ETV Bharat / state

ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 5 ଗିରଫ - ସୁନ୍ଦରଗଡ ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ

ଗୁରୁବାର ରାଉରକେଲା ପାୱାର ହାଉସ ଛକ ଏବଂ ଗାନ୍ଧୀରୋଡରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉକେଲା ପ୍ଳାଣ୍ଟସାଇଟ ପୋଲିସ । ଅଧିକ ପଢନ୍ତୁ...

ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 5 ଗିରଫ

author img

By

Published : Jul 9, 2021, 8:18 AM IST

ସୁନ୍ଦରଗଡ: ରାଉକେଲା ପ୍ଳାଣ୍ଟସାଇଟ ପୋଲିସକୁ ଆଉ ଏକ ସଫଳତା । ଗୁରୁବାର ରାଉରକେଲା ପାୱାର ହାଉସ ଛକ ଏବଂ ଗାନ୍ଧୀରୋଡରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚୋରା ଚାଲାଣ ଅଭିଯୋଗରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ 16 କିଲୋ 928 ଗ୍ରାମ ଗଞ୍ଜେଇ, 18.32ଗ୍ରାମର ବ୍ରାଉନସୁଗାର, 4ଟି ମୋବାଇଲ ଫୋନ ଓ ନଗଦ 14 ହଜାର 670 ଟଙ୍କା ଜବତ କରିଛନ୍ତି ।

ବ୍ରାଉନସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 5 ଗିରଫ

ଏହାସହ ଅଭିଯୁକ୍ତମାନଙ୍କୁ ଗୁରୁବାର ସଂଧ୍ୟାରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବିବିକେ ମହାନ୍ତି, ମହେଶ ମହାପାତ୍ର, ମହମ୍ମଦ ଅଲ୍ଲି ହୁସେନ ଓରଫ ରିଙ୍କୁ, ସୋନୁ ଶଙ୍କର ଓରଫ ଟିଣିଆ ଓ ମହମ୍ମଦ ଅପସର ଓରଫ ମ୍ୟାଗି । ମହମ୍ମଦ ଅଲ୍ଲି ହୁସେନର ଘର ଝାଡଖଣ୍ଡ ରାଜ୍ୟ ସିମଡେଗା ଜିଲ୍ଲା ଖରମଟୋଲି ହୋଇଥିବା ବେଳେ ସୋନୁ ଶଙ୍କରର ଘର ଉତ୍ତରପ୍ରଦେଶ ବନାରସର ଆଜମଗଡ ଓ ଅପସରର ଘର ବିହାର ଗୟା ଜିଲ୍ଲାର ଗୋଲବିଘାମୋର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏମାନେ ପଶ୍ଚିମବଙ୍ଗରୁ ଏହି ବ୍ରାଉନସୁଗାର ଆଣି ରାଉକେଲା ଓ ଏହାର ପାଖାପାଖି ଅଞ୍ଚଳ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଥିଲେ । ଗୁରୁବାର ଦିନ 10ଟା ବେଳେ ଗାନ୍ଧୀ ରୋଡରେ ପୋଲିସ ଚେକିଂ କରୁଥିବାବେଳେ ଏହି ତିନିଜଣ ପୋଲିସର ନଜରକୁ ଆସିଥିଲେ । ପୋଲିସ ବ୍ରାଉନସୁଗାର ଗନ୍ଧ ପାଇ ଏମାନଙ୍କୁ ଅଟକ ରଖିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲା ।

ଛୋଟ ଛୋଟ ପ୍ଲାଷ୍ଟିକ ପ୍ୟାକେଟ କରି ଏମାନେ ବ୍ରାଉନ ସୁଗାର ଚାଲାଣ କରୁଥିଲେ । ଜବତ ବ୍ରାଉନ ସୁଗାରର ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସମସ୍ତ ଅଭିଯୁକ୍ତ ରାଉରକେଲାରେ ରହି ନିଶା କାରବାର ଚଳାଇ କରୁଥିଲେ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଂଗ୍ରାମ କେଶରୀ ବେହେରା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.