ETV Bharat / sukhibhava

ପ୍ରତିଦିନ ଦୁଇଥର ଘଷନ୍ତୁ ଦାନ୍ତ, କମିବ ନିମୋନିଆ ଆଶଙ୍କା - ନିମୋନିଆ କଣ

Daily Tooth Brushing Prevents Pneumonia: ହସ୍ପିଟାଲରେ ନିମୋନିଆ ହେବାର ଆଶଙ୍କା କମ କରିବା ପାଇଁ ବୈଜ୍ଞାନିକମାନେ ଏକ ଅଧ୍ୟୟନ କରିଥିଲେ । ତେବେ ପ୍ରତିଦିନ ଦୁଇଥର ଦାନ୍ତ ଘଷିବା ଦ୍ବାରା ନିମୋନିଆ ଆଶଙ୍କା କମ୍ କରାଯାଇ ପାରିବ ବୋଲି କୁହାଯାଇଛି । ଅଧିକ ପଢ଼ନ୍ତୁ

Pneumonia
Pneumonia
author img

By ETV Bharat Odisha Team

Published : Dec 26, 2023, 2:23 PM IST

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ଶୀତ ଋତୁ। ଏହି ଋତୁ ସାଙ୍ଗରେ ଅନେକ ରୋଗ ନେଇ ଆସିଥାଏ । ତେବେ ବର୍ତ୍ତମାନ ସମୟରେ ନୂଆ ଭାରିଆଣ୍ଟ ସାଙ୍ଗକୁ ନିମୋନିଆ ଏକ ପ୍ରକାର ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି । ବେଳେବେଳେ ହସ୍ପିଟାଲରେ ଭର୍ତ୍ତି ହେବାପରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ସେଥିମଧ୍ୟରୁ ଗୋଟିଏ ହେଉଛି ନିମୋନିଆ। ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା 100 ରୋଗୀଙ୍କ ମଧ୍ୟରୁ ଜଣଙ୍କୁ ଏହି ରୋଗ ହୋଇଥାଏ । କେତେକ ରୋଗୀଙ୍କ ପାଇଁ ଏହା ସାଘାଂତିକ ମଧ୍ୟ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ତେବେ ଏହି ଆଶଙ୍କାକୁ କିଭଳି କମ କରାଯାଇ ପାରେ ଜାଣିଛନ୍ତି କି ? ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ସମୟରେ ଦିନକୁ 2 ଥର ଦାନ୍ତ ଘଷିବା ଉଚିତ । ଏହାଦ୍ବାରା ନିମୋନିଆର ଆଶଙ୍କାକୁ କିଛି ମାତ୍ରାରେ କମ୍ କରାଯାଇ ପାରିବ ବୋଲି ସ୍ବାସ୍ଥ୍ଯ ବିଶେଷଜ୍ଞମାନେ କହିଛନ୍ତି ।

ଏହାସହିତ ଜରୁରୀକାଳୀନ ଚିକିତ୍ସା କକ୍ଷରେ ଅଧିକ ସମୟ ବିତେଇବା, ଭେଣ୍ଟିଲେଟରର ଆବଶ୍ୟକତା ଏବଂ ଆଇସିୟୁରେ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ । ଯେଉଁମାନେ ଭେଣ୍ଟିଲେଟରରେ କିମ୍ବା ବିନା ଅକ୍ସିଜେନ ସାହାଯ୍ୟରେ ନିଶ୍ବାସ ନେଉଥିଲେ, ସେମାନଙ୍କ ପାଇଁ ଉପଯୋଗୀ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଡରାଉଛି ହ୍ବାଇଟ ଲଙ୍ଗ୍ସ ସିଣ୍ଡ୍ରୋମ, ଜାଣନ୍ତୁ ଲକ୍ଷଣ

ପାଟିରେ ବ୍ୟାକ୍ଟେରିଆ ହସ୍ପିଟାଲରେ ନିମୋନିଆ ହେବାର ସମ୍ଭାବନାକୁ ବୃଦ୍ଧି କରିଥାଏ । ଲାଳ ଶ୍ବାସକ୍ରିୟା ଦ୍ବାରା ଫୁସଫୁସରେ ପ୍ରବେଶ କରିବା ଦ୍ବାରା ନିମୋନିଆ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଦାନ୍ତ ଘଷିବା ଦ୍ବାରା ଏହି ସମ୍ଭାବନାକୁ ରୋକାଯାଇ ପାରିବ ବୋଲି କୁହାଯାଇଛି । ନିମୋନିଆକୁ ରୋକିବା ପାଇଁ ଏହା ଏକ କୌତୁହଳ ଉପାୟ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିମୋନିଆ କେତେ ପ୍ରକାରର ? ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

ପ୍ରକାଶଥାଉକି, ଜଣେ ବ୍ୟକ୍ତିର ଗୋଟିଏ କିମ୍ବା ଦୁଇଟି ଫୁସଫୁସରେ ସଂକ୍ରମଣ ହେଲେ ତାହାକୁ ନିମୋନିଆ କୁହାଯାଏ । ତେବେ ନିମୋନିଆ ଲକ୍ଷଣ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ଭିନ୍ନ ଭିନ୍ନ ହୋଇଥାଏ । ଯଦି କୌଣସି କୀଟାଣୁ ଦ୍ବାରା ଫୁସଫୁସ ସ‌ଂକ୍ରମିତ ହୁଏ ତାହାକୁ ବ୍ୟାକ୍ଟେରିଆଲ ନିମୋନିଆ କୁହାଯାଏ । ଯେତେବେଳେ କୌଣସି ଭାଇରସ ଦ୍ବାରା ଫୁସଫୁସ ସଂକ୍ରମିତ ହୋଇଥାଏ ତାହେଲେ ତାହାକୁ ଭାଇରଲ ନିମୋନିଆ କୁହାଯାଏ ।

ନିମୋନିଆ ହେଲେ ଜ୍ୱର, କାଶ, ଥକ୍କା ଲାଗିବା, ଶରୀରରେ ଯନ୍ତ୍ରଣା, ଛାତିରେ କଷ୍ଟ ଅନୁଭବ ହେବା, ଗଳା ଫୁଲିଯିବା, ଭୋକ ନଲାଗିବା ଏବଂ ଛେପରେ ରଙ୍ଗରେ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.