ETV Bharat / state

ମମିତା ମେହେର ହତ୍ୟାକାଣ୍ଡ, CBI ତଦନ୍ତ ଦାବିରେ କଂଗ୍ରେସର ବିକ୍ଷୋଭ - ମମିତା ମେହେର ହତ୍ୟାକାଣ୍ଡ ପ୍ରତିବାଦ

ମମିତା ମେହେର ମର୍ଡର ଘଟଣାରେ ସୁନ୍ଦରଗଡରେ ପ୍ରତିବାଦ କଲା କଂଗ୍ରେସ । କାର୍ଯ୍ୟାନୁଷ୍ଠାନ ନେହେଲେ ନବୀନ ନିବାସ ଘେରିବାକୁ ଚେତାବନୀ ଦେଲା ଦଳ । ଅଧିକ ପଢନ୍ତୁ...

ମମିତା ମେହେର ହତ୍ୟାକାଣ୍ଡ, CBI ତଦନ୍ତ ଦାବିରେ କଂଗ୍ରେସର ବିକ୍ଷୋଭ

author img

By

Published : Oct 22, 2021, 6:40 AM IST

ସୁନ୍ଦରଗଡ: ସାରା ରାଜ୍ୟରେ ଏବେ ମମିତା ମେହେର ମର୍ଡର ବିରୋଧରେ ପ୍ରତିବାଦର ନିଆଁ ଜଳିବାରେ ଲାଗିଛି । ପଶ୍ଚିମ ଓଡିଶା ଯୁବ ସଂଗଠନ, ଭାରତୀୟ ଜନତା ପାର୍ଟି ପରେ ଏବେ କଂଗ୍ରେସ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଛି । ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ଗତକାଲି ସହରର ଡିଆରଡିଏ ଛକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଛି ।

ମମିତା ମେହେର ହତ୍ୟାକାଣ୍ଡ, CBI ତଦନ୍ତ ଦାବିରେ କଂଗ୍ରେସର ବିକ୍ଷୋଭ

ଆଜି ଏନେଇ ଜିଲ୍ଲା କଂଗ୍ରେସ କମିଟି, ଜିଲ୍ଲା ମହିଳା କଂଗ୍ରେସ ଓ ଜିଲ୍ଲା ଯୁବ କଂଗ୍ରେସ ପୂର୍ବାହ୍ନ 10:30 ରୁ ଦିନ 1:15 ମିନିଟ ପର୍ଯ୍ୟନ୍ତ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ସହ ଡିଆରଡିଏ ଛକରେ ମୁଖ୍ୟ ଅଭିଯୁକ୍ତର କୁଶ ପୁତ୍ତଳିକା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର କୁଶ ପୁତ୍ତଳିକାକୁ ମଧ୍ୟ ଦାହ କରିଛି ।ଏହାସହ ସେମାନଙ୍କ ଫଟୋ ଚିତ୍ରରେ ଚପଲ ମାଡ ମଧ୍ୟ କରିଛନ୍ତି କଂଗ୍ରେସ କର୍ମୀ ।

କେବଳ ସେତିକି ନୁହେଁ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତ, ମନ୍ତ୍ରୀ ତୁରନ୍ତ ଗିରଫ କରି କୋଠର ଦଣ୍ଡ ଦେବା ନେଇ ଦାବି କରିଛି । ଏହା ଯଦି ଶୀଘ୍ର କରାନଯାଏ ତେବେ କଂଗ୍ରେସ ନବୀନ ନିବାସକୁ ଘେରାଉ କରିବେ ବୋଲି କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.