ETV Bharat / sukhibhava

ମଧୁମେହ ରୋଗୀଙ୍କ ପାଇଁ ଏହିସବୁ ଖାଦ୍ୟ ଲାଭଦାୟକ - ସ୍ବାସ୍ଥ୍ୟ ଖବର

ଶୀତ ଦିନରେ କମ୍ ଶାରୀରିକ ପରିଶ୍ରମ କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ନାନା ସମସ୍ୟା ସୃଷ୍ଟି କରେ । ତେବେ ଶୀତଦିନେ ମଧୁମେହ ନିୟନ୍ତ୍ରଣ ପାଇଁ ଏହିସବୁ ଖାଦ୍ୟ ଆପଣାନ୍ତୁ । ଅଧିକ ପଢନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ଏହିସବୁ ଖାଦ୍ୟ ଲାଭଦାୟକ

author img

By

Published : Nov 11, 2022, 10:13 AM IST

ହାଇଦ୍ରାବାଦ: ଶୀତଋତୁରେ ମଧୁମେହ ରୋଗୀ, ରୋଗ ପ୍ରତିରୋଧକ ଶକ୍ତି ପ୍ରତି ଅଧିକ ଯତ୍ନବାନ ହେବା ଉଚିତ୍ । ସଂକ୍ରମଣ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ସୁସ୍ଥ ଖାଦ୍ୟ ଖାଇବା ମଧୁମେହ ରୋଗୀଙ୍କ ପାଇଁ ନିହାତି ଆବଶ୍ୟକ । ଶୀତ ଦିନରେ ଅଳଶୁଆମି କାରଣରୁ ଅନେକ ଲୋକେ ଶାରୀରିକ କାର୍ଯ୍ୟକଳାପରୁ ଦୂରେଇ ରହିଥାନ୍ତି, ଫଳରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ଘଟିଥାଏ ।

ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ଆମ ଦେଶରେ ପ୍ରାୟ 98 ନିୟୁତ ଲୋକ ମଧୁମେହରେ ଆକ୍ରାନ୍ତ ହେବେ । କିନ୍ତୁ ଆଶ୍ବସନାର ବିଷୟ ହେଉଛି କି, ମଧୁମେହକୁ ରୋକାଯାଇପାରିବ ଏବଂ ପରିଚାଳନା ମଧ୍ୟ କରାଯାଇପାରିବ । ଏହାକୁ ଜଣେ ମଧୁମେହ ରୋଗୀ ଚାହିଁଲେ ମଧ୍ୟ କରିପାରିବେ, କେବଳ ଖାଦ୍ୟରେ କେତେକ ପରିବର୍ତ୍ତନ ଆଣିପାରିଲେ ଏହା ସମ୍ଭବ । ଶୀତ ଦିନରେ କେଉଁ ଖାଦ୍ୟ ଖାଇଲେ ମଧୁମେହ ନିୟନ୍ତ୍ରଣ ହୋଇଥାଏ, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି...

ଅଁଳା:-

ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ଅଁଳା ଲାଭଦାୟକ । ଏହା କ୍ରୋମିୟମରେ ଭରପୂର, ରକ୍ତରେ ଶର୍କରା ସ୍ତରକୁ ସ୍ଥିର କରିଥାଏ ଏବଂ ଇନସୁଲିନ୍ ସମ୍ବେଦନଶୀଳତାକୁ ଉନ୍ନତ କରିଥାଏ । ଆହୁରି ମଧ୍ୟ, ଏହା ଭିଟାମିନ୍ ସିରେ ଭରପୁର, ଯେଉଁଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଉଭୟ ପ୍ରକାରର ମଧୁମେହ ରୋଗୀ(ଟାଇପ୍-1, ଟାଇପ୍-2)ଙ୍କ ପାଇଁ ଲାଭଦାୟକ ।

ବିଟ୍:-

ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ ବିଟ୍ ଖାଇବା ଲାଭଦାୟକ । ଫାଇବର ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥ ଯେପରିକି ପୋଟାସିୟମ୍, ଆଇରନ୍, ମାଙ୍ଗାନିଜ୍ ଏବଂ ଫାଇଟୋକେମିକାଲ୍ସ ଥାଏ, ଏହା ରକ୍ତରେ ଶର୍କରା ହ୍ରାସ କରିବାରେ ଏବଂ ଶରୀରରେ ଇନସୁଲିନ୍ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ନଡ଼ିଆରେ ମିଶାଇ ସୁପ୍ ତିଆରି କରି ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ।

ବାଜରା:-

ବାଜରା ଫାଇବରରେ ଭରପୂର ଏବଂ ଅନ୍ୟ ଶସ୍ୟ ତୁଳନାରେ ଗ୍ଲାଇସେମିକ୍ ଇଣ୍ଡେକ୍ସରେ କମ୍ ରହିଥାଏ । ବାଜରାରେ ଲେମ୍ବୁ ଏବଂ ମଶୁର ମିଶାଇ ପ୍ରୋଟିନ୍ ଭାବରେ ପ୍ରସ୍ତୁତ କରିପାରିବେ । ତେବେ ବାଜରା ଆପଣଙ୍କ ଶରୀରରେ କିପରି ଭାବେ ପ୍ରଭାବ ପକାଇଥାଏ, ତାହାକୁ ଦୃଷ୍ଟିରେ ରଖି ଖାଇବା ଉଚିତ୍ ।

ଗାଜର:-

ଗାଜରରେ ଏକ ଅଦ୍ୱିତୀୟ ଅଦୃଶ୍ୟ ଫାଇବର ରହିଥାଏ ଯାହା ରକ୍ତ ପ୍ରବାହରେ ଶର୍କରା କ୍ଷରଣକୁ ମନ୍ଥର କରିବାରେ ସାହାଯ୍ୟ କରିଥାଏ । ଭୋଜନ ପୂର୍ବରୁ ଗୋଟିଏ କଞ୍ଚା ଗାଜର ଖାଇବା ଲାଭଦାୟକ । ଏଥିସହ ଗାଜରକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ ।

କମଳା:-

ମଧୁମେହ ରୋଗୀଙ୍କ ପାଇଁ କମଳା ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଏ । ଏଥିରେ ଥିବା କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ। ଆପଣ କମଳାକୁ ଘରେ ଜୁସ୍ ଭାବରେ ମଧ୍ୟ ସେବନ କରିପାରିବେ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.