟରୁ 50 ପ୍ରତିଶତ ମୁଣ୍ଡ, ବେକ, ସ୍ତନ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟିନାଲ କ୍ୟାନ୍ସର ଅଟେ । ତେବେ ପୁରୁଷମାନଙ୍କ କ୍ଷେତ୍ରରେ ଫୁସଫୁସ କ୍ୟାନ୍ସର ଏବଂ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ସାଧାରଣ ଅଟେ । ସଚେତନତାର ଅଭାବ, ସ୍କ୍ରିନିଂ ପ୍ରୋଗ୍ରାମର ଅଭାବ, ସ୍ବାସ୍ଥ୍ୟ ପ୍ରତି ଅବହେଳା, ଚିକିତ୍ସାର ଅଭାବ ଏବଂ ଗରିବୀ କାରଣରୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଭାରତରେ ଚିହ୍ନଟ ହୋଇଥିବା କ୍ୟାନ୍ସର ରୋଗ ମଧ୍ୟରୁ 70 ପ୍ରତିଶତ ଲାଷ୍ଟ ବା ଚତୁର୍ଥ ଷ୍ଟେଜରେ ଚିହ୍ନଟ ହୋଇଥାଏ ।

କ୍ୟାନ୍ସରରୁ ବର୍ତ୍ତିବାର ଉପାୟ: କର୍କଟ ରୋଗର ନିରାକରଣ ସାମାଜିକ, ଆର୍ଥିକ, ଶାରୀରିକ, ଭାବନାତ୍ମକ ଏବଂ ମାନସିକ ଦୁଶ୍ଚିନ୍ତାର କାରଣ ହୋଇଥାଏ। ଯାହା କେବଳ ଜଣେ ବ୍ୟକ୍ତି ନୁହେଁ ସମଗ୍ର ପରିବାର ଉପରେ ଏହାର ପ୍ରଭାବ ପକାଇଥାଏ । ତେଣୁ କର୍କଟ ନିରାକରଣ ଉପରେ ଧ୍ୟାନ ଦେବା ସହିତ ଏହାକୁ ଶୀଘ୍ର ଚିହ୍ନଟ କରିବା ଏବଂ ଉନ୍ନତ ଚିକିତ୍ସା ଯୋଗାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ କର୍କଟ ରୋଗର ନିରାକରଣ, ସ୍କ୍ରିନିଂ ଦ୍ବାରା କେତେକାଂଶରେ ବୃଦ୍ଧି ପାଉଥିବା କର୍କଟ ରୋଗୀଙ୍କ ସଂଖ୍ୟାରେ ରୋକ ଲଗାଯାଇ ପାରିବ ।

ନିୟନ୍ତ୍ରଣ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ସଦ୍ୟତମ ରିପୋର୍ଟ ଅନୁସାରେ, ଚିହ୍ନଟ ହେଉଥିବା କ୍ୟାନ୍ସର ରୋଗ ମଧ୍ୟରୁ ଏକ ତୃତୀୟାଂଶରୁ ଅଧିକ ରୋକାଯାଇ ପାରିବ । କର୍କଟ ପ୍ରତିରୋଧକୁ କର୍କଟ ରୋଗର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିବେଚନା କରିବା ଉଚିତ । ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଦ୍ବାରା ଏହାର ହାରକୁ କେତେକାଂଶରେ କମ କରାଯାଇ ପାରିବ । ପ୍ରାଥମିକ ଭାବେ ତମାଖୁ ବର୍ଜନ, ମଦ୍ୟପାନଠାରୁ ଦୂରେଇ ରହିବା, ପୃଷ୍ଟିକର ଖାଦ୍ୟ ଖାଇବା, ଶାରୀରିକ କାର୍ଯ୍ୟକଳାପ ବୃଦ୍ଧି ଏବଂ ହ୍ୟୁମାନ ପାପିଲୋମା ଭାଇରସ୍(HPV)ଠାରୁ ଦୂରେଇ ରହିବା ଉଚିତ । 2018 ମସିହାରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ଏହି ପ୍ରୟାସରେ ବ୍ୟବହାର କରାଯିବା ଉଚିତ ।

