ETV Bharat / state

ଲକ଼ଡାଉନରେ ମାତିିଥିଲେ ଚୋର; ଧରିଲା ପୋଲିସ - Three thieves arrested

ଚୋରି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ତିନି ଚୋର ଗିରଫ
ତିନି ଚୋର ଗିରଫ
author img

By

Published : May 26, 2021, 9:35 AM IST

ସୁନ୍ଦରଗଡ: ରାଉରକେଲା ପୋଲିସକୁ ସଫଳତା । ଚୋରି ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଚୋରୀ ସାମଗ୍ରୀ ଜବତ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ତିନି ଚୋର ଗିରଫ

ଲକଡାଉନ ଓ ସଟଡାଉନ ନେଇ ସବୁ ବନ୍ଦ ରହଛି । ଫଳରେ ଚୋରଙ୍କର ଉତ୍ପାତ ବଢିଛି । ବନ୍ଦର ସୁଯୋଗ ନେଇ ରାଉରକେଲା ସେକ୍ଟର-6ରୁ ପ୍ରିତୀପଦ୍ମା ଦାଶ ନାମକ ଜଣେ ଆରଏସପି କର୍ମଚାରୀଙ୍କ ଘରୁ କେତେକ ଦୁର୍ବୃତ୍ତ ଲୋକଙ୍କ ଘରୁ ସୁନା ଗହଣା, ବିଭିନ୍ନ ମୂଲ୍ୟବାନ ଜିନିଷ ସହିତ କ୍ୟାମେରା ଲୁଟି ଫେରାର ହୋଇଥିଲେ । ଏ ନେଇ ମହିଳା କର୍ମଚାରୀ ସେକ୍ଟର-୭ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଗତକାଲି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ନିର୍ମଳ ଘୋଷ ,ରାଜୁ ମୁଖୀ ଓ ପ୍ରକାଶ ପାତ୍ର । ପୋଲିସ ଏହି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୫୩ ହଜାର ଟଙ୍କା, 39 ଗ୍ରାମ ଓଜନର ସୁନା, ଗୋଟିଏ କାର, ଗୋଟିଏ କ୍ୟାମେରା, ରିଷ୍ଟ ୱାଚ ଜବତ କରିଥିବା ଏସପି ସଂଗ୍ରାମ ବେହେରା ସୂଚନା ଦେଇଛନ୍ତି । ତେବେ ସମସ୍ତ ଅଭଯୁକ୍ତ ରାଉରକେଲା ଅଞ୍ଚଳର ବୋଲି ଜଣାପଡିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.