ETV Bharat / sukhibhava

ଶରୀରର ସମସ୍ତ ବିଷାକ୍ତ ବର୍ଯ୍ୟକୁ ବାହାର କରେ କଲରା, ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

କଲରା ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାକୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ତେବେ କାହିଁକି ପ୍ରତିଦିନ ଏହାକୁ ଖାଇବା ଉଚିତ୍ ଏବଂ ଶରୀର ଏଥିରୁ କ’ଣ ଲାଭ ପାଇଥାଏ ? ଜାଣନ୍ତୁ

ଶରୀରର ସମସ୍ତ ମଇଳାକୁ ବାହାର କରେ କଲରା, ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ପାଇଁ ହୁଏ ଲାଭଦାୟକ

author img

By ETV Bharat Odisha Team

Published : Aug 27, 2023, 6:20 PM IST

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ସବୁଜ ପନିପରିବା ଖାଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ ନାହିଁ, ବରଂ ଅନେକ ଗମ୍ଭୀର ରୋଗର ମୁକାବିଲା ପାଇଁ ମଧ୍ୟ ସାହାଯ୍ୟ ହୋଇଥାଏ । ଭାରତର ଲୋକମାନେ ବିଭିନ୍ନ ପନିପରିବା ଖାଆନ୍ତି । ପ୍ରତ୍ୟେକ ପନିପରିବାର ନିଜସ୍ୱ ଗୁଣ ଅଛି । ସବୁଜ ପନିପରିବା ମଧ୍ୟରେ କଲରା ମଧ୍ୟ ରହିଛି । ଯାହା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । କଲରା ଶରୀରରୁ ମଇଳା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ କାହିଁକି ପ୍ରତିଦିନ କଲରା ଖାଇବା ଉଚିତ୍ ଏବଂ ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତୁ

ସ୍ୱାସ୍ଥ୍ୟ ପାଇଁ କଲରା କେତେ ଗୁରୁତ୍ୱପୂର୍ଣ୍ଣ?

1. ରକ୍ତରେ ଶର୍କରା ନିୟନ୍ତ୍ରଣ କରାଏ: ମଧୁମେହ କିମ୍ବା ହାଇ ବ୍ଲଡ୍‌ ପ୍ରେସର ରୋଗୀଙ୍କୁ ଡାକ୍ତରମାନେ ସର୍ବଦା କଲରା ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର କାରଣ ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଥାଏ । କଲରା କେବଳ ଶର୍କରାକୁ ନିୟନ୍ତ୍ରଣ କରେ ନାହିଁ, ବରଂ ଶରୀରରେ ଏନର୍ଜୀ ସ୍ତରକୁ ମଧ୍ୟ ବଢାଇଥାଏ ।

2. ହଜମ ପ୍ରକ୍ରିୟା ଉନ୍ନତ କରେ: କଲରାରେ ଫାଇବର ଭଲ ପରିମାଣରେ ମିଳିଥାଏ । ଏହା ଖାଇବା ଦ୍ୱାରା ହଜମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଫାଇବର ଯୁକ୍ତ ଭରପୂର ଖାଦ୍ୟ ଖାଇବା ଦ୍ୱାରା ମଳତ୍ୟାଗ ସହଜ ହୋଇଥାଏ, ଯାହା ଦ୍ବାରା କୋଷ୍ଠକାଠିନ୍ୟ ହୁଏ ନାହିଁ।

3. ଯକୃତକୁ ସୁସ୍ଥ ରଖେ: କୁହାଯାଏ ଯେ କଲରା ମଧ୍ୟ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଯକୃତର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ଏହାର ଡିଟୋକ୍ସଫିକେସନ୍ ପ୍ରକ୍ରିୟାକୁ ସମର୍ଥନ କରେ, ଯାହାଦ୍ୱାରା ଶରୀରର ପରିଷ୍କାରତାକୁ ପ୍ରୋତ୍ସାହିତ କରେ ।

4. ଡିଟୋକ୍ସଫିକେସନ୍: ଆଣ୍ଟିଅକ୍ସିଡାଣ୍ଟ୍‌ ଏବଂ ବାୟୋଆକ୍ଟିଭ୍ ଯୌଗିକର ଉପସ୍ଥିତି ହେତୁ କଲରା ଶରୀରକୁ ଡିଟୋକ୍ସିଫାଇ କରିବା ପାଇଁ ମଧ୍ୟ କାମ କରିଥାଏ । ଏହି ଯୌଗିକଗୁଡ଼ିକ ହୋମଫୁଲ୍‌ ଫ୍ରି' ରେଡିକାଲ୍ ଦ୍ବାରା ହେଉଥିବା କ୍ଷତିକୁ ହ୍ରାସ କରିଥାଏ ଏବଂ ଶରୀରକୁ ଡିଟକ୍ସିଫାଇ କରିଥାଏ ।

5. ଓଜନ ନିୟନ୍ତ୍ରଣ କରାଏ: ଦୈନନ୍ଦିନ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରିବା ଜରୁରୀ । କାରଣ ଏହା ଓଜନ ହ୍ରାସ କରିବାରେ ବି ସାହାଯ୍ୟ କରେ । ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ବିଶେଷ ପ୍ରତିଦିନ କଲରା ଖାଇବା ଅଭ୍ୟାସ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ଖାଦ୍ୟ ଗ୍ରହଣ ସମୟରେ କାହିଁକି ପାଣି ପିଇବାକୁ ବାରଣ କରାଯାଏ? ଜାଣନ୍ତୁ କାରଣ

6. ଇମ୍ୟୁନ ସିଷ୍ଟମକୁ ମଜଭୁତ କରେ: କେତେକ ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ କଲରାରେ ମିଳିଥାଏ, ଯାହା ଇମ୍ୟୁନ ସିଷ୍ଟମକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିଥାଏ । ଯାହ ଫଳରେ ଶରୀର ଆରାମରେ ବିଭିନ୍ନ ସଂକ୍ରମଣ ଏବଂ ରୋଗ ବିରୁଦ୍ଧରେ ଲଢିବାକୁ ସକ୍ଷମ ହୋଇଥାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.