ETV Bharat / state

କୋଭିଡ କଟକଣା ଉଲଙ୍ଘନ, ରିଲାଏନ୍ସ ସୁପର ମାର୍ଟ ସିଲ - କୋଭିଡ କଟକଣା ଉଲଙ୍ଘନ

କୋଭିଡ କଟକଣା ଉଲଙ୍ଘନ ଅଭିଯୋଗରେ ସୁନ୍ଦରଗଡ ରିଲାଏନ୍ସ ସୁପର ମାର୍ଟ ସିଲ । 4 ଦିନ ପାଇଁ ସିଲ କଲେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ । ଅଧିକ ପଢନ୍ତୁ...

covid-violation-reliance-mart-seal in Sundargarh
କୋଭିଡ କଟକଣା ଉଲଙ୍ଘନ: ରିଲାଆନ୍ସ ସୁପର ମାର୍ଟ ସିଲ
author img

By

Published : Apr 21, 2021, 7:39 PM IST

ସୁନ୍ଦରଗଡ: କୋଭିଡ କଟକଣା ଉଲଙ୍ଘନ କରିବା ଅଭିଯୋଗରେ ସୁନ୍ଦରଗଡ ରିଲାଏନ୍ସ ସୁପର ମାର୍ଟ ସିଲ । 4 ଦିନ ପାଇଁ ସିଲ କଲେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ।

କୋଭିଡ କଟକଣା ଉଲଙ୍ଘନ: ରିଲାଆନ୍ସ ସୁପର ମାର୍ଟ ସିଲ
ସୁନ୍ଦରଗଡ ମିଶିନ ରୋଡ ସ୍ଥିତ ରିଲାଏନ୍ସ ସୁପର ମାର୍ଟ କୋଭିଡ ଗାଇଡ ଲାଇନ ଉଲଙ୍ଘନ କରିବା ପ୍ରଶାସନର ଦୃଷ୍ଟିକୁ ଆସିବା ପରେ 4 ଦିନ ପାଇଁ ସିଲ କରାଯିବା ସହ 2 ଲକ୍ଷ ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି ।

ଆଜି(ବୁଧବାର) ପୋଲିସ, ଏନଫୋର୍ସମେଣ୍ଟ ଟିମ ଓ ପୌରପାଳିକା ଅଧିକାରୀ ମିଳିତ ଭାବେ ଏହି ମାର୍ଟକୁ ସିଲ କରିଛନ୍ତି । ବାରମ୍ବାର ପ୍ରଶାସନର ସଚେତନତା ସତ୍ତ୍ବେ ଏହି ମାର୍ଟ କୋଭିଡ କଟକଣାକୁ ଭୃକ୍ଷେପ ନ କରି ତାର ବ୍ୟବସାୟ ଚଳାଇଥିଲା ବୋଲି ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ସେ ଉକ୍ତ ମାର୍ଟକୁ ସିଲ କରିବା ସହ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିବା କଥା କହିଛନ୍ତି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.