ETV Bharat / state

ଇଦ୍‌ ପାଇଁ ଉତ୍ସବମୁଖର ରାଉରକେଲା, ବିଭିନ୍ନ ମସଜିଦରେ ସ୍ବତନ୍ତ୍ର ଆୟୋଜନ

author img

By

Published : Apr 22, 2023, 9:43 PM IST

ରାଉରକେଲାରେ ଆଡ଼ମ୍ବର ସହକାରେ ପାଳନ ହେଲା ପବିତ୍ର ଇଦ୍‌ । ବିଭିନ୍ନ ମସଜିଦରେ ସ୍ବତନ୍ତ୍ର ଆୟୋଜନ । ଅଧିକ ପଢ଼ନ୍ତୁ

muslim community celebrates eid
ରାଉରକେଲାରେ ପାଳନ ହେଲା ପବିତ୍ର ଇଦ୍‌
ରାଉରକେଲାରେ ପାଳନ ହେଲା ପବିତ୍ର ଇଦ୍‌

ରାଉରକେଲା: ସାରା ବିଶ୍ୱରେ ପାଳନ କରାଯାଉଛି ଇଦ୍‌-ଉଲ-ଫିତର । ଆଜିର ଦିନକୁ ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ଧୁମଧାମରେ ପାଳନ କରନ୍ତି । ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ଇଦ୍‌କୁ ପାଳନ କରିଥାନ୍ତି । ଇଦ୍‌ ପାଇଁ ଗାଁ ଠୁ ସହର ଉତ୍ସବମୁଖର ହୋଇଉଠିଛି । ଏହି କ୍ରମରେ ଷ୍ଟିଲସିଟି ରାଉରକେଲାରେ ମଧ୍ୟ ଆଡ଼ମ୍ବର ସହକାରେ ଇଦ୍‌ ପାଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବଳିଦାନର ପର୍ବ ଇଦ୍‌, ଦେଶର ଏକତା ମନାସିଲେ ମୁସଲିମ ସମ୍ପ୍ରଦାୟ

ଭାଇଚାରା ଏବଂ ସଦଭାବନାର ପର୍ବ ଇଦ୍ ରାଉରକେଲା ସହରରେ ହର୍ଷ ଏବଂ ଉଲ୍ଲାସର ସହ ମନା ଯାଉଛି । ସକାଳେ ରାଉରକେଲାର ଇଦଗା ମୈଦାନ ଏବଂ ବିଭିନ୍ନ ମସଜିଦରେ ସମସ୍ତ ମୁସଲମାନ ସମ୍ପ୍ରଦାୟର ଲୋକେ ଏକତ୍ରିତ ହୋଇ ନମାଜ ପାଠ କରିଥିଲେ । ରାଉରକେଲା ପ୍ଲାଣ୍ଟସାଇଟ ରୋଡ଼ ସ୍ଥିତ ଇଦଗା ମୈଦାନରେ ବହୁ ସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇ ନମାଜ ପାଠରେ ସାମିଲ ହୋଇଥିଲେ । ସାମୂହିକ ନମାଜ ପାଠ କରି ପରସ୍ପରକୁ ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । ଇଦ୍ ମୁବାରକ ଜଣାଇବାକୁ ଅନ୍ୟ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଇଦଗା ମୈଦାନରେ ଉପସ୍ଥିତ ଥିଲେ । ସେହିପରି ବିଭିନ୍ନ ମସଜିଦରେ ମଧ୍ୟ ଇଦ୍‌ ପାଳନ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଅଧା ରହିଗଲା ଇଦ ପାଳନ, ଟ୍ରକ ଧକ୍କାରେ ଚାଲିଗଲା ବାପାପୁଅଙ୍କ ଜୀବନ

ଏହାଛଡା ୧୫ ନମ୍ବର ସେକ୍ଟର, ବନ୍ଧମୁଣ୍ଡା, ବିଶ୍ରା, କଲୁଙ୍ଗା, ପାନପୋଷ ଆଦି ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହ ସାମୂହିକ ନମାଜ ପାଠ ସମାପ୍ତ ହୋଇଥିଲା । ଏହାପରେ ନୂଆ ପୋଷାକ ପିନ୍ଧି ପରିବାର ସହ ପାଳନ କରିଛନ୍ତି ପବିତ୍ର ଇଦ-ଉଲ-ଫିତର । ଏକ ମାସ ବ୍ୟାପୀ ପବିତ୍ର ଭାବରେ ଉପବାସ ପରେ ଘରେ ଘରେ ଜମୁଛି ସୁସ୍ବାଦୁ ବ୍ୟଞ୍ଜନର ଆସର ।

ଏହା ମଧ୍ୟ ପଢ଼ନ୍ତୁ: କଂଗ୍ରେସର ପ୍ରଚାର କମିଟି ମୁଖ୍ୟ ହେଲେ ବିଜୟ, ଗଠନ ହେଲା ରାଜନୈତିକ ବ୍ୟାପାର କମିଟି

ସୁରକ୍ଷାକୁ ଦୃଷ୍ଟିିରେ ରଖି ରାଉରକେଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ଅଞ୍ଚଳରେ ପୋଲିସ ମୁତୟନ ହୋଇଛନ୍ତି ଏବଂ ପାଟ୍ରୋଲିଂ ମଧ୍ୟ ଜାରି ରଖିଛି ପୋଲିସ । ବିଶେଷ ଭାବେ ସୋସିଆଲ ମିଡ଼ିଆ ଉପରେ ନଜର ରହିଛି । କୌଣସି ବ୍ୟକ୍ତି ବିଶୃଙ୍ଖଳା ସୃଷ୍ଟି କଲେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଉରକେଲା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.