ETV Bharat / state

ରାଜଗାଙ୍ଗପୁରରେ ପାଣ୍ଡିଆନଙ୍କୁ ବିରୋଧ, ପ୍ଲାକାର୍ଡ ଦେଖାଇଲେ ବିଜେପି କର୍ମୀ - ଭିକେ ପାଣ୍ଡିଆନଙ୍କୁ ବିରୋଧ

BJP opposed 5T Chairman: ରାଜଗାଙ୍ଗପୁର ଗସ୍ତ ସମୟରେ ଭିକେ ପାଣ୍ଡିଆନଙ୍କୁ ବିରୋଧ କଲେ ବିଜେପି କର୍ମୀ। ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 5, 2024, 12:53 PM IST

Updated : Jan 5, 2024, 1:36 PM IST

bjp opposed 5T Chairman

ରାଉରକେଲା: ରାଜଗାଙ୍ଗପୁରରେ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କାର୍ଯ୍ୟକ୍ରମକୁ ବିରୋଧ । ରାଜଗାଙ୍ଗପୁର ଗସ୍ତ ସମୟରେ ପାଣ୍ଡିଆନଙ୍କୁ ବିରୋଧ କଲେ ବିଜେପି କର୍ମୀ। ସ୍ଥାନୀୟ ଅଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । କେବଳ ରାଜନୀତି ପାଇଁ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ବିଜେପି ଅଭିଯୋଗ ଆଣିଛି ।

ସୁନ୍ଦରଗଡ ଗସ୍ତର ଦ୍ବିତୀୟ ଦିନରେ ଭିକେ ପାଣ୍ଡିଆନ ରାଜଗାଙ୍ଗପୁର ଗସ୍ତ କରଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଜାରିଆରେ ସ୍ଥାନୀୟବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେଇଥିଲେ 5ଟି ଅଧ୍ୟକ୍ଷ । କିନ୍ତୁ ବିଜେପି କର୍ମୀ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ । ୫ଟି ଅଧ୍ୟକ୍ଷ ହେଲିପ୍ୟାଡ଼ରୁ ଗାଡି ଯୋଗେ କାର୍ଯ୍ୟକ୍ରମକୁ ଆସୁଥିବା ବେଳେ ଗେଟ ନିକଟରେ ରାଜଗାଙ୍ଗପୁର ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ବ୍ୟାନର ଏବଂ ପ୍ଲାକାର୍ଡ ଧରି ବିରୋଧ ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ । ରାଜଗାଙ୍ଗପୁର ବିଜେପି ନଗର ମଣ୍ଡଳର କର୍ମୀ ମାନେ ପ୍ଲାକାର୍ଡ ଦେଖାଇବା ସହିତ ସ୍ଲୋଗାନ ଦେଇ ଭିକେ ପାଣ୍ଡିଆନଙ୍କୁ ବିରୋଧ କରିଥିଲେ । ରାଜ୍ୟ ସରକାର ପୂର୍ବରୁ ମଧ୍ୟ ବହୁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ପ୍ରତିଶ୍ରୁତି ପୂରଣ ହୋଇନାହିଁ ଏବଂ ଏହା କେବଳ ଧୂଆଁ ବାଣ ବୋଲି କହିଛି ବିଜେପି ।

ରାଜଗାଙ୍ଗପୁରକୁ ସବଡିଭିଜନ କରିବା କଥା କହି ଏହାକୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର, ଏହା ଏକ ଶିଳ୍ପାଞ୍ଚଳ ହୋଇ ମଧ୍ୟ ସ୍ଥାନୀୟ ନିଯୁକ୍ତି ସମ୍ପୂର୍ଣ୍ଣ ଶୂନ। ରାଜଗାଙ୍ଗପୁର ଚିକିତ୍ସାଳୟରେ ଡାକ୍ତର ଅଭାବ ଥିଲେ ମଧ୍ୟ ରାଜ୍ୟ ସରକାର ଡାକ୍ତର ଯୋଗାଇବାରେ ବିଫଳ ହୋଇଛନ୍ତି । ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ପିସି କାରବାର ହେଉଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରୁଥିବା ଅଭିଯୋଗ କରି ଭିକେ ପାଣ୍ଡିଆନକୁ ବିରୋଧ କରିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ-ପାଣ୍ଡିଆନଙ୍କ ଉପରେ ବର୍ଷିଲେ ସୂର୍ଯ୍ୟବଂଶୀ, କହିଲେ ମୁଖ୍ୟମନ୍ତ୍ରୀଙ୍କଠୁ ଶାଳୀନତା ଶିଖ

ବୁଧବାରଠାରୁ ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଆସିଛନ୍ତି 5ଟି ଅଧ୍ୟକ୍ଷ । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ରାଜ୍ୟ ସରକାରଙ୍କ ଉନ୍ନତି ବିଷୟରେ ବଖାଣିବା ସହ ଉନ୍ନତି ମୂଳକ କାର୍ଯ୍ୟ ସମୀକ୍ଷା କରିଥିଲେ ପାଣ୍ଡିଆନ । ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ମତ ରଖିଥିଲେ । ଗସ୍ତର ଦ୍ୱିତୀୟ ଦିନରେ ରାଜଗାଙ୍ଗପୁର ସମେତ ନୂଆଗାଁ ପୁରୁଣାପାଣି ଏବଂ ବଣାଇ ଗସ୍ତ କରିଥିଲେ ପାଣ୍ଡିଆନ । ସେଠାରେ ଆୟୋଜତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜଗାଙ୍ଗପୁର ପାଇଁ ମୋଟ 100 କୋଟିର ଅନୁଦାନ ଘୋଷଣା କରିଥିଲେ । ରାଜଗାଙ୍ଗପୁର ରେଲୱେ ଓଭର ବ୍ରିଜ ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଟଙ୍କା ଅନୁମୋଦିତ ହୋଇଛି ।

ସେହିପରି ନୂଆଗାଁ ଏବଂ କୁଆରମୁଣ୍ଡ ଅଞ୍ଚଳରେ ଦୁଇଟି ସରକାରୀ ଡିଗ୍ରୀ କଲେଜ ସ୍ଥାପନ ହୋଇଥିବା ବେଳେ ଚଳିତ ବର୍ଷ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ପାରିବେ ଏବଂ ପାଠ ପଢା ମଧ୍ୟ ଆରମ୍ଭ ହେବ ବୋଲି କହିଥିଲେ 5ଟି ଅଧ୍ୟକ୍ଷ । ଏହାପରେ ବଣାଇ ଗସ୍ତରେ ଯାଇ ବଣାଇ ଚିକିତ୍ସାଲୟରେ ପ୍ରଥମ କରି ଡାଏଲିସିସି ୟୁନିଟ ଆରମ୍ଭ ହେବ ଏବଂ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲ, କଲେଜକୁ 5T ଅନ୍ତର୍ଗତରେ ଉନ୍ନତି କରଣ କରାଯାଇଛି ବୋଲି ମତ ରଖିଥିଲେ । ଖୁବଶୀଘ୍ର ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ଲୋକଙ୍କୁ BSKY କାର୍ଡରେ ଅନ୍ତର୍ଭୁକ୍ତ କରାଯିବ ଏବଂ ଫେବୃଆରୀ ଶେଷ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଞ୍ଚଳରେ ଲକ୍ଷ୍ମୀ ଯୋଜନାରେ ବସ ଗଡିବ ବୋଲି ଘୋଷଣା କରିଥିଲେ ପାଣ୍ଡିଆନ ।

ଇଟିଭି ଭାରତ, ସୁନ୍ଦରଗଡ

Last Updated : Jan 5, 2024, 1:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.