ରାଉରକେଲା: ରାଜ୍ୟରେ ଏବେ ଜାରି ରହିଛି ହକି ଫିବର । FIH ପୁରୁଷ ହକି ବିଶ୍ବକପକୁ ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢୁଛି । ହକି ବିଶ୍ବକପକୁ ଆଉ ମାତ୍ର 18 ଦିନ ବାକି ରହିଛି । ଏହାକୁ ନେଇ ହକିପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । କେତେବେଳେ ସେ ମୂହୁର୍ତ୍ତ ଆସିବ ସେ ସମୟକୁ ଚାହିଁ ବସିଛନ୍ତି ହକିପ୍ରେମୀ ( excitement among people for Hockey world cup ) । ଆସନ୍ତାବର୍ଷ ଆର୍ଥାତ ଜାନୁଆରୀ 13ରୁ ହକି ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଏନେଇ ଷ୍ଟାଡିୟମ ପ୍ରସ୍ତୁତ ଥିବା ବେଳେ ଖେଳାଳି ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । କେବଳ ସେହି ସମୟକୁ ଅପେକ୍ଷା । ଯୁବ ହକି ଖେଳାଳି ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ବିଶେଷ କରି ହକି ବିଶ୍ୱକପ ଦେଖିବାକୁ ଚାହିଁ ବସିଛନ୍ତି ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାବାସୀ । ଯୁବ ଖେଳାଳିଙ୍କଠୁ ନେଇ ପ୍ରତିଟି ଜିଲ୍ଲାବାସୀ ଅପେକ୍ଷା କରି ରହିଛନ୍ତି । ଭୁବନେଶ୍ବର ସହ ରାଉରକେଲା ସହରରେ ହକି ବିଶ୍ୱକପ ଆୟୋଜନ ହେବ । ଏହାରି ମଧ୍ୟରେ ରାଉରକେଲା ସହରରେ ବିଶ୍ୱର ସବୁଠୁ ବଡ଼ ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହକିକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । ଏହାରି ମଧ୍ୟରେ ହକି ଷ୍ଟାଡିୟମରେ ଅଭ୍ୟାସ ମ୍ୟାଚ ମଧ୍ୟ ଜାରି ରହିଛି । ଜୁନିଅର ଭାରତ ଓ ଦକ୍ଷିଣ କୋରିଆ, ଏବଂ ଓଡିଶା ମଧ୍ୟରେ ଖେଳା ଯାଇଛି ଅଭ୍ୟାସ ମ୍ୟାଚ । ହକି ଷ୍ଟାଡିୟମରେ ଅଭ୍ୟାସ ପରେ ହକି ଷ୍ଟାଡିୟମର ପ୍ରଶଂସା କରିଛନ୍ତି ଖେଳାଳି । ଭାରତୀୟ ଜୁନିଅର ଦଳର କ୍ୟାପଟେନ କହିଛନ୍ତି ଯେ, ଗ୍ରାଉଣ୍ଡ ଖୁବ ଭଲ ହୋଇଛି ଟର୍ଫ ମଧ୍ୟ ଉଚ୍ଚ ମାନର ରହିଛି। ହକି ବିଶ୍ୱକପକୁ ଆଉ ମାତ୍ର 18 ଦିନ। ହକି ବିଶ୍ୱକପ ପାଇଁ ହକିପ୍ରେମୀଙ୍କ ମନରେ ଉତ୍ସାହ ଭରି ରହିଛି । ଯୁବ ହକି ଖେଳାଳି ମଧ୍ୟ ବିଶ୍ୱକପ ପାଇଁ ଉତ୍ସାହିତ ଅଛନ୍ତି । ବିଦେଶୀ ଖେଳାଳି ଏବଂ ନିଜ ଦେଶର ହକି ଖେଳାଳିଙ୍କୁ ପାଖରେ ଦେଖି ସେମାନଙ୍କଠାରୁ ବିଭିନ୍ନ ଟେକ୍ନିକ ଶିଖିବା ଆଶାରେ ଅଛନ୍ତି ଯୁବ ହକି ଖେଳାଳି ।
ଏହା ବି ପଢନ୍ତୁ...Hockey World Cup: 18 ଜଣିଆ ଭାରତୀୟ ଦଳ ଘୋଷଣା, ସ୍ଥାନ ପାଇଲେ 2 ଓଡିଆ
ବିଶ୍ବକପ୍ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ରାଉରକେଲାରେ 22ଟି ମ୍ୟାଚ ଖେଳାଯିବ । ହକି ବିଶ୍ବକପ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ୍ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍ ନାମ ଘୋଷଣା କରିଥିଲେ । ପୁଲ୍ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ରହିଛନ୍ତି । ବିଶ୍ବକପ ନେଇ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହୋଇଥିଲା । ଗତ 23 ତାରିଖରେ 18 ଜଣିଆ ଭାରତୀୟ ଦଳ ଘୋଷଣା କରି ସାରିଛି ହକି ଇଣ୍ଡିଆ । ହରମନପ୍ରୀତ ସିଂହଙ୍କ ନେତୃତ୍ବରେ ଖେଳିବ ଭାରତୀୟ ଟିମ । ଅମିତ ରୋହିଦାସ ଉପ ଅଧିନାୟକ ହୋଇଛନ୍ତି । ଭାରତୀୟ ଦଳରେ ଅମିତ ରୋହିଦାସ ଓ ନୀଲମ ସଞ୍ଜୀପଙ୍କୁ ମିଶାଇ 2 ଓଡିଆ ସାମିଲ ହୋଇଛନ୍ତି ।
ଇଟିଭି ଭାରତ, ସୁନ୍ଦରଗଡ