ETV Bharat / sukhibhava

9ଟି ଉପାୟରେ କୋଭିଡ ଆକ୍ରାନ୍ତଙ୍କୁ ସହାୟତା - COVID-19 Infected People

ସବୁ ବର୍ଗର ଲୋକଙ୍କ ସହ ସଂଘର୍ଷ କରୁଥିବା କୋଭିଡ-19 ମହାମାରୀର ଦ୍ବିତୀୟ ଲହରୀ ସହ ଭାରତ ଏବେ ସଂଘର୍ଷ କରୁଛି । ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଏବଂ ଆଗରେ ଥିବା ଅନ୍ୟ ସମସ୍ତ କର୍ମୀ ପ୍ରତିଟି ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ସମ୍ଭାବ୍ୟ ପ୍ରୟାସ କରୁଥିବା ବେଳେ ଅନେକ ଲୋକ ଘରେ ବସିରହି ନିରାଶ ଓ ଅସହାୟ ଅନୁଭବ କରୁଛନ୍ତି । ଅଧିକ ପଢନ୍ତୁ...

କୋଭିଡ ଆକ୍ରାନ୍ତ
କୋଭିଡ ଆକ୍ରାନ୍ତ
author img

By

Published : May 20, 2021, 7:05 AM IST

ସବୁ ବର୍ଗର ଲୋକଙ୍କ ସହ ସଂଘର୍ଷ କରୁଥିବା କୋଭିଡ-19 ମହାମାରୀର ଦ୍ବିତୀୟ ଲହରୀ ସହ ଭାରତ ଏବେ ସଂଘର୍ଷ କରୁଛି । ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ ଏବଂ ଆଗରେ ଥିବା ଅନ୍ୟ ସମସ୍ତ କର୍ମୀ ପ୍ରତିଟି ଜୀବନ ବଞ୍ଚାଇବାକୁ ସମସ୍ତ ପ୍ରକାର ସମ୍ଭାବ୍ୟ ପ୍ରୟାସ କରୁଥିବା ବେଳେ ଅନେକ ଲୋକ ଘରେ ବସିରହି ନିରାଶ ଓ ଅସହାୟ ଅନୁଭବ କରୁଛନ୍ତି । ଏପରି ସ୍ଥିତିରେ କାହାରି ସାମାନ୍ୟ ସହଯୋଗ ବି କୋଭିଡ-19 ସଂକ୍ରମିତ ରୋଗୀଙ୍କ ପାଇଁ ବଡ଼ ସାହାଯ୍ୟ ହୋଇପାରେ । ଏଠାରେ 9ଟି ବିଭିନ୍ନ ଉପାୟ ଦିଆଗଲା ଯାହାଦ୍ବାରା ଆପଣ ବି ସହାୟତା କରିପାରିବେ !

ଆପଣଙ୍କ ଆଖପାଖରେ କୋଭିଡ-19 ସଂକ୍ରମିତଙ୍କୁ ସହାୟତା କରିବାର 9ଟି ଉପାୟ

ବର୍ତ୍ତମାନର ସମୟ ଅତ୍ୟନ୍ତ କଠିନ ଏବଂ ସବୁବେଳେ ଘରେ ବସି ରହିବା ଦ୍ବାରା ଆପଣ ଅସହାୟ ମନେ କରୁଥିବେ, ବିଶେଷ କରି ଯେତେବେଳେ ଆପଣଙ୍କର କେହି ନିଜ ଲୋକ ରୋଗରେ ପଡିଥିବ ଆପଣ କିଛି କରିପାରୁନଥିବେ ତାହା ଆପଣଙ୍କ ମନରେ ନିଶ୍ଚିତ କଷ୍ଟ ଦେବ । ଆପଣଙ୍କର କେହି ବନ୍ଧୁ ବାନ୍ଧବ, ସମ୍ପର୍କୀୟ କିମ୍ବା ପଡୋଶୀ ଯଦି କୋଭିଡ-19 ସଂକ୍ରମିତ ହୋଇଥାନ୍ତି, ସ୍ବାଭାବିକ କଥା ଆପଣ ତାଙ୍କୁ ଦେଖିବାକୁ ଯାଇପାରିବେ ନାହିଁ । କିନ୍ତୁ ଅନେକ ଉପାୟ ରହିଛି ଯାହାଦ୍ବାରା ଆପଣ ସେମାନଙ୍କ ଯତ୍ନ ନେଇପାରିବେ । ଦେଶରେ କୋଭିଡ-19 ସ୍ଥିତିକୁ ଦେଖି ଭାରତରେ ଅଧିକାଂଶ ଲୋକେ ଅସହାୟ ମନେ କରୁଥିବାରୁ ଏଠାରେ କିଛି ଉପାୟ ଦିଆଗଲା ଯାହାଦ୍ବାରା ଆପଣ ଅନ୍ୟମାନଙ୍କୁ ସହାୟତା କରି ପାରିବେ ।