ସଚେତନତା: କର୍କଟ ରୋଗକୁ ଦୂର କରିବାକୁ ହେଲେ ପ୍ରଥମେ ସଚେତନତା ଜରୁରୀ ଅଟେ । ସଚେତନତା ଦ୍ବାରା ମଧ୍ୟ କେତେକ କ୍ଷେତ୍ରରେ ପ୍ରଥମ ଷ୍ଟେଜ୍‌ରେ କ୍ୟାନ୍ସର ଚିହ୍ନଟ ହୋଇପାରିବ । ଯାହାକି ଜୀବନ ବଞ୍ଚାଇବା ପାଇଁ ଏକ ଚାବିକାଠି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଉଦାହରଣସ୍ବରୂପ, ଉଷାଲକ୍ଷ୍ମୀ ବ୍ରେଷ୍ଟ କ୍ୟାନ୍ସର ଫାଉଣ୍ଡେସନ ଦ୍ବାରା ପିଙ୍କ୍‌ ରିବନ ଅଭିଯୋନ ଆରମ୍ଭ କରାଯାଇଥିଲା । 2007 ମସିହାରେ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଦ୍ବାରା ତେଲୁଗୁ ରାଜ୍ୟ ଗୁଡ଼ିକରେ ଏକ ସଚେତନତା ସୃଷ୍ଟି କରିଛି । 16 ବର୍ଷ ଭିତରେ ଅନେକ ରୋଗୀ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନେବା ଦ୍ବାରା ପ୍ରଥମ ଷ୍ଟେଜରେ କ୍ୟାନ୍ସର ଚିହ୍ନଟ ହୋଇପାରିଛି । ବିଶେଷ କରି ସ୍ତନ କର୍କଟ କ୍ଷେତ୍ରରେ ଏହା ଅଧିକ ଅଟେ । ଏହି କ୍ୟାମ୍ପେନ୍‌ ଦ୍ବାରା ମାନସିକ ସ୍ତରରେ ମଧ୍ୟ ପରିବର୍ତ୍ତନ ହୋଇପାରିଛି । 40 ବର୍ଷ ପରେ ମହିଳାମାନେ ବାର୍ଷିକ ସ୍କ୍ରିନିଂ ମେମୋଗ୍ରାମରେ ଯୋଗ ଦେଇ ସ୍କ୍ରିନିଂ କରାଇଛନ୍ତି । ମେମୋଗ୍ରାମର ଅର୍ଥ ସ୍ତନର ଏକ୍ସରେ ଦ୍ୱାରା ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝିବା । ତେବେ ତମାଖୁ ଏବଂ ସିଗାରେଟ ବିଜ୍ଞାପନ ଉପରେ ସରକାର ପରୋକ୍ଷ ଭାବେ ପ୍ରତିବନ୍ଧକ ଲଗାଇଥିବା ବେଳେ ଇଲାଇଚି ଏବଂ ପାନମସଲା ବିଜ୍ଞାପନକୁ ଅନୁମତି ଦିଆଯାଇଛି । ଏହା ଉପରେ ମଧ୍ୟ ରୋକ୍‌ ଲଗାଇବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ: National Cancer Awareness Day: 2040 ସୁଦ୍ଧା ପ୍ରତିବର୍ଷ ଚିହ୍ନଟ ହୋଇପାରନ୍ତି 20 ଲକ୍ଷ ରୋଗୀ

ଶୀଘ୍ର ଚିହ୍ନଟ: ସ୍କ୍ରିନିଂ ଦ୍ବାରା କେତେକ କ୍ୟାନ୍ସରକୁ ପ୍ରାଥମିକ ସ୍ତରରେ ଚିହ୍ନଟ କରାଯାଇପାରିବ । ଲକ୍ଷଣ ଦେଖାଯିବା ପୂର୍ବରୁ କିଛି କ୍ୟାନ୍ସରକୁ ଚିହ୍ନଟ କରିହେବ ବୋଲି କୁହାଯାଇଛି, ଯାହାକି ଜୀବନ ରକ୍ଷା କରିବାରେ ବେସ ସହାୟକ ହେବ । ଉଦାହରଣ ସ୍ୱରୂପ ଗର୍ଭାଶୟ କର୍କଟ ପାଇଁ ପାପ୍‌ ସ୍ମାର, ସ୍ତନ କର୍କଟ ପାଇଁ ମେମୋଗ୍ରାଫି ଇତ୍ୟାଦି । 2016 ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଅଭିଯାନର ମୂଳ ଉଦ୍ଦେଶ୍ୟ ଓରାଲ, ଗର୍ଭାଶୟ କର୍କଟ ଏବଂ ସ୍ତନ କର୍କଟକୁ ଚିହ୍ନଟ କରିବା ରହିଥିଲା । ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣର ଆକଳନ ଅନୁସାରେ, ଭାରତର ଜନସଂଖ୍ୟାର ମାତ୍ର 1.1 ପ୍ରତିଶତ ଗର୍ଭାଶୟ କର୍କଟ, ସ୍ତନ ଏବଂ ଓରାଲ କ୍ୟାନ୍ସର ପାଇଁ 1 ପ୍ରତିଶତରୁ କମ୍ ସ୍କ୍ରିନ କରାଯାଉଛି ।

