ETV Bharat / state

କ୍ରିକେଟକୁ ବ୍ରତ କରିଛନ୍ତି ପ୍ରଶାନ୍ତ କାୟସ୍ଥ, 32 ବର୍ଷ ହେଲା ମାଗଣା କୋଚିଂ ଦେଉଛନ୍ତି

author img

By

Published : Apr 6, 2023, 8:58 PM IST

Updated : Apr 6, 2023, 9:50 PM IST

ରାଉରକେଲା ସହରର ପ୍ରଶାନ୍ତ କୁମାର କାୟସ୍ଥ ଦୀର୍ଘ ୩୨ ବର୍ଷ ହେବ ଏକ କ୍ଲବରେ ଦେଇ ଆସୁଛନ୍ତି ମାଗଣାରେ କ୍ରିକେଟ କୋଚିଂ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିପାଇଁ ସେ କୌଣସି ପ୍ରାପ୍ୟ ନିଅନ୍ତି । ଏହା ପଛରେ ରହିଛି ତାଙ୍କର ଏକ ମହତ ଉଦ୍ଦେଶ୍ୟ । ଅଧିକ ପଢନ୍ତୁ

ରାଉରକେଲାର ପ୍ରଶାନ୍ତ କାୟସ୍ଥ
ରାଉରକେଲାର ପ୍ରଶାନ୍ତ କାୟସ୍ଥ
ରାଉରକେଲାର ପ୍ରଶାନ୍ତ କାୟସ୍ଥ

ରାଉରକେଲା: ବର୍ତ୍ତମାନ ସମୟରେ କ୍ରୀଡା ଏକ ବେପାରରେ ପରିଣତ ହୋଇଛି । ଖେଳ ଖେଳିବାକୁ ହେଲେ ବର୍ତ୍ତମାନ ସମୟରେ କୌଣସି କ୍ଲବ ବା ଏକାଡେମୀରେ ଆଡ଼ମିଶନ କରିବାକୁ ପଡୁଛି । କିନ୍ତୁ ରାଉରକେଲା ସହରର ପ୍ରଶାନ୍ତ କୁମାର କାୟସ୍ଥ ଦୀର୍ଘ ୩୨ ବର୍ଷ ହେବ ଏକ କ୍ଲବରେ ଦେଇ ଆସୁଛନ୍ତି ମାଗଣାରେ କ୍ରିକେଟ କୋଚିଂ । ଗରିବ ଏବଂ ଅସହାୟ ପିଲାଙ୍କୁ ମାଗଣାରେ କ୍ରିକେଟ କୋଚିଂ ଦେବା ତାଙ୍କ ହେଉଛି ମୂଳ ଲକ୍ଷ୍ୟ । ଆଜିକା ଯୁଗରେ ଯେଉଁଠାରେ କ୍ରିକେଟର ବନିବା ପାଇଁ ସମସ୍ତଙ୍କ ମନରେ ଛୋଟ ବେଳୁ ଏକ ସ୍ବପ୍ନ ରହିଥାଏ ତାକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ପ୍ରଶାନ୍ତ ।

କ୍ରିକେଟ ଶିଖିବା ପାଇଁ ବିଭିନ୍ନ କ୍ଲବ ବା ଏକାଡେମୀରେ ମୋଟା ଅଙ୍କର ଆଡ଼ମିଶନ ଫି ଦେଇ ଖେଳିବାକୁ ପଡେ । ହେଲେ ଯେଉଁମାନେ ଟଙ୍କା ପଇସା ଅଭାବରୁ ଦେଇ ପାରନ୍ତି ନାହିଁ ସେମାନଙ୍କ ପାଇଁ ସବୁବେଳେ ପ୍ରଶାନ୍ତ କାୟସ୍ଥଙ୍କ କ୍ଲବ ଖୋଲା ରହିଛି । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କିଭଳି ଭାବରେ ଜଣେ ଯୋଗ୍ୟ ଖେଳାଳି କେବେ ନିଜ ପରିବାରର ଆର୍ଥିକ ଅବସ୍ଥା ଯୋଗୁଁ ଖେଳରୁ ବଞ୍ଚିତ ନ ରୁହନ୍ତୁ । ପ୍ରଶାନ୍ତ କୁମାର କାୟସ୍ଥ ହେଉଛନ୍ତି ଜଣେ ଉଚ୍ଚ ସ୍ତରର କ୍ରିକେଟ ଖେଳାଳି।

ତାଙ୍କ ଖେଳ ଜୀବନରେ ସେ ନିଜ କ୍ରିକେଟ ଟିମକୁ ଅନେକ ପୁରସ୍କାର ଦେଇଛନ୍ତି । କିନ୍ତୁ ପରିବାର ଆର୍ଥିକ ଅବସ୍ଥା ଏବଂ ବିଭିନ୍ନ ସମସ୍ୟା ଯୋଗୁଁ ୟୁନିଭର୍ସିଟି ଲେବଲ ଛଡା ଆଗକୁ ଆଉ କ୍ରିକେଟ ଖେଳିବାରେ ଅସମର୍ଥ ହୋଇଥିଲେ ପ୍ରଶାନ୍ତ । ଏହାପରେ ସେ ମନସ୍ଥ କଲେ ଯେ କିଭଳି ଭାବରେ ଗୋଟିଏ ପିଲା କେବେ ଆର୍ଥିକ ଅବସ୍ଥା ଯୋଗୁଁ ତାର ପ୍ରତିଭା ଲୁଚି ନଯାଉ । ଏହି ଉଦ୍ଦେଶ୍ୟ ନେଇ ସେ ୧୯୯୧ ମସିହାରେ ସହରର ପାନପୋଷରେ ରାଉରକେଲା ସରକାରୀ ସ୍ଵୟଂ ଶାସିତ କଲେଜ ନିକଟରେ ଆରମ୍ଭ କରିଥିଲେ ରାଉରକେଲା ପ୍ରଗତି ସ୍ପୋର୍ଟିଂ ନାମରେ ଏକ କ୍ଲବ ।