ସେମାନଙ୍କୁ କଲ୍ କରନ୍ତୁ
ଆପଣଙ୍କ ଜଣାଶୁଣା କେହି ଯଦି କୋଭିଡ-19ରେ ସଂକ୍ରମିତ ହୋଇଥାନ୍ତି ତେବେ ତାଙ୍କୁ କଲ୍ କରନ୍ତୁ କିମ୍ବା ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରି ମେସେଜ୍ ପଠାଇ ପାରିବେ । ଆଖପାଖର ଭୟଙ୍କର ସ୍ଥିତିକୁ ଦେଖି ସଂକ୍ରମିତ ବ୍ୟକ୍ତିଙ୍କ ମନରେ ଭୟ ଓ ଆଶଙ୍କା ଜାତ ହୋଇପାରେ । ଏହି ଅବସ୍ଥାରେ ସେମାନେ ଖୁବଶୀଘ୍ର ଆରୋଗ୍ୟ ଲାଭ କରିବେ ଏବଂ ସବୁ କିଛି ଭଲ ହେବ ବୋଲି ସେମାନଙ୍କୁ ଆଶ୍ବାସନା ଦେଇପାରିବେ । ପ୍ରତିଦିନ ନହେଲେ ମଧ୍ୟ କିଛି ଦିନ ବ୍ୟବଧାନରେ କଲ୍ କରି ତାଙ୍କ ସହିତ ଆପଣ କଥା ହୋଇପାରିବେ ।

ସକାରାତ୍ମକ ଭାବନାର ପ୍ରସାର କରନ୍ତୁ
କୋଭିଡ-19ରେ ସଂକ୍ରମିତ ଜଣେ ବ୍ୟକ୍ତିଙ୍କ ମନରେ ସବୁବେଳେ ନକରାତ୍ମକ ଭାବନା ଆସିବା ସମ୍ଭାବନା ଥାଏ । ଏ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଶ୍ରେଷ୍ଠ ଉପାୟ ହେଉଛି ସଂକ୍ରମିତଙ୍କ ପାଖକୁ କିଛି ସକରାତ୍ମକ କାହାଣୀ, ଗୀତ, ଚଳଚ୍ଚିତ୍ର ଆଦି ପଠାଇବା । ତାଙ୍କ ମନରେ ଭୟ ଜାତ ହେବା ଭଳି କୌଣସି ଘଟଣା କରିବା ନାହିଁ। ସେମାନଙ୍କୁ ହସାଇବା ଏବଂ ମନରେ ଖୁସି ଆସିବା ଭଳି କଥାବାର୍ତ୍ତା କରିବା କିମ୍ବା ପୁରୁଣା ସ୍ମୃତିକୁ ସାଉଁଟିବା ।

