ETV Bharat / state

ରେମଣ୍ଡାରେ ରାଜ୍ୟ ମାନବଧିକାର କମିଶନଙ୍କ ଏକ ଦିନିକିଆ କୋର୍ଟ - ରାଜ୍ୟ ମାନବଧିକାର କମିଶନଙ୍କ ଏକ ଦିନିକିଆ କୋର୍ଟ

ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରେମଣ୍ଡାରେ ରାଜ୍ୟ ମାନବଧିକାର କମିଶନଙ୍କର ଏକ ଦିନିକିଆ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ ରବିବାର ରେମଣ୍ଡା ଗସ୍ତ ଦିନିଆ କୋର୍ଟ ଆୟୋଜିତ କରିଥିଲେ । ଅଧିକ ପଢନ୍ତୁ...

ରେମଣ୍ଡାରେ ରାଜ୍ୟ ମାନବଧିକାର କମିଶନଙ୍କ ଏକ ଦିନିକିଆ କୋର୍ଟ

author img

By

Published : Feb 8, 2021, 7:56 AM IST

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରେମଣ୍ଡାରେ ରାଜ୍ୟ ମାନବଧିକାର କମିଶନଙ୍କର ଏକ ଦିନିକିଆ କୋର୍ଟ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲ ରବିବାର ରେମଣ୍ଡା ଗସ୍ତ କରି ମାନବ ଅଧିକାରର ଉଲ୍ଲଙ୍ଘନ ଏବଂ ପ୍ରତିକାର ଶୀର୍ଷକ ଏକ କର୍ମଶାଳ କରିବା ସହ ସେହି ଅଞ୍ଚଳର ସମସ୍ୟା ଉପରେ ଏକ ଦିନିକିଆ କୋର୍ଟ କରିଛନ୍ତି ।

ଟାଙ୍ଗରପାଲି ବ୍ଲକ ମୁଖ୍ୟତଃ ରେମଣ୍ଡା ଅଞ୍ଚଳରେ ବିଭିନ୍ନ ସ୍ତରରେ ବଢି ଚାଲିଥିବା ଅରାଜକତାକୁ ରୋକିବା ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନେଇ ଆଲୋଚନା କରିଥିଲେ । ଯେ ପର୍ଯ୍ୟନ୍ତ ଲୋକେ ନିର୍ଦ୍ଦିଷ୍ଟ ଆଇନ ଓ ଆଇନରେ ଥିବା ଅଧିକାର ବିଷୟରେ ସଚେତନ ନ ହେବେ ସେ ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଥିବେ ବୋଲି ମାନବଧିକାର କମିଶନର ଅଧ୍ୟକ୍ଷ କହିଛନ୍ତି । ତେଣୁ ଆଇନ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.