ETV Bharat / state

ସୁନ୍ଦରଗଡରୁ 15 କୁଇଣ୍ଟାଲ ଚୋରା କୋଇଲା ଜବତ: 6 ଗିରଫ

ସୁନ୍ଦରଗଡରୁ 6 କୋଇଲା ଚୋରା ଚାଲାଣକାରୀ ଗିରଫ । ବ୍ରଜରାଜନଗରରୁ କୋଇଲା ଚୋରି କରି ସୁନ୍ଦରଗଡ ଆସୁଥିବାବେଳେ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Mar 6, 2021, 9:16 PM IST

ସୁନ୍ଦରଗଡରୁ 15 କ୍ୟୁଣ୍ଟାଲ ଚୋରା କୋଇଲା ଜବତ: 6 ଗିରଫ

ସୁନ୍ଦରଗଡ: ଜିଲ୍ଲାରୁ 6 କୋଇଲା ଚୋରା ଚାଲାଣକାରୀ ଗିରଫ । ସୁନ୍ଦରଗଡ ଭଷ୍ମା ପୋଲିସ ଆଜି(ଶନିବାର) ଏମାନଙ୍କୁ ଗିରଫ କରିଛି । ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ଝାରସୁଗୁଡା ବ୍ରଜରାଜନଗରର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲା ଭଷ୍ମା ପୋଲିସ ଆଜି 6 ଜଣ କୋଇଲା ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ବ୍ରଜରାଜନଗର ଅଞ୍ଚଳରୁ କୋଇଲା ଚୋରି କରି ସୁନ୍ଦରଗଡ ଅଭିମୁଖେ ଆସୁଥିବାବେଳେ ଭଷ୍ମା ପୋଲିସର ନଜରରେ ପଡିଥିଲେ । ପୋଲିସ ଏମାନଙ୍କ ନିକଟରୁ 4ଟି ମୋପେଡ, 2ଟି ମୋଟର ସାଇକେଲ ଓ ପ୍ରାୟ 15 କୁଇଣ୍ଟାଲ ଓଜନର କୋଇଲା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭିକି ଦାଶ(21), ଶନି ଦାଶ(19), ସଞ୍ଜୟ ମୁଣ୍ଡା(19), ରାକେଶ ସୋନା(22), ରୋହିତ ସିଂ(19) ଓ ଭିକି ସିଂ(19) । ଏମାନଙ୍କୁ ପୋଲିସ ଧାରା – 379/411/120-B IPC/21 MMDR ଆଧାରରେ ଗିରଫ କରି କୋର୍ଟଚାଲାଣ କରିଛି ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.