ସଠିକ୍ ତଥ୍ୟ ସହ ସାହାଯ୍ୟ କରନ୍ତୁ
ହସ୍ପିଟାଲ ବେଡ୍, ଅକ୍ସିଜେନ୍ ସିଲିଣ୍ଡର/କନସେଣ୍ଟ୍ରେଟର, ଇଂଜେକସନ କିମ୍ବା ମେଡିସିନ୍ ଖୋଜୁଥିବା କୌଣିସ ବ୍ୟକ୍ତିଙ୍କ ସମ୍ପର୍କରେ ଆପଣ ଯଦି ଯୋଗାଯୋଗରେ ଆସନ୍ତି ତେବେ ଆପଣ ଏହାର ସବିଶେଷ ଯାଞ୍ଚ କରି ଠିକଣା ତଥ୍ୟ ପଠାନ୍ତୁ । ଆପଣ ପ୍ରଥମେ ନମ୍ବର ଯାଞ୍ଚ କରନ୍ତୁ ଏବଂ ପରେ ଏହାକୁ ପଠାନ୍ତୁ, ଫଳରେ ସେମାନଙ୍କୁ ଏକାଧିକ ନମ୍ବରରେ ଫୋନ୍ କରି କଲ୍ କରିବାକୁ ପଡ଼ିବ ନାହିଁ । ଏହାଦ୍ବାରା ଆପଣ ସେମାନଙ୍କ ସମୟ ବଞ୍ଚିବ ଏବଂ ସେମାନେ ତୁରନ୍ତ ସହାୟତା ପାଇ ପାରିବେ ।

ଅଧିକ ସଂଖ୍ୟାରେ ସୂଚନା ଦିଅନ୍ତୁ
ସମ୍ପ୍ରତି ସାମାଜିକ ଗଣମାଧ୍ୟମରୁ ଅନେକ ସହାୟତା ମିଳୁଛି । ଟ୍ବିଟର, ଇନଷ୍ଟାଗ୍ରାମ, ଫେସବୁକ୍ ଆଦି ମେଡିକାଲ ଉପକରଣ ଖୋଜୁଥିବା ଲୋକଙ୍କୁ ସୂଚନା ଦେବାରେ ସାହାଯ୍ୟ କରୁଛି । ବିଭିନ୍ନ ତଥ୍ୟ ସମ୍ବଳିତ ସୂଚନାକୁ ଅଧିକ ସଂଖ୍ୟାରେ ପୋଷ୍ଟ କରନ୍ତୁ, ଯାହାକି ଚିକିତ୍ସା ଚାହୁଁଥିବା ଲୋକଙ୍କୁ ଅନେକାଂଶରେ ସୁବିଧା ଯୋଗାଇ ଦେବ ।

ଘରେ ପୃଥକ୍ବାସରେ ରହୁଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦିଅନ୍ତୁ
ଯଦି ଆପଣଙ୍କ ପଡୋଶୀ କିମ୍ବା ନିକଟରେ ରହୁଥିବା କେହି ସମ୍ପର୍କୀୟ/ବନ୍ଧୁ ସଂକ୍ରମିତ ହୋଇଥାନ୍ତି ଏବଂ ଗୃହ ପୃଥକବାସରେ ରହୁଥାନ୍ତି ତେବେ ଆପଣ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇ ପାରିବେ । ଯେହେତୁ ଏହି ସମୟରେ ଲୋକେ ଅଧିକ ଦୁର୍ବଳ ହୋଇପଡ଼ନ୍ତି ସେମାନେ ନିଜେ ରୋଷେଇ କରିବାକୁ ସକ୍ଷମ ହୋଇ ପାରନ୍ତି ନାହିଁ । ଆପଣ ସେମାନଙ୍କୁ ସୁଷମ ଏବଂ ତାଜା ଘରୋଇ ରନ୍ଧା ଖାଦ୍ୟ ଯୋଗାଇ ଦେଇ ପାରିବେ ଏବଂ ଡିସପୋଜେବଲ ପ୍ୟାକେଟରେ ଏହା ଯୋଗାଇ ଦିଅନ୍ତୁ ।