କ୍ୟାନ୍ସର ରୋଗକୁ ପ୍ରାଥମିକ ଶ୍ରେଣୀରେ ରଖିବା ଜରୁରୀ: ସଂସଦୀୟ ଷ୍ଟାଣ୍ଡିଂ କମିଟି କ୍ୟାନ୍ସରକୁ ପ୍ରାଥମିକ ଶ୍ରେଣୀରେ ରଖିବା ଜରୁରୀ ବୋଲି 2022 ମସିହା ସେପ୍ଟେମ୍ବର ମାସରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ସୁପାରିସ କରିଥିଲା । ଏହା ଦ୍ବାରା କ୍ୟାନ୍ସର ରୋଗକୁ ରୋକାଯାଇ ପାରିବ ତାହା ନୁହେଁ କିନ୍ତୁ ରୋଗୀଙ୍କ ସଂଖ୍ୟା ଏବଂ ଭୟାବହତାକୁ ରୋକାଯାଇ ପାରିବ ।

କ୍ୟାନ୍ସର ସେଣ୍ଟର୍‌: ରୋଗୀମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ବୋତ୍ତମ ଚିକିତ୍ସା ପାଇଁ କେବଳ କ୍ୟାନ୍ସର କେନ୍ଦ୍ର ପ୍ରତିଷ୍ଠା କରାଯାଇ ପାରିବ । ଯେଉଁଠାରେ ଗୋଟିଏ ରୋଗୀ ସମସ୍ତ ପ୍ରକାର ଟେଷ୍ଟ ଠାରୁ ଆରମ୍ଭ କରି ଚିକିତ୍ସା ପାଇପାରିବ । ମଲିକୁଲାର ଡାଇଗ୍ନୋସିସ୍‌, କେମୋ ଏବଂ ଔଷଧ ମଧ୍ୟ ପାଇପାରିବ । ଦେଶରେ ବର୍ତ୍ତମାନ ପ୍ରାୟ 500 କମ୍ପେରେସିଭ୍ କ୍ୟାନ୍ସର ସେଣ୍ଟର (CCCs) ଅଛି। ସେଥିମଧ୍ୟରୁ 25 ରୁ 30 ପ୍ରତିଶତ ସରକାରୀ ମାଲିକାନା ଥିବାବେଳେ ଅନ୍ୟସବୁ ବେସରକାରୀ ରହିଛି। ଅଧିକାଂଶ CCCs ମେଟ୍ରୋ ଏବଂ ରାଜ୍ୟ ରାଜଧାନୀରେ ରହିଛି। ଫଳରେ ଗ୍ରାମାଞ୍ଚଳରେ ରହୁଥିବା ଅଧିକାଂଶ ରୋଗୀଙ୍କୁ ବ୍ୟାପକ କର୍କଟ ଚିକିତ୍ସା ପାଇଁ ଦୂର ଯାତ୍ରା କରିବାକୁ ପଡୁଛି । ଏହାସହ ସେମାନଙ୍କର ଯତ୍ନ ନେଉଥିବା ଲୋକଙ୍କୁ ମଧ୍ୟ କଷ୍ଟ, ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି । ତେଣୁ ଗ୍ରାମାଞ୍ଚଳରେ ମଧ୍ୟ ଏହି କେନ୍ଦ୍ର ଖୋଲିବା ଜରୁରୀ ଅଟେ ।

ଭାରତରେ କର୍କଟ ରୋଗ ନିୟନ୍ତ୍ରଣ ଏକ ପ୍ରକାର ଚାଲେଞ୍ଜ ଅଟେ । ବିଜ୍ଞାନର ଅଗ୍ରଗତି ହେଉଥିଲେ ମଧ୍ୟ କ୍ୟାନ୍ସର ପରିଚାଳନା କଷ୍ଟକର ହୋଇପଡିଛି। କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ଟେଷ୍ଟ ମୂଲ୍ୟକୁ କମ୍ କରିବା ଆବଶ୍ୟକ । କର୍କଟ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ବିଷୟରେ ସଚେତନତା ବୃଦ୍ଧି କରାଇପାରିଲେ କେତେକାଂଶରେ କର୍କଟ ରୋଗକୁ ମାତ ଦିଆଯାଇ ପାରିବ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.