ETV Bharat / state

ବିନା ପରମିଟରେ ଚାଲିଛି ନାଇଟକୋଚ ବସ, ପରିବହନ ବିଭାଗର ଜରିମାନା ଆଦାୟ

ରାଉରକେଲାର ଅନେକ ନାଇଟକୋଚ ବସ ବିନା ପରମିଟରେ ଚାଲୁଥିବା ଅଭିଯୋଗ ହୋଇଛି । ଏଭଳି ପରମିଟ ନଥିବା 4ଟି ବସରୁ ଜରିମାନା ଆଦାୟ କରାଯାଇଥିବାର ରାଉରକେଲା ପରିବହନ ଅଧିକାରୀ ଏକେ ଜେନା କହିଛନ୍ତି ।

author img

By

Published : Jun 22, 2019, 10:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସରକାରୀ ନିୟମ କହୁଛି ଅନୁମତି ନାହିଁ ତ ରାସ୍ତାରେ ଚାଲିପାରିବନି ବସ । କିନ୍ତୁ ଏ ନିୟମ କେବଳ କାଗଜ କଲମରେ ରହିଛି । ବିନା ପରମିଟରେ ବେଧଡକ ଭାବେ ଚାଲିଛି ଯାତ୍ରୀବାହୀ ବସ । ତାହା ମଧ୍ୟ ନାଇଟକୋଚ ଭଳି ଏକ୍ସପ୍ରେସ ବସ ।

ଯାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବସ ମାଲିକ । ବିଭିନ୍ନ ସମୟରେ ଚେକିଂ ହେଉଥିବା ବେଳେ ଏହି ଯାତ୍ରୀ ବାହି ବସ କିଭଳି ଧରପଡୁନାହାନ୍ତି, ଏହା ପରିବହନ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବଡ଼ କଥା ହେଉଛି ରାଉରକେଲାରୁ ଯାଉଥିବା ବସ ଗୁଡିକ 5ରୁ 6ଟି ଜିଲ୍ଲା ପାର ହୋଇଯାନ୍ତି । ସେହି ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକୀର(ଆରଟିଓ) ମଧ୍ୟ ଏହି ବସକୁ ନ ଦେଖିବା ଆଶ୍ଚର୍ଯ୍ୟର କଥା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଅନେକ ନାଇଟକୋଚ ବସ୍ ରାଉରକେଲାରୁ କଟକ, ଭଦ୍ରକ, ଜଗତସିଂହପୁର ରୁଟରେ ଯାତାୟାତ କରୁଥିଲେ ମଧ୍ୟ ରୁଟ ପରମିଟ ନଥିବା ସୂଚନା ମିଳିଛି । ବସ ମାଲିକ ଏନେଇ ଟ୍ୟାକ୍ସ ଦେଉଥିଲେ ବି 4 ବର୍ଷ ହେବ ଆସୋସିଏସନ ନଥିବା ବସ ମାଲିକ ଆର ଜେନା କହିଛନ୍ତି । ଅନ୍ୟପକ୍ଷରେ ଅଭିଯୋଗ ପରେ ପରିବହନ ବିଭାଗ ତତ୍ପର ହେବା ସହ ଚଢ଼ାଉ କରି ଏଭଳି ପରମିଟ ନଥିବା 4ଟି ବସକୁ ଫାଇନ କରାଯାଇଥିବାର ରାଉରକେଲା ପରିବହନ ଅଧିକାରୀ ଏକେ ଜେନା କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା: ସରକାରୀ ନିୟମ କହୁଛି ପରମିଟ ନାହିଁ ତ ରାସ୍ତାରେ ଚାଲିପାରିବନି ବସ। କିନ୍ତୁ ଏ ନିୟମ କେବଳ ରହିଛି କାଗଜ କଲମରେ। ବିନା ପରମିଟ ରେ ବେଧଡକ ଭାବେ ଚାଲିଛି ଯାତ୍ରୀବାହୀ ବସ ତାହା ମଧ୍ୟ ନାଇଟ ଏକ୍ସପ୍ରେସ।Body:ଯାହା ଯାତ୍ରୀ ମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ବସ ମାଲିକ। ବିଭିନ୍ନ ସମୟରେ ଚେକିଂ ହେଉଥିବା ବେଳେ କିଭଳି ଧରପଡୁନାହାନ୍ତି ଏହି ଯାତ୍ରୀ ବାହି ବସ ତାହା ପରିବହନ ବିଭାଗ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।ବଡ଼ କଥା ହେଉଛି ରାଉରକେଲା ରୁ ଯାଉଥିବା ବସ ଗୁଡିକ 5/6 ଟି ଜିଲ୍ଲା ପାର ହୋଇ ଯାଆନ୍ତି। ସେହି ଜିଲ୍ଲା ର ଆର୍ଟିଓ (RTO) ମାନେ ମଧ୍ୟ ଏହି ବସ କୁ ନ ଦେଖିବା ଆଶ୍ଚର୍ୟ୍ଯ ର କଥା।
ରାଉରକେଲା ରୁ ଭାୟା କଟକ, ଭାୟା ଭଦ୍ରକ, ଭାୟା ଜଗତସିଂହପୁର ଭଳି ଜାଗାକୁ ପ୍ରତ୍ୟକ ଦିନ ଏହି ରୁଟରେ ଯାତାୟାତ କରୁଛି ଅନେକ ନାଇଟ ଏକ୍ସପ୍ରେସ। ରୁଟରେ ଯାତାୟାତ କରୁଛି ସିନା ହେଲେ ନାହିଁ ରୁଟ ପରମିଟ। ବେଧଡକ ଭାବେ ଭାବରେ ଯାତ୍ରୀଙ୍କୁ ନେଇ ଚାଲିଛନ୍ତି । Conclusion:ବିଭିନ୍ନ ସ୍ଲିପର କୋଚ ବସ ସହ ଏମିତି ଅନେକ ନାଇଟ ଏକ୍ସପ୍ରେସ ରିଜର୍ବ ପରମିଟ ଆଣି ଚଳାଇଛନ୍ତି ରୁଟରେ ଯାହା ବେନିୟମ। ରୁଟ ପରମିଟ ତୁଳନାରେ ରିଜର୍ବ ପରମିଟ ଟ୍ୟାକ୍ସ କାମ ଥିବାରୁ ବସ ମାଲିକ ଲାଲେଲାଲ ହେବା ସହ ସରକାର ହରାଉଛନ୍ତି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ । ଆଉ ଏହି ଅସାଧୁ ମେଣ୍ଟ ରାଉରକେଲା ପରିବହନ ବିଭାଗ ସହ ମିଳି ମିଶି ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ରୁଟ ପରମିଟ ଥିବା ବସ ମାଲିକ ମାନେ ଯାତ୍ରୀ ନପାଇ କ୍ଷତି ସହୁଛନ୍ତି। ଅଭିଯୋଗ ପରେ ତତ୍ପର ହୋଇ ଉଠିଛି ପରିବହନ ବିଭାଗ। ଚଢ଼ାଉ କରି ଏଭଳି ପରମିଟ ନଥିବା 4 ଟି ବସ କୁ ଫାଇନ କରାଯାଇଥିବାର କହିଛନ୍ତି ରାଉରକେଲା ପରିବହନ ଅଧିକାରୀ। 
ତେବେ ଦୀର୍ଘ ଦିନରୁ କ୍ରମାଗତ ଭାବେ ଏଭଳି ବିନା ପରମିଟ ରେ ନାଇଟ ବସ ଚାଲୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନହବା ଲୋକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବା ସହ ପରିବହନ ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। 
ବାଇଟ: ଆର .ଜେନା। ବସ ମାଲିକ ସଂଘ।ରାଉରକେଲା। 
ବାଇଟ- ଏକେ ଜେନା,ଆର ଟି ଓ,ରାଉରକେଲା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.