ETV Bharat / state

ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତଙ୍କ ପଦଯାତ୍ରା: ଭୁଲିଗଲେ ସରକାର, ଅସମ୍ପୂର୍ଣ୍ଣ ପ୍ରୋଜେକ୍ଟର କାମ କରିବାକୁ ପଦଯାତ୍ରା - ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତଙ୍କ ପଦଯାତ୍ରା

ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ସହ ଶିଳାନ୍ୟାସ ପରେ ଅବହେଳିତ ହୋଇଥିବା ପ୍ରୋଜେକ୍ଟକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା କଲେ ମୁକ୍ତିକାନ୍ତ ବିଶ୍ୱାଳ । ଅଧିକ ପଢ଼ନ୍ତୁ

ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତଙ୍କ ପଦଯାତ୍ରା: ଭୁଲିଗଲେ ସରକାର, ଅସମ୍ପୂର୍ଣ୍ଣ ପ୍ରୋଜେକ୍ଟର କାମ କରିବାକୁ ପଦଯାତ୍ରା

author img

By

Published : Nov 16, 2022, 11:02 PM IST

ରାଉରକେଲା : ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତ ବିଶ୍ୱାଳ । ରାଉରକେଲା ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ ହସପିଟାଲ ଓ ମେଡିକାଲ କଲେଜ ଦାବୀ ନେଇ ଦିଲ୍ଲୀକୁ ପଦଯାତ୍ରାରେ ଯାଇଥିଲେ । ସେହିପରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ଥିବା ସୀମା ବିବାଦର ସମଧାନ ପାଇଁ ନବୀନ ନିବାସରୁ ଅମରାବତି ପର୍ଯ୍ୟନ୍ତ ୮ଶହ କିମି ପଦଯାତ୍ରା କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଏବେ ପୁଣିଥରେ ପଦଯାତ୍ରାକୁ ନେଇ ଚର୍ଚ୍ଚାରେ ରାଉରକେଲାର ମୁକ୍ତିକାନ୍ତ । ଏଥର ରାଜ୍ୟ ସରକାରଙ୍କ ବିଭିନ୍ନ ଅଧୁରା ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନେଇ ଆରମ୍ଭ କରିଛନ୍ତି ପଦଯାତ୍ରା ।

ପୁଣିଥରେ ଚର୍ଚ୍ଚାରେ ମୁକ୍ତିକାନ୍ତଙ୍କ ପଦଯାତ୍ରା: ଭୁଲିଗଲେ ସରକାର, ଅସମ୍ପୂର୍ଣ୍ଣ ପ୍ରୋଜେକ୍ଟର କାମ କରିବାକୁ ପଦଯାତ୍ରା

ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା ସହ ଶିଳାନ୍ୟାସ ପରେ ଅବହେଳିତ ହୋଇଥିବା ପ୍ରୋଜେକ୍ଟକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା କଲେ ମୁକ୍ତିକାନ୍ତ ବିଶ୍ୱାଳ। ରାଜ୍ୟ ସରକାର ପ୍ରତିଶୃତି ଦେଇ ଭୁଲି ଯାଇଥିବା ଯୋଗୁଁ ପ୍ରୋଜେକ୍ଟର ମଡେଲକୁ କାନ୍ଧରେ ବୋହି ରାଉରକେଲାରୁ ଭୁବନେଶ୍ୱରକୁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ ବିଶ୍ୱାଳ । ଏକ ନିଆରା ଢଙ୍ଗରେ ପୁଣି ସରକାରଙ୍କ ଧ୍ୟାନ ପ୍ରକଳ୍ପ ଆଡକୁ ଆଣିବା ପାଇଁ ପ୍ରଚେଷ୍ଟା କରିଛନ୍ତି ରାଉରକେଲା ସହରର ମୁକ୍ତିକାନ୍ତ ବିଶ୍ୱାଳ ।

ଏହା ମଧ୍ୟ ପଢନ୍ତୁ: ଓଡିଶାରୁ ଚାଲିଚାଲି ପହଞ୍ଚିଥିଲେ ଆନ୍ଧ୍ର, ୩୬ ଦିନର ଯାତ୍ରା କହିଲେ ମୁକ୍ତିକାନ୍ତ

ପୂର୍ବରୁ ମଧ୍ୟ ବହୁବାର ଏଭଳି ସରକାରଙ୍କ ଦ୍ୱାରା ପ୍ରତିଶୃତି ଦେଇ ଭୁଲିଯାଇଥିବା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ତଥା ଦିଲ୍ଲୀକୁ ରାଉରକେଲା ସହରରୁ ପଦଯାତ୍ରା କରିଥିଲେ । ଆଜି ପୁଣିଥରେ ରାଉରକେଲା ସହରରୁ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ । ଗତ 2013 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଉରକେଲା ସହରରେ କୋଏଲ ବ୍ୟାରେଜ ସହ କୋଏଲ ନଦୀ ପାର୍ଶ୍ୱରେ ରିଂ ରୋଡ଼ ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ଏହାସହ ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ପାଇଁ ଘୋଷଣା କରିଥିଲେ ।

ତେବେ ସରକାର ଘୋଷଣା କରି ଏହି ପ୍ରକଳ୍ପକୁ ଭୁଲି ଯାଇଛନ୍ତି । ଯାହାର କାର୍ଯ୍ୟ ଆଜି ଯାଏଁ ଆରମ୍ଭ ମଧ୍ୟ ହୋଇ ପାରିନାହିଁ । ତେଣୁ ଆଜି ଠାରୁ ମୁକ୍ତିକାନ୍ତ ବିଶ୍ୱାଳ ପଦଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଇ ଏହି ପ୍ରକଳ୍ପ ବାବଦରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ମୁକ୍ତିକାନ୍ତ ବିଶ୍ବାଳ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.