ରାଉରକେଲା: ଯୌତୁକ ପାଇଁ ସ୍ତ୍ରୀକୁ ପୋଡି ମାରିଥିବା ଅଭିଯୋଗ । ଏନେଇ ମହିଳାଙ୍କ ବାପା କୋଲକାତାରୁ ଆସି ପ୍ଲାଣ୍ଟ ସାଇଟ୍ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛନ୍ତି । ଏହାପରେ ପୋଲିସ ସ୍ବାମୀ ଦୀପକ ସୋନକରକୁ ଅଟକ ରଖି ପଚରାଉଚରା କରୁଛି ।
10 ଫେବୃଆରୀ 2014ରେ ଆନନ୍ଦି ସୋନକରଙ୍କ ବିବାହ ଦୀପକଙ୍କ ସହ ହୋଇଥିଲା । ବିବାହ ପରେ ଆନନ୍ଦିକୁ ସ୍ବାମୀ ଓ ଶଶୁର ଘର ଲୋକ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ବାପା ରାମକୁମାର ସୋନକର । ସେମାନେ ଯୌତୁକ ଦାବି କରିଆସୁଥିଲେ । ଗତ ଜାନୁଆରୀ 25 ତାରିଖରେ ସେ ଝିଅର ମୃତ୍ୟୁ ଖବର ପାଇଥିଲେ । ଏପରିକି ଆନନ୍ଦିନୀର ପିଲାମାନେ ମଧ୍ୟ ଘଟଣାକୁ ସାମ୍ନାରେ ଦେଖିଥିବାର ବାପା କହିଛନ୍ତି ।
ତେବେ ପୋଲିସ ଯୌତୁକ ସମ୍ପର୍କିତ ଆଇନ ସହିତ ହତ୍ୟାର ପ୍ରୟାସର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷେ ବହୁତ ବିଳମ୍ବରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠ ଯାଇଥିଲା। ତେବେ ମୃତକ ଆନନ୍ଦିର ଘର ଲୋକ ନ୍ୟାୟ ଭିକ୍ଷା କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