ETV Bharat / state

ରାଉରକେଲାରେ 'ମୋ ମାଟି ମୋ ଦେଶ ଅଭିଯାନ', ମାଟି ସଂଗ୍ରହ କଲେ ଜୁଏଲ୍‌ ଓରାମ - ରାଉରକେଲାରେ ଜୁଏଲ ଓରାମ

ରାଉରକେଲାରେ ଆରମ୍ଭ ହେଲା ମୋ ମାଟି ମୋ ଦେଶ ଅଭିଯାନ । ମାଟି ସଂଗ୍ରହ କଲେ ସାଂସଦ ଜୁଏଲ ଓରାମ । ଅଧିକ ପଢ଼ନ୍ତୁ

Meri Maati Mera Desh
Meri Maati Mera Desh
author img

By ETV Bharat Odisha Team

Published : Sep 7, 2023, 3:26 PM IST

Meri Maati Mera Desh

ରାଉରକେଲା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ ରାଉରକେଲାରେ ଆରମ୍ଭ ହୋଇଯାଇଛି । ଭାରତୀୟ ଜନତା ପାର୍ଟି ପକ୍ଷରୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ରାଉରକେଲା ବିଶ୍ରା ଛକଠାରେ ଏହି ଅଭିଯାନ ଆରମ୍ଭ ହୋଇ ଘରୁ ଘରୁ ମାଟି ସଂଗ୍ରହ କରାଯାଇଛି । ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ କରିବା ଏବଂ ରାଉରକେଲା ସହରବାସୀଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବା ଏହି ଅଭିଜାନର ଉଦ୍ଦେଶ୍ୟ।

ଆଜି ସକାଳ ସମୟରେ ରାଉରକେଲା ବିଶ୍ରା ଛକରେ ବିଜେପି ସମର୍ଥକମାନେ ଜୁଏଲ ଓରାମଙ୍କ ନେତୃତ୍ୱରେ ଅଭିଯାନରେ ସାମିଲ ହୋଇ ଏକ ସମାବେଶ ହୋଇଥିଲା । ଏହାପରେ ପଦଯାତ୍ରା କରାଯାଇ ମାଟି ସଂଗ୍ରହ କରାଯାଇଥିଲା । ସଂଗୃହିତ ମାଟିକୁ ପ୍ରଥମେ ମହାନଗର ନିଗମଠାରେ ରଖାଯାଇ ଭୁବନେଶ୍ବରକୁ ପଠାଯିବ । ଏହାପରେ ଦିଲ୍ଲୀର ଅମୃତ ବାଟିକାକୁ ନିଆଯିବ ଏବଂ ସେଠାରେ ଶହୀଦଙ୍କ ନାମରେ ସମର୍ପିତ କରାଯିବ । ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ କିମ୍ବା ଗୋଷ୍ଠୀ ମଧ୍ୟରେ ସୀମିତ ନୁହେଁ । ପ୍ରତ୍ୟେକ ନାଗରିକ ଆଗକୁ ଆସି ଏହା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ଜୁଏଲ ଓରାମ । ଅଭିଯାନରେ ଭାଗ ନେଉଥିବା ବିଜେପି କର୍ମୀ ଏବଂ ସ୍ୱେଚ୍ଛାସେବୀମାନେ ରାଉରକେଲାର ବିଭିନ୍ନ ସ୍ଥାନରୁ ମାଟି ସଂଗ୍ରହ ଜାରି ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ-'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ

ସାଂସଦ ଜୁଏଲ ଓରାମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ 'ମୋ ମାଟି ମୋ ଦେଶ ଅଭିଯାନ' ମାଧ୍ୟମରେ ଘରୁଘରୁ ମାଟି ସଂଗ୍ରହ କରାଯାଉଛି । ଅମୃତ କଳସରେ ମାଟି ସଂଗ୍ରହ କରିବା ପରେ କର୍ତ୍ତବ୍ୟ ପଥରେ ତିଆରି ହେବାକୁ ଥିବା ଅମୃତ ବାଟିକାରେ ଦିଆଯିବ । ଗ୍ରାମଗୁଡ଼ିକରେ 6 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଜାରି ରହିବ । 16 ସେପ୍ଟେମ୍ବରରୁ 23 ତାରିଖ ଭିତରେ ବ୍ଲକରେ ମାଟି ଜମା ହେବ । ଏହାପରେ ସଂଗ୍ରୁହିତ ମାଟିକୁ ଭୁବନେଶ୍ବର ନିଆଯାଇ ଟ୍ରେନ ଯୋଗେ ଦିଲ୍ଲୀକୁ ପଠାଯିବାର ବ୍ୟବସ୍ଥା କରାଯିବ । ବିଭିନ୍ନ ବର୍ଗର ଲୋକେ ଏଥିରେ ସାମିଲ ହୋଇଛନ୍ତି । 75 ବର୍ଷ ପୂର୍ବେ ଯେଉଁ ସଂଗ୍ରାମୀମାନେ ଶହୀଦ ହୋଇ ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିଲେ , ସେତେବେଳେ ତାଙ୍କର ଯେଉଁ ରାଷ୍ଟ୍ର ଭକ୍ତି ଥିଲା ତାହା ଧୀରେଧୀରେ କମିଯିବା ପରି ମନେ ହେଉଛି । ସେଥିପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.