ETV Bharat / state

ରାଉରକେଲା ପିଡ଼ିଏସ ଚାଉଳ ଦୁର୍ନୀତି ମାମଲା: ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Oct 7, 2023, 8:34 AM IST

Updated : Oct 7, 2023, 3:03 PM IST

ରାଉରକେଲାରେ ପିଡ଼ିଏସ ଚାଉଳରେ ହୋଇଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି । ୨୪୯ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ । ଆଗକୁ ପଢନ୍ତୁ

ରାଉରକେଲା ପିଡ଼ିଏସ ଚାଉଳ ଦୁର୍ନୀତି ମାମଲା: ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ
ରାଉରକେଲା ପିଡ଼ିଏସ ଚାଉଳ ଦୁର୍ନୀତି ମାମଲା: ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ
ରାଉରକେଲା ପିଡ଼ିଏସ ଚାଉଳ ଦୁର୍ନୀତି ମାମଲା: ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ

ରାଉରକେଲା: ରାଉରକେଲାରେ ପିଡ଼ିଏସ ଚାଉଳରେ ହୋଇଥିବା ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି । ୨୪୯ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କଲା କଂଗ୍ରେସ । ତେବେ ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଜିଲ୍ଲପାଳଙ୍କ ଦ୍ବାରା ଗଠିତ ଟିମ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ ।

ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ପିଡ଼ିଏସ ଚାଉଳରେ ବ୍ୟାପକ ଅନିୟମିତତାକୁ ନେଇ ପୁଣି ଗର୍ଜିଛି କଂଗ୍ରେସ ଦଳ । ଏହି ମାମଲାର ନିରପେକ୍ଷ ତଦନ୍ତ ଦାବି କରିବା ସହ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି କରିଛି ରାଉରକେଲା କଂଗ୍ରେସ ଦଳ । ଭିଜିଲାନ୍ସ ଡିଜି ଏହି ମାମଲାର ତଦନ୍ତ କରିବା ନେଇ ଦାବି ଉଠିଛି । ଘଟଣାର 3 ମାସ ପରେ ବି ତଦନ୍ତ ଅଗ୍ରଗତି କିଛି ହୋଇନଥିବା କୁହାଯାଉଛି । ତେବେ ପୂର୍ବରୁ ଏହି ମାମଲାର ତଦନ୍ତ ଜାରି ରଖିଥିବା ଜିଲ୍ଲାପାଳଙ୍କ ଦ୍ବାରା ଗଠିତ ଟିମ୍ ଏହାର ସଠିକ ତଦନ୍ତ ନକରି ଓଲଟା ସତକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ ।

ଏହାମଧ୍ୟ ପଢନ୍ତୁ.. ଗରିବଙ୍କ ଚାଉଳ ହରିଲୁଟ୍‌, PDS ଚାଉଳ ଭର୍ତ୍ତି ଟ୍ରକ ଜବତ

ସୂଚନା ଅନୁୟାୟୀ, ଜୁଲାଇ 7 ତାରିଖ ଦିନ ରାଉରକେଲା STIରେ ଥିବା ସରକାରୀ ଗୋଦାମ ଗୃହରୁ ୨୪୯ କ୍ୱିଣ୍ଟାଲ ପିଡ଼ିଏସ ଚାଉଳ ନୂଆଗାଁ ବ୍ଲକ କର୍କଟନାଶାକୁ ଯିବା ବଦଳରେ ଲାଠିକଟା ବ୍ଲକ ବୀରକେରାଠାରେ ଏକ ନିଛାଟିଆ ସ୍ଥାନକୁ ଯାଇଥିଲା । ସେଠାରେ ଟ୍ରକରୁ ଚାଉଳ ବସ୍ତା କଢ଼ାଯାଇ ଜିପ ଭ୍ୟାନ ଯୋଗେ ଅନ୍ୟତ୍ର ଚାଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ଟ୍ରକକୁ ଅଟକ ରଖି ପୋଲିସକୁ ସୂଚନା ଦେଇଥିଲେ । ପରେ ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ଦୀନଦୟାଲ ସାହା ନାମକ ଅଧିକୃତ ପରିବହନ ଠିକାଦାରଙ୍କୁ ଟ୍ରାଞ୍ଜିଟ ପାସ୍ ଇସ୍ୟୁ ହୋଇଥିଲା ।

ଅନ୍ୟପଟେ ନୂଆଗାଁ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଚାଉଳ ଠିକଣା ସ୍ଥଳରେ ନପହଞ୍ଚିବା ନେଇ କୌଣସି ପଦକ୍ଷେପ ନେଇନଥିବା ବେଳେ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ନୂଆଗାଁ ଯୋଗାଣ ବିଭାଗ ରଘୁନାଥପାଲି ଥାନାରେ ଚାଉଳ ଚୋରି ହୋଇଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ଘଟଣାରେ ସରକାରୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ ଉଠିଥିଲା । ଯାହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।

ଘଟଣାକୁ 3 ମାସ ପରେ ବି ଆଖିଦୃଶିଆ ପଦକ୍ଷେପ ନିଆଯାଇଥିବା କହିଛି କଂଗ୍ରେସ । ପରିବହନ ଠିକାଦାର ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗ କର୍ମଚାରୀଙ୍କ ମିଲିଭଗତରେ ଏହି ଦୁର୍ନୀତି ହୋଇଥିବା ଦଳ ଅଭିଯୋଗ ଆଣିଛି । ତେବେ ଯଦି ଏହି ଘଟଣାର ତଦନ୍ତ ନହୁଏ ତେବେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ରାଉରକେଲା

Last Updated : Oct 7, 2023, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.