ETV Bharat / state

ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି ୟୁପିଏଚସି ଡାକ୍ତରୀ ଟିମ୍

author img

By

Published : May 22, 2021, 9:00 AM IST

Updated : May 22, 2021, 12:58 PM IST

ରାଉରକେଲାରେ ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଉଛନ୍ତି ୟୁପିଏଚସି ଡାକ୍ତରୀ ଟିମ୍ । ଅଧିକ ପଢନ୍ତୁ...

ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି ୟୁପିଏଚସି ଡାକ୍ତରୀ ଟିମ୍
ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ପରାମର୍ଶ ଦେଉଛନ୍ତି ୟୁପିଏଚସି ଡାକ୍ତରୀ ଟିମ୍

ସୁନ୍ଦରଗଡ: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର (ୟୁପିଏଚସି) ଡାକ୍ତରୀ ଟିମ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଏହି ଟିମ୍ ସେମାନଙ୍କୁ ଆବଶ୍ୟକ ଡାକ୍ତରୀ ପରାମର୍ଶ ଦେଉଛନ୍ତି ।

ରାଉରକେଲାରେ 9ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, ଫାର୍ମାସିଷ୍ଟ ଏବଂ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ନେଇ ଡାକ୍ତରୀ ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସଂପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ଅଞ୍ଚଳର କୋଭିଡ ସ୍ଥିତି ଉପରେ ନଜର ରଖିଛନ୍ତି । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ଯାହାର କିଛି ଲକ୍ଷଣ ଥିବା ଜଣାପଡୁଛି ସେମାନଙ୍କୁ କୋଭିଡ ପରୀକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି ।

ଏଥିରେ ଯେଉଁ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ ଆସୁଛି ସେମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ କୁହାଯାଉଛି । ଏହା ପରେ ଡାକ୍ତରୀ ଟିମ୍ ସଂପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ କୋଭିଡ ହସ୍ପିଟାଲ ପଠା ଯାଉଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

Last Updated : May 22, 2021, 12:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.