ଗ୍ରୋସେରୀ ଘରେ ପହଞ୍ଚାଇବା ଏବଂ କୁକୁର ବୁଲାଇବା
ଆପଣ ଯଦି ଯୁବକ ଏବଂ ସୁସ୍ଥ ଅଛନ୍ତି ତେବେ ଆପଣ ଆପଣଙ୍କ ସାହିପଡ଼ିଶାରେ ରହୁଥିବା ବୟସ୍କ ବ୍ୟକ୍ତି କିମ୍ବା ଘରେ ପୃଥକବାସରେ ରହୁଥିବା ଲୋକଙ୍କୁ ସେମାନଙ୍କର ଆବଶ୍ୟକ କିରାନା ସାମଗ୍ରୀ ବା ଗ୍ରୋସେରିଜ୍ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିପାରିବେ । ଏହା ସେମାନଙ୍କ ପାଇଁ ସହାୟତା ହେବ । ଏହା ନିଶ୍ଚିତ କରିବେ ଯେ, ଆପଣ ସମସ୍ତ ସୁରକ୍ଷା ପଦକ୍ଷେପ ପାଳନ କରିବେ ଏବଂ ସାମଗ୍ରୀ ଭର୍ତ୍ତି ପ୍ୟାକେଟକୁ ସେମାନଙ୍କ ଘର ପ୍ରବେଶଦ୍ବାର ଆଗରେ ରଖିଦେବେ, ଯେପରି କୌଣସି ପ୍ରକାର ଶାରିରୀକ ସମ୍ପର୍କରେ ଆସିବେ ନାହିଁ । ଏହାବାଦ୍ ପୋଷା କୁକୁରଙ୍କୁ ନିୟମିତ ବୁଲାଇବା ଦରକାର । ତେଣୁ ପୃଥକବାସରେ ରହୁଥିବା ଲୋକଙ୍କ କୁକୁରକୁ ଆପଣ ବୁଲାଇ ଆଣିବାକୁ ମଧ୍ୟ ପ୍ରସ୍ତାବ ଦେଇପାରିବେ ।

ସ୍ବେଚ୍ଛାସେବୀ
କୋଭିଡ-19ରେ ଆକ୍ରାନ୍ତ ଲୋକଙ୍କୁ ସହାୟତା କରିବା ପାଇଁ ଅନେକ ସଂସ୍ଥାଙ୍କ ସମେତ ଯୁବ ଗୋଷ୍ଠୀ ଆଗେଇ ଆସୁଛନ୍ତି । ସାହାଯ୍ୟ ଚାହୁଁଥିବା ଲୋକଙ୍କୁ ବିଭିନ୍ନ ସୂଚନା ଦେବା, ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ଼ କରିବା ଆଦି କାମ ସେମାନେ କରିଥାନ୍ତି । ଭର୍ଚୁଆଲ ଭଲ୍ୟୁଣ୍ଟିୟର ଭାବେ ସେମାନଙ୍କ ସହ ଯୋଡି ହୋଇ ଆପଣ ବି ନିଜର ଯୋଗଦାନ କରିପାରିବେ । ସେମାନେ ସବୁବେଳେ ଅଧିକ ସହଯୋଗର ହାତ ଚାହିଁଥାନ୍ତି ।

ଦାନ କରନ୍ତୁ
ଆପଣଙ୍କ ପାଖରେ ଯଦି କିଛି ଅତିରିକ୍ତ ଟଙ୍କା ଥାଏ ତେବେ ଏଥିରୁ କିଛି ଦାନ କରିବା କଥା ଚିନ୍ତା କରନ୍ତୁ । ଅନେକ କୋଭିଡ-19 ରିଲିଫ ପାଣ୍ଠି, ଦାତବ୍ୟ ଅନୁଷ୍ଠାନ, ଏନଜିଓ ଆଦି ରହିଛନ୍ତି ଯେଉଁମାନେ ଦରକାର ସମୟରେ ଲୋକଙ୍କ ମେଡିକାଲ ସାମଗ୍ରୀ, ଚିକିତ୍ସା, ଖାଦ୍ୟ ଓ ଅର୍ଥ ଆବଶ୍ୟକତା ପୂରଣ ପାଇ ଆଗେଇ ଆସନ୍ତି । ଏପରିକି କମ୍ ପରିମାଣର ଅନୁଦାନ ମଧ୍ୟ ବଡ଼ କାମରେ ଆସିଥାଏ ।

