ସୁନ୍ଦରଗଡ଼: ଏନଟିପିସିରେ ଧାରଣା । ସୁନ୍ଦରଗଡ ଜିଲ୍ଲା ଡୁଲିଙ୍ଗା ଏନଟିପିସି କୋଲ ମାଇନ୍ସ ଆଗରେ ବିସ୍ଥାପିତ ଓ ଓଡିଶା ପ୍ରଗତି ଦଳର କାର୍ଯ୍ୟ ବନ୍ଦ ବିକ୍ଷୋଭ ।
ଡୁଲିଙ୍ଗା କୋଲ ମାଇନ୍ସର ସମସ୍ତ କୋଇଲା ଉତ୍ତୋଲନ ବନ୍ଦ କରି ବିକ୍ଷୋଭକାରୀମାନେ କୋଲ ମାଇନ୍ସ ସାଇଟ୍ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି । ବିସ୍ଥାପିତଙ୍କ ଥଇଥାନରେ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଦୁର୍ନୀତି କରିଥିବା ଅଭିଯୋଗ ଆଣି ଏହି ପଦକ୍ଷେପ ନେଇଛନ୍ତି ବିସ୍ଥାପିତ ।
ତେବେ ବିସ୍ଥାପିତ ମାନେ ଗତ ଦୁଇ ମାସ ଧରି ବିକ୍ଷୋଭ ଜାରି ରଖିଥିଲା ବେଳେ ଆଜି ଓଡିଶା ପ୍ରଗତି ଦଳ ଏଥିରେ ସାମିଲ ହୋଇଛି। ବିସ୍ଥାପିତମାନଙ୍କ ସମସ୍ୟା ସମାଧାନ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଓଡିଶା ପ୍ରଗତି ଦଳ ଚେତାବନୀ ଦେଇଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