ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନ ଥାନା ଟ୍ରକ ଓନର ଆସୋସିଏସନ ନିକଟରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ । ଏହି ଗୁଳି ମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ମୃତ ବ୍ୟକ୍ତି ଜଣକ ହେଲେ ମୁରାରୀ ତନ୍ତି । ମୁରାରୀଙ୍କ ଘର ସୁନ୍ଦରଗଡ଼ ମହାନ୍ତିଆ ପଡ଼ା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଛି ଏହି ହତ୍ୟା ବୋଲି ସନ୍ଦେହ କରାଯାଉଛି । ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