ଟୀକାକରଣ ଏବଂ ଟୀକା ପଂଜୀକରଣ

ବିଶେଷଜ୍ଞମାନେ କହନ୍ତି ଯେ, ଭୂତାଣୁ ରୋକିବା ପାଇଁ ଟୀକାକରଣ ହେଉଛି ଶ୍ରେଷ୍ଠ ମାଧ୍ୟମ। ସାମୂହିକ ଟୀକାକରଣ ଦ୍ବାରା ମହାମାରୀ ସଂକ୍ରମଣ ରୋକିବା ସହଜ ହେବ ଏବଂ ଲୋକଙ୍କୁ ସାଂଘାତିକ ସଂକ୍ରମଣରୁ ବଞ୍ଚାଇ ହେବ । ସୁତରାଂ ସୁଯୋଗ ମିଳିବା ମାତ୍ରେ ଆପଣ ନିଜେ ଟୀକା ନେବା ସହିତ ଆପଣଙ୍କ ପରିବାରକୁ ଟୀକା ଦିଅନ୍ତୁ । ଆପଣଙ୍କ ପଡୋଶୀ, ସାଙ୍ଗ, ସମ୍ପର୍କୀୟ ଏବଂ ଗୃହ ସହାୟକଙ୍କୁ ଟୀକା ନେବା ପାଇଁ ଉତ୍ସାହିତ କରନ୍ତୁ ଏବଂ ଟୀକା ନେବା ସମ୍ପୂର୍ଣ୍ଣ ନିରାପଦ ବୋଲି ସେମାନଙ୍କୁ ବୁଝାନ୍ତୁ । ଆପଣଙ୍କର ଗୃହସହାୟକ, ୱାଚମ୍ୟାନ, ପରିବା ବିକାଳୀଙ୍କର ଟେକନୋଲୋଜି ସମ୍ପର୍କରେ ଜ୍ଞାନ ନଥିବାରୁ ସେମାନଙ୍କୁ ଟୀକା ନେବା ପାଇଁ ପଂଜୀକରଣ ଏବଂ ସେମାନଙ୍କର ସ୍ଲଟ୍ ବୁକ୍ କରିବାରେ ସାହାଯ୍ୟ କରନ୍ତୁ ।

ସୁତରାଂ, ଅନେକ ଉପାୟରେ କୋଭିଡ-19 ଗାଇଡଲାଇନକୁ ମାନି ଆପଣ ସହାୟତା ଅପେକ୍ଷାରେ ଥିବା ଲୋକଙ୍କୁ ସାହାଯ୍ୟ କରିପାରିବେ । ଏହାଦ୍ବାରା ଆପଣ କେବଳ ନିଜକୁ କମ୍ ଅସହାୟ ମନେ କରିବେ ନାହିଁ, ବରଂ ଅନ୍ୟମାନଙ୍କ ଦୁଃଖ କିଛିଟା ଲାଘବ କରି ପାରିବେ । କୋଭିଡ-19ରେ ସମସ୍ତ ମୃତ୍ୟୁ ଖବର ଏବଂ ଏହା ପରବର୍ତ୍ତୀ ପ୍ରଭାବ ଅତ୍ୟନ୍ତ ହୃଦୟ ବିଦାରକ । ସକରାତ୍ମକ ଭାବନା ପ୍ରସାରିତ କର, କିନ୍ତୁ ଏହା ମନେ ରଖିବାକୁ ପଡ଼ିବ ଯେ ନିଜର ଶାରିରୀକ ଏବଂ ମାନସିକ ସ୍ବାସ୍ଥ୍ୟର ଯତ୍ନ ମଧ୍ୟ ନେବାକୁ ପଡ଼ିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.