ଏହା ମଧ୍ୟ ପଢନ୍ତୁ-ହରାଇନି ବେକାରୀ ସମସ୍ୟା, ଛତୁ ଚାଷ କରି ସ୍ୱାବଲମ୍ବୀ ସମ୍ବଲପୁରର ସେବତୀ

ଓଡ଼ିଶାର ଜଣେ ଗୁଣି କୋଚ କିଶୋର ମାଣିଆଙ୍କୁ ଆଦର୍ଶ କରି ରାଉରକେଲାରେ ଆରମ୍ଭ କଲେ ରାଉରକେଲା ପ୍ରଗତି ସ୍ପୋର୍ଟିଂ କ୍ଲବ । ପିଲାଙ୍କୁ ଶିଖାଇବା ପାଇଁ ଭିତ୍ତି ଭୂମି ନଥାଇ ମଧ୍ୟ ହାର ନମାନି ପିଲାଙ୍କୁ ସେବେ ଠାରୁ କ୍ରିକେଟ ଶିଖାଇ ଚାଲିଛନ୍ତି ପ୍ରଶାନ୍ତ । ଆଜି ମଧ୍ୟ ଏକ ପଡିଆ କୋଣରେ ବାଉଁଶ ପୋତି, ସିମେଣ୍ଟ୍‌ ପିଚ ଏବଂ ଏକ ନିଜ ଦ୍ୱାରା ନିର୍ମିତ ଟର୍ଫ ପିଚରେ ପିଲାଙ୍କୁ କ୍ରିକେଟ କୋଚିଂ ଦେଉଛନ୍ତି । ସେ ଆଜି ପର୍ଯ୍ୟନ୍ତ କୌଣସି ପିଲାଙ୍କ ଠାରୁ କୌଣସି ପ୍ରାପ୍ୟ ଗ୍ରହଣ କରି ନ ଥିବା ବେଳେ ବର୍ତ୍ତମାନ ମଧ୍ୟ ସେ ବିଭିନ୍ନ ବସ୍ତିରେ ପିଲାଙ୍କୁ ଖୋଜନ୍ତି ଯେଉଁମାନଙ୍କ ପାଖରେ କ୍ରିକେଟକୁ ନେଇ ଭଲ ପାଇବା ଅଛି ।

ତେବେ ବର୍ତ୍ତମାନ ତାଙ୍କ କ୍ଲବରେ ମୋଟ 72 ଜଣ କ୍ରିକେଟରଙ୍କୁ ନେଇ ଚାଲିଛି କ୍ରିକେଟ କୋଚିଂ । ନିଜ ପରିବାର ଭଳି ପିଲାଙ୍କୁ ଦେଇ ଆସୁଛନ୍ତି କୋଚିଂ । ଆଜି ସେହି କ୍ଲବରୁ ପିଲାମାନେ ଯାଇ ଜିଲ୍ଲାସ୍ତରରୁ ନେଇ ରାଜ୍ୟ ଏବଂ ଜାତୀୟ ସ୍ତରରେ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି କ୍ଲବରୁ ପିଲାମାନେ ଖେଳି ଓଡିଶା ଦଳର ହେଉଥିବା କ୍ୟାମ୍ପରେ ସ୍ଥାନ ପାଇଛନ୍ତି । ଅଣ୍ଡର 16, ଅଣ୍ଡର 19, ଅଣ୍ଡର 25 ବର୍ଗରେ ଓଡିଶା ପାଇଁ ବହୁ ଖେଳାଳି ଏହି କ୍ଲବରୁ ଗରିବ ମଧ୍ୟବିତ୍ତ ପରିବାରରୁ ଯାଇ ଚମତ୍କାର ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଯାଏଁ ମୋଟ ତିନି ଜଣ ଖେଳାଳି ନ୍ୟାସନାଲ କ୍ରିକେଟ ଏକାଡେମୀ ପାଇଁ ମନୋନୀତ ହୋଇଛନ୍ତି । ଯାହା ଏହି କ୍ଲବ ପାଇଁ ଏକ ବଡ ସଫଳତା । ତେବେ ବଣ ମଲ୍ଲି ବଣରେ ଫୁଟି ମଉଳି ନଯାଉ ବରଂ ସେହି ମଲ୍ଲିର ବାସ୍ନା ସାରା ଦେଶରେ ଫୁଟୁ ତାହା ହେଉଛି ପ୍ରଶାନ୍ତଙ୍କ ମୂଳ ଲକ୍ଷ୍ୟ । କ୍ରୀଡାରେ ପିଲାଙ୍କୁ କେବଳ ତାଙ୍କର ପ୍ରଦର୍ଶନ ପାଇଁ ଲୋକେ ଚିହ୍ନନ୍ତୁ । କାହାର ଆର୍ଥିକ ଅବସ୍ଥା ଯେପରି ତାଙ୍କର ପ୍ରତିଭାକୁ ପଛରେ ନପକାଉ ତାହା ହେଉଛି ପ୍ରଶାନ୍ତଙ୍କ ମୂଳ ଲକ୍ଷ୍ୟ ।

ଇଟିଭି ଭାରତ, ରାଉରକେଲା

Last Updated : Apr 6, 2023, 9:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.