ETV Bharat / state

କୋଭିଡ ନିୟମ ପାଳନ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅପିଲ

କୋଭିଡ ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ସରକାର ସତର୍କତା ଜାରି କରିଛନ୍ତି। ଏହି କ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ କୋଭିଡ ଉପଯୋଗୀ ଆଚରଣ ଠିକ ଭାବେ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି। ଅଧିକ ପଢନ୍ତୁ

author img

By

Published : Dec 9, 2021, 2:13 PM IST

କୋଭିଡ ନିୟମ ପାଳନ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅପିଲ
କୋଭିଡ ନିୟମ ପାଳନ କରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅପିଲ

ସୁନ୍ଦରଗଡ଼: କୋଭିଡ ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ସରକାର ସତର୍କତା ଜାରି କରିଛନ୍ତି। ଏହି କ୍ରମରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ କୋଭିଡ ଉପଯୋଗୀ ଆଚରଣ ଠିକ ଭାବେ ପାଳନ କରିବା ଲାଗି ଅନୁରୋଧ କରିଛନ୍ତି। ଜନସାଧାରଣ ସତର୍କ ଏବଂ ସଚେତନ ରହିଲେ ହିଁ ସମ୍ଭାବ୍ୟ ତୃତୀୟ ଲହରକୁ ଆମେ ମୁକାବିଲା କରିପାରିବା ବୋଲି ଜିଲ୍ଲାପାଳ କହିଛନ୍ତି।

‘ଜନସାଧାରଣଙ୍କ ସହଯୋଗରେ ଆମେ କୋଭିଡର ପ୍ରଥମ ଏବଂ ଦ୍ବିତୀୟ ଲହରକୁ ନିୟନ୍ତ୍ରଣ କରିପାରିଛୁ। ଏବେ ନୂଆ ଭାରିଆଣ୍ଟ ଏବଂ ସମ୍ଭାବ୍ୟ ତୃତୀୟ ଲହର ଲାଗି ଆମକୁ ପୁଣି ସତର୍କ ହେବାକୁ ପଡ଼ିବ। ଭଲଭାବେ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଭଳି ନିୟମ ପାଳନ କରିବାକୁ ହେବ। ଜରୁରୀ କାମ ନଥିଲେ ଅଯଥାରେ କେହି ବାହାରକୁ ଆସନ୍ତୁ ନାହିଁ। ରାଜ୍ୟ ସରକାର ଯେଉଁ ଗାଇଡଲାଇନ ଜାରି କରୁଛନ୍ତି ସମସ୍ତେ ତାହା ଠିକରେ ପାଳନ କରନ୍ତୁ’। ଏହି ଅପିଲ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୁନ୍ଦରଗଡ଼ ଜିଲ୍ଲାକୁ ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟର ସୀମା ଲାଗିଛି। ପଡ଼ୋଶୀ ରାଜ୍ୟରୁ ଲୋକେ ବିଭିନ୍ନ କାମରେ ସୁନ୍ଦରଗଡ଼କୁ ଆସୁଛନ୍ତି। ତେଣୁ ସେମାନେ ଯେପରି କୋଭିଡ ନିୟମ ଠିକ ଭାବେ ପାଳନ କରିବେ ସେଥିଲାଗି ପ୍ରଶାସନ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ନଜର ରଖିଛି। କୋଭିଡ ଟୀକାକରଣ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ସଫଳତା ପାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବଂ ସୁନ୍ଦରଗଡ଼ବାସୀଙ୍କ ସହଯୋଗରେ ଆମ ଜିଲ୍ଲାରେ ପ୍ରାୟ ୯୦ ପ୍ରତିଶତ ଟୀକାକରଣ ହୋଇପାରିଛି। ଯେଉଁ ଅଳ୍ପ କିଛି ଲୋକ ଟିକା ନେଇପାରି ନାହାନ୍ତି, ସେମାନେ ତୁରନ୍ତ ସ୍ଲଟ୍ ବୁକ କରି ନିକଟସ୍ଥ ଟୀକାକରଣ କେନ୍ଦ୍ରକୁ ଆସି ଟିକା ନେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ଏପଟେ ୧୮ ବର୍ଷରୁ କମ ବୟସ୍କ ଯୁବକ ଯୁବତୀ, ଛାତ୍ରଛାତ୍ରୀମାନଙ୍କ ପାଇଁ ଟୀକାକରଣ ଆରମ୍ଭ ହୋଇ ନଥିବାରୁ ସେମାନଙ୍କ ଲାଗି କୋଭିଡ ଉପଯୋଗୀ ଅଚରଣ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ଜିଲ୍ଲାପାଳ କଲ୍ୟାଣ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଏବେ କୋଭିଡ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ। କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କୋଭିଡ ଟେଷ୍ଟିଂଠାରୁ ଆରମ୍ଭ କରି ହସ୍ପିଟାଲରେ ଆବଶ୍ୟକ ବେଡ ଏବଂ ଅକ୍ସିଜେନ ଆଦି ମହଜୁଦ ରହିଛି । ଶିଶୁମାନଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା କରାଯାଉଛି । ଟୀକାକରଣକୁ ଆହୁରି ବ୍ୟାପକ କରିବା ଲାଗି ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି ।

ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.