ETV Bharat / state

ପରିବା ଆଳରେ ଚାଲାଣ ହେଉଥିଲା 50 ଲକ୍ଷ ମୂଲ୍ୟର ଗଞ୍ଜେଇ, ପିକଅପ ଭ୍ୟାନରୁ ଜବତ

author img

By

Published : Mar 2, 2022, 10:48 AM IST

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଜାମାପାଲି ବାଇପାସରୁ ପ୍ରାୟ ୪୧୬କେଜି ୩୦୦ ଗ୍ରାମର ଗଞ୍ଜେଇ ଓ ଗାଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ । ଅଧିକ ପଢନ୍ତୁ

ପରିବା ଆଳରେ ଗଞ୍ଜେଇ ବେପାର, ପିକପ ଭ୍ୟନରୁ ୪୧୬ କେଜି ଗଞ୍ଜେଇ ଜବତ

ସୁନ୍ଦରଗଡ: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଜାମାପାଲି ବାଇପାସରୁ ପ୍ରାୟ ୪୧୬କେଜି ୩୦୦ ଗ୍ରାମର ଗଞ୍ଜେଇ ଓ ଗାଡି ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ରାଜଗାଙ୍ଗପୁର ପୋଲିସ । ଜବତ ଗଞ୍ଜେଇର ବଜାର ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନାମୁତାବକ, ରାଜଗାଙ୍ଗପୁର ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା। ଓଡିଶାରୁ ଝାଡଖଣ୍ଡ ଗାଡ଼ିରେ ଗଞ୍ଜେଇ ଯାଉଥିବା ଖବର ପାଇଥିଲା ପୋଲିସ । ପିକଅପ ଗାଡିରେ ଗାଜର ଓ ମଟରଚଣା ରଖି ଭିତରେ ଗଞ୍ଜେଇ ଭର୍ତ୍ତି କରି ନେଉଥିଲେ ଦୁବୃର୍ତ୍ତ । ଏ ନେଇ ଖବର ପାଇ ରାଜଗାଙ୍ଗପୁର ଜାମାପାଲି ବାଇପାସ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ । ଏଥିରେ ୪୧୬କେଜି ୩୦୦ଗ୍ରାମର ଗଞ୍ଜେଇ ଜବତ କରିବା ସହ ୨ଟି ଗାଡିକୁ ଜବତ କରିଛି ରାଜଗାଙ୍ଗପୁର ପୋଲିସ ।

ଚୋରା ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅଭିଯୁକ୍ତମାନଙ୍କ ଠାରୁ ନଗଦ ୭୪୦୦ ଟଙ୍କା , ୬ଟି ମୋବାଇଲ ଫୋନ, ଗାଡି ଆରସି ବୁକ, ଅଭିଯୁକ୍ତ ମାନଙ୍କର ଆଧାର କାର୍ଡ ଓ ATM କାର୍ଡକୁ ପୋଲିସ ଜବତ କରିଛି । ଏହାସହ ଅଭିଯୁକ୍ତମାନଙ୍କ ନାମରେ ରାଜଗାଙ୍ଗପୁର ଥାନା କେଶ ନମ୍ବର – ୯୦ରେ ଏକ ମାମଲା ରୁଜ୍ଜୁ କରି ଦଫା- 20(b)(ii)(c) NDPS Actରେ କୋର୍ଟ ଚାଲାଣ କରିଛି । ଏନେଇ ପ୍ରେସମିଟକରି ସୂଚନା ଦେଇଛନ୍ତି ସୁନ୍ଦରଗଡ ଏସପି ସାଗରିକା ନାଥ ।

ସୁନ୍ଦରଗଡରୁ ହରିହର ଦାସ, ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.