ETV Bharat / state

ହେଲମେଟ ଧରପଗଡ, ଏକ ଘଣ୍ଟା ମଧ୍ୟରେ 96 ହଜାର ଫାଇନ ଆଦାୟ - ସୁନ୍ଦରଗଡ କଡାକଡି ହେଲମେଟ ଚେକିଂ

ସୁନ୍ଦରଗଡରେ ହେଲମେଟ ଚେକିଂ କଡାକଡି । ଘଣ୍ଟାକ ମଧ୍ୟରେ 96 ହଜାର ଟଙ୍କା ଫାଇନ ଆଦାୟ । ଅଧିକ ପଢନ୍ତୁ...

ହେଲମେଟ ଧରପଗଡ, ଘଣ୍ଟାକ ମଧ୍ୟରେ 96 ହଜାର ଫାଇନ ଆଦାୟ

author img

By

Published : Mar 27, 2021, 7:39 PM IST

ସୁନ୍ଦରଗଡ: ଜିଲ୍ଲାରେ ହେଲମେଟ ଧରପଗଡ । ସୁନ୍ଦରଗଡ ଆଞ୍ଚଳିକ ପରିବହନ ବିଭାଗ ଓ ଟାଉନ ପୋଲିସ ପକ୍ଷରୁ ହେଲମେଟ ଚେକିଂକୁ କଡାକଡି କରାଯାଇଛି । ଫଳରେ ଶନିବାର ସହରର ଆମ୍ବିଆନ୍ସ ହୋଟେଲ ସମ୍ମୁଖରେ ଏହି ଚେକିଂ ବେଳେ ଏକ ଘଣ୍ଟା ମଧ୍ୟରେ ନିୟମ ଖିଲାପକାରୀଙ୍କ ଠାରୁ 96 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ।

ହେଲମେଟ ଧରପଗଡ, ଘଣ୍ଟାକ ମଧ୍ୟରେ 96 ହଜାର ଫାଇନ ଆଦାୟ

ସୂଚନାଯୋଗ୍ୟ, ସୁନ୍ଦରଗଡ ଜିଲ୍ଲା ପୋଲିସ ଓ ପ୍ରଶାସନ ଦ୍ବାରା ବାଇକ ଆରୋହୀଙ୍କୁ ବାରମ୍ବାର ହେଲମେଟ ବ୍ୟବହାର ନେଇ ସଚେତନ କରିବା ପରେ ଶନିବାର ସୁନ୍ଦରଗଡ ଆଞ୍ଚଳିକ ପରିବହନ ବିଭାଗ ଓ ଟାଉନ ଥାନା ପୋଲିସ ମିଳିତ ଭାବେ ନିୟମ ଖିଲାପକାରୀଙ୍କୁ ଦଣ୍ଡିତ କରିଛନ୍ତି । ଆମ୍ବିଆନ୍ସ ହୋଟେଲ ସମ୍ମୁଖରେ ଚେକିଂ ସମୟରେ ନିୟମ ଖିଲାପକାରୀ ବାଇକ ଆରୋହୀଙ୍କୁ ଅଟକ ରଖାଯାଇ ସେମାନଙ୍କୁ ଠାରୁ ଘଣ୍ଟାକ ମଧ୍ୟରେ 96 ହଜାର ଟଙ୍କା ଫାଇନ ବସୁଲ କରାଯାଇଛି ।

ବାଇକରେ ଯାତ୍ରା କରିବା ସମୟରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଥିବାବେଳେ କିଛି ଅମାନିଆ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ଏବଂ ଫାଇନ ଗଣୁଛନ୍ତି । ଦଣ୍ଡିତ ହେବା ପରେ ମଧ୍ୟ ଯଦି ସେମାନଙ୍କ ଅଭ୍ୟାସରେ ପରିବର୍ତ୍ତନ ନ ଆସେ ତେବେ ଆଗକୁ ସେମାନଙ୍କର ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ ପରି ପଦକ୍ଷେପ ନେବାକୁ ପ୍ରଶାସନ ବାଧ୍ୟ ହେବ ବୋଲି ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.