ETV Bharat / state

ଜୁଏଲ ଓରାମଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା - ଜୁଏଲ ଓରାମଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା

ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା । ଅଧିକ ପଢନ୍ତୁ...

ଜୁଏଲ ଓରାମଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା

author img

By

Published : May 22, 2021, 10:47 PM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଆଜି ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀର ଟାଙ୍ଗରପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଲେଫ୍ରିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହେମଗିର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୁଣ୍ଡୁକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିବା ସହ କୋଭିଡ ବ୍ୟବସ୍ଥା ନେଇ ସମୀକ୍ଷା କରିଥିଲେ ।

ଜୁଏଲ ଓରାମଙ୍କ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ସମୀକ୍ଷା

ସାଂସଦଙ୍କ ସହିତ ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ଜିଲ୍ଲା ସଭାପତି ତଥା ତଲସରା ବିଧାୟକ ଭବାନୀ ଶଙ୍କର ଭୋଇ ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରି କୋଭିଡ ସଂକ୍ରମଣରୁ ନିଜକୁ ସୁରକ୍ଷିତ କରି କିପରି କରୋନା ବିରୁଦ୍ଧରେ ଲଢି ସମାଜରେ ସେବା କରିହେବ ସେଥିପାଇଁ ସେଠାରେ କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ ସ୍ୱାସ୍ଥ୍ୟ ଉପକରଣ ଯଥା ପିପିଇ କିଟସ୍, ଅକ୍ସୀମିଟର, ଥର୍ମୋମିଟର ଆଦି ପ୍ରଦାନ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଟ୍ରେଷ୍ଟିଂଙ୍ଗ, ଟ୍ରେସିଂଙ୍ଗ, ଟ୍ରିଟମେଣ୍ଟ ଓ ଟୀକାକରଣକୁ ଆହୁରି ତୀକ୍ଷଣ କରିବା ସହିତ ବ୍ୟାପକ ଜନସଚେତନତା କରିବାକୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର, ନର୍ସ, ଆଶା ଦିଦି ଓ ଅଙ୍ଗନବାଡ଼ି ଦିଦିଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

କୁଣ୍ଡୁକେଲା ପଞ୍ଚାୟତର ଗ୍ରାମ ଗ୍ରାମ ବୁଲି ଗ୍ରାମବାସୀଙ୍କୁ ସଚେତନତା କରୁଥିବା କୁଣ୍ଡୁକେଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ANM ଅକ୍ଷିତା ପଟେଲ, ଆଶା ଦୁଶିଳା ଭଇଁସାଲ, ସୁଜାତା ନାଏକ , ଡ଼ଃ ସଞ୍ଜୀବ କେର୍କେଟା, ହେମନ୍ତ କୁମାର ଗୋଖୁରା ଏବଂ ଲକ୍ଷ୍ମୀକାନ୍ତ ନାଏକଙ୍କୁ ତାଙ୍କର କାମ ପାଇଁ ପ୍ରଶଂସା କରିବା ସହ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ପରିଷଦ ସଭ୍ୟ ପ୍ରେମସାଗର ଓରାମ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ବଟକିଶୋର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା, ଅମୀର ନାଏକ, ସାଂସଦଙ୍କ ବ୍ଲକ ପ୍ରତିନିଧି ଦିନେଶ କର, କୌତୁକ ଚୌଧୁରୀ, ବିଶିକେସନ ସା ,ବିଧାୟିକାଙ୍କ ପ୍ରତିନିଧି ସରୋଜ ପାଣିଗ୍ରାହୀ ,ମଣ୍ଡଳ ସଭାପତି ହିରାଧର ମାଝୀ, ଅରୁଣ ପ୍ରଧାନ, ଉଦିତ ଖରସେଲ, ପ୍ରଦୀପ ଚୌଧୁରୀ, ରାଜକୁମାର ନାଏକ, ସୁରେଶ ଚନ୍ଦ୍ର ପଟେଲ, ଯଦୁମଣି ପଟେଲ, ଶଶୀଶେଖର ନାଏକ, ସଂଜୀବ ସିଂହ, ସିମେଶ୍ୱର ଲରିଆ କ୍ଷୀରୋଦ ସାହୁ, ହରିହର ପଟେଲ, ଜୟରାମ କିଷାନ, ସନ୍ତୋଷ ସିଂହ, ରଜତ କର, ପରକ୍ଷିତ ସାହୁ, ବେଣୁମାଧବ ପୃଷ୍ଠି ପ୍ରମୁଖ ଉପସ୍ଥିତ ଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